ETV Bharat / entertainment

୫୦ବର୍ଷରେ ଫରହାନ, ରୋମାଣ୍ଟିକ ଅନ୍ଦାଜରେ ୱିସ କଲେ ପତ୍ନୀ - ଫରହାନ ଅଖତରଙ୍କ ଜନ୍ମଦିନ

Shibani Akhtar Birthday Wish To Farhan: ଆଜି ବଲିଉଡ ଷ୍ଟାର ଫରହାନ ଅଖତରଙ୍କ ୫୦ତମ ଜନ୍ମଦିନ । ଏହି ଅବସରରେ ଫରହାନ ଅଖତରଙ୍କ ପତ୍ନୀ ଶିବାନୀ ଅଖତର ସ୍ବାମୀଙ୍କୁ ଖାସ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

୫୦ବର୍ଷରେ ଫରହାନ, ରୋମାଣ୍ଟିକ ଅନ୍ଦାଜରେ ୱିସ ଜଣାଇଲେ ପତ୍ନୀ

author img

By ETV Bharat Odisha Team

Published : Jan 9, 2024, 9:35 PM IST

ହାଇଦ୍ରାବାଦ: ବଲିଉଡ ଷ୍ଟାର ଫରହାନ ଅଖତର ନିଜ ପରିବାର ସହ ଆଜି (ମଙ୍ଗଳବାର) ତାଙ୍କ ୫୦ତମ ଜନ୍ମଦିନ ଖୁବ ଧାମଧାମରେ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଙ୍ଗସାଥୀ, ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ପତ୍ନୀ ଶିବାନୀ ଅଖତର ମଧ୍ୟ ନିଜ ସ୍ବାମୀ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଶିବାନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ଦମ୍ପତିଙ୍କ ପୁରା ଯାତ୍ରାର ଭିଡିଓ ଦେଖିବାକୁ ମିଳିଛି । ଉଭୟଙ୍କ ବିବାହଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନ ବୁଲିବା ମୁହୁର୍ତ୍ତର ଗୋଟି ଗୋଟି ଝଲକ ଏଥିରେ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, "ମୋର ହୃଦୟରୁ କହୁଛି ସବୁ ଋତୁ ମୋ ଜୀବନ ପାଇଁ ଆପଣ ମୋର ସବୁକିଛି । ମୋର ଫ୍ରାନାଲୋ ୫୦ତମ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କ ଭାବନାଠୁ ବି ଅଧିକ ମୁଁ ଆପଣଙ୍କୁ ଭଲ ପାଉଛି ।" ଏଥିସହ ସେ ଏକ ଲାଲ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ଗତକାଲି ବିଳମ୍ବିତ ରାତ୍ରିରେ ଫରହାନ ଅଖତର ପୁରା ପରିବାର ସହ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ ଫରହାନ ଅଖତର, ମାଆ ହନି ଇରାନୀ ଏବଂ ସାବତ ମାଆ ଶବନା ଆଜମୀ, ବାପା ଜାଭେଦ ଅଖତର, ଭଉଣୀ ଜୋୟା ଅଖତର ଏବଂ ତାଙ୍କ ପତ୍ନୀ ଶିବାନୀ ସାମିଲ ହୋଇଥିଲେ । ସମସ୍ତେ ମିଶି ଫ୍ୟାମିଲି ଫଟୋସୁଟ ମଧ୍ୟ କରିଥିଲେ । ଯାହାର ଫଟୋକୁ ମା' ଶବନା ଆଜମୀ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଫରହାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

ସୂଚନା ଥାଉ କି, ଫରହାନ ଶିବାନୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ଗତ ୨୦୨୨ ଫେବୃଆରୀ ୧୯ରେ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିଛନ୍ତି । ଏହା ପୂର୍ବରୁ ଫରହାନ ଅଧୁନା ଭବାନୀଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ । ପରେ ଉଭୟ ୨୦୧୭ରେ ଆପୋଷ ସହମତିରେ ଛାଡପତ୍ର ଦେଇଥିଲେ । ଉଭୟଙ୍କର ୨ଟି ଝିଅ ଶାକ୍ୟା ଏବଂ ଆକିରା ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସପରିବାର ସହ ଜନ୍ମଦିନ ପାଳିଲେ ଫରହାନ, ଏମିତି ଶୁଭେଚ୍ଛା ଜଣାଇଲେ ଶବନା ଆଜମୀ

ଫରହାନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ 'ଡନ ୩' ଏବଂ 'ଜି ଲେ ଜରା' ରହିଛି । ତେବେ ଚଳିତ ଥର ଡନ ଭୂମିକାରେ ରଣଭୀର ସିଂଙ୍କୁ ଦେଖିବାକୁ ମିଳିବ । ଏନେଇ ନିକଟରେ ଫରହାନ ଖୁଲାସା କରିଥିଲେ । ଏଥିସହ ସେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ 'ଜି ଲେ ଜରା' ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.