ETV Bharat / entertainment

KKଙ୍କୁ ମନେପକାଇ ଭାବବିହ୍ବଳ ହେଲେ ପତ୍ନୀ, ଲେଖିଲେ ମିସ୍‌ ୟୁ ସ୍ବିଟହାର୍ଟ

କେକେଙ୍କ ପତ୍ନୀ ଜ୍ୟୋତି ଲକ୍ଷ୍ମୀ କ୍ରିଷ୍ଣା ତାଙ୍କ ସ୍ୱାମୀଙ୍କ ସହ ଏକ ଫଟୋ ସେୟାର କରି ଏକ କୋହଭରା ପୋଷ୍ଟ ଲେଖିଛନ୍ତି । ଅଧିକ ପଢନ୍ତୁ

KKଙ୍କୁ ମନେପକାଇ ଭାବବିହ୍ବଳ ପତ୍ନୀ ଜ୍ୟୋତି, ଲେଖିଲେ ମିସ୍‌ ୟୁ ସ୍ବିଟହାର୍ଟ

author img

By

Published : Jul 15, 2022, 1:03 PM IST

ହାଇଦ୍ରାବାଦ: ଲୋକପ୍ରିୟ ଗାୟକ କେକେଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ହଠାତ ତାଙ୍କ ମୃତ୍ୟୁକୁ କେହି ମଧ୍ୟ ସହଜରେ ବିଶ୍ୱାସ କରିପାରିନଥିଲେ । କୋଲକାତାରେ ଏକ କନ୍ସର୍ଟ ସମୟରେ କେକେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ କିଛି କ୍ଷଣ ପରେ ସେ ହୃଦ୍‌ଘାତରେ ପୀଡିତ ହୋଇ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିଲେ । କେକେଙ୍କ ମୃତ୍ୟୁକୁ ଦେଢ ମାସ ବିତିଗଲାଣି, ତଥାପି କେହି ଭୁଲିପାରୁନାହାନ୍ତି ତାଙ୍କୁ । ବର୍ତ୍ତମାନ କେକେଙ୍କ ପତ୍ନୀ ଜ୍ୟୋତି କ୍ରିଷ୍ଣା ତାଙ୍କ ସ୍ୱାମୀଙ୍କ ସ୍ମୃତିରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ।

କେ.କେଙ୍କ ପତ୍ନୀ ଜ୍ୟୋତି ଲକ୍ଷ୍ମୀ କ୍ରିଷ୍ଣା ତାଙ୍କ ସ୍ୱାମୀଙ୍କ ସହ ଏକ ପେଣ୍ଟିଂ ଫଟୋ ସେୟାର କରି ଭାବପ୍ରବଣ ହୋଇଯାଇଛନ୍ତି । ଜ୍ୟୋତି ଲେଖିଛନ୍ତି, 'ଏଥିରୁ ବାହାରିବାକୁ ଚେଷ୍ଟା କରୁଛି, ମିସ୍‌ ୟୁ ସ୍ବିଟହାର୍ଟ' । ଏହା ଉପରେ ମନ୍ତବ୍ୟ ଦେଇ କେ.କେଙ୍କ ଝିଅ ତାମରା ଲେଖିଛନ୍ତି, 'ଲଭ୍ ଇଟ୍ ମମ୍‌'। ଏଥି ସହିତ, କେକେଙ୍କର ହଜାର ହଜାର ପ୍ରଶଂସକ ଏହି ପୋଷ୍ଟରେ କାନ୍ଦୁଥିବା ଇମୋଜି ସେୟାର କରି ତାଙ୍କୁ ମନେ ପକାଉଛନ୍ତି ।

ଉଲ୍ଲେଖନୀୟ ଯେ, କେକେ ଚଳିତ ବର୍ଷ 31 ମଇରେ ମୃତ୍ୟୁ ବରଣ କରିଥିଲେ । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ହିନ୍ଦୀ, ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି, ଗୁଜୁରାଟି, ମରାଠୀ ଆଦି ବିଭିନ୍ନ ଭାଷାରେ ସେ ଶତାଧିକ ଗୀତ ଗାଇଛନ୍ତି । କେକେ ନିଜ କ୍ୟାରିୟରରେ ଅନେକ ଫେମସ୍‌ ଗୀତ ଗାଇଛନ୍ତି । ସେଥିମଧ୍ୟରୁ ବଲିଉଡ୍‌ରେ ପ୍ରାୟ ୨୦୦ରୁ ଅଧିକ ଗୀତ ଗାଇଛନ୍ତି ।

ଖବର ଅନୁଯାୟୀ, କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.