ETV Bharat / entertainment

ଲାଲ୍‌ ସିଂ ଚଢା ରିଲିଜ, ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କୁ ଆଲିଆଙ୍କ ଅପିଲ

ରକ୍ଷାବନ୍ଧନ ଅବସରରେ ବଡ ପରଦାରେ ଆଜି ମୁକ୍ତିଲାଭ କରିଛି ଲାଲ ସିଂ ଚଢା ଏବଂ ରକ୍ଷା ବନ୍ଧନ । ଅଧିକ ପଢନ୍ତୁ

author img

By

Published : Aug 11, 2022, 3:16 PM IST

Updated : Aug 11, 2022, 3:25 PM IST

ବଡ ପରଦାରେ ରିଲିଜ ହେଲା ୨ଟି ନୂଆ ଫିଲ୍ମ ଲାଲ ସିଂ ଚଢା ଏବଂ ରକ୍ଷା ବନ୍ଧନ

ହାଇଦ୍ରାବାଦ: ରକ୍ଷାବନ୍ଧନ ଅବସରରେ ବଡ ପରଦାରେ ଆଜି (ଅଗଷ୍ଟ 11) ମୁକ୍ତିଲାଭ କରିଛି ଦୁଇଟି ଚର୍ଚ୍ଚିତ ବଲିଉଡ୍‌ ଫିଲ୍ମ ଲାଲ ସିଂ ଚଢା ଏବଂ ରକ୍ଷା ବନ୍ଧନ । ଲାଲ ସିଂ ଚଢାରେ ସୁପରଷ୍ଟାର ଅମୀର ଖାନ ଏବଂ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ହେଉଛି ହଲିଉଡ ଫିଲ୍ମ 'Forrest Gump'ର ଅଫିସିଆଲ୍ ହିନ୍ଦୀ ରିମେକ୍ । ଫିଲ୍ମ ରିଲିଜ ହେବା ପୂର୍ବରୁ ଅମିର ଖାନ ଏହାର ବୟକଟ୍‌କୁ ନେଇ ବହୁତ ନର୍ଭସ ଥିଲେ । ଗତକାଲି ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବଲିଉଡର ବଡ ତାରକାମାନେ ଏକାଠି ହୋଇଥିଲେ । ଏପଟେ ଆଲିଆ ଭଟ୍ଟ ନଣନ୍ଦ କରୀନା କପୁର ଖାନଙ୍କ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ।

Laal Singh Chaddha release
Laal Singh Chaddha release

ଆଲିଆ ଭଟ୍ଟ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି

ଉଲ୍ଲେଖନୀୟ ଯେ, ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି ଏବଂ ବହୁତ ଭଲ ଫିଲ୍ମ ବୋଲି କହିଛନ୍ତି । ଆଲିଆ ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ବହୁତ ଶାନଦାର ଚଳଚ୍ଚିତ୍ର, ପ୍ରେକ୍ଷାଳୟକୁ ଯାଇ ନିଶ୍ଚୟ ଦେଖନ୍ତୁ, ଏହାକୁ ହାତଛଡା କରନ୍ତୁ ନାହିଁ । ଏହି ଚଳଚ୍ଚିତ୍ରରେ ଅମିର ଖାନ ଏବଂ କରୀନା କପୁର ଖାନଙ୍କ ବ୍ୟତୀତ ଅଭିନେତ୍ରୀ ମୋନା ସିଂ ଏବଂ ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ନଜର ଆସିଛନ୍ତି । ନାଗା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି ।

କିଏ କେତେ ଫିସ୍‌ ନେଇଛନ୍ତି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅମୀର ଖାନ ଏହି ଚଳଚ୍ଚିତ୍ର ପାଇଁ 50 କୋଟି ଟଙ୍କା ଆଦାୟ କରିଛନ୍ତି । ଏଥିସହିତ କରୀନା କପୁର ଖାନ ଏହି ଚଳଚ୍ଚିତ୍ର ପାଇଁ ଫି ଭାବରେ 8 କୋଟି ଟଙ୍କା ପାଇଛନ୍ତି । ଦକ୍ଷିଣୀ ସିନେମାର ସୁପରଷ୍ଟାର ନାଗା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରି 6 କୋଟି ଫି ନେଇଛନ୍ତି । ଏଥିସହିତ ଅଭିନେତ୍ରୀ ମୋନା ସିଂ ଏହି ଫିଲ୍ମ ପାଇଁ 2 କୋଟି ଟଙ୍କା ନେଇଛନ୍ତି ।

ଅମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ଟକ୍କର

ଆଜି ବଡ ପରଦାରେ ୨ଟି ନୂଆ ଫିଲ୍ମ ‘ଲାଲ ସିଂ ଚଢା’ ଏବଂ ‘ରକ୍ଷା ବନ୍ଧନ’ ରିଲିଜ ହୋଇଛି । ଦେଖିବାକୁ ବାକି ରହିଲା କିଏ କାହା ଉପରେ ଭାରି ପଡୁଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’କୁ ଆନନ୍ଦ ଏଲ୍ ରୟ ନିର୍ଦ୍ଦେଶନା ଦେଇଛନ୍ତି । ୧୮୦ କୋଟି ବଜେଟରେ ପ୍ରସ୍ତୁତ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂ ଚଢା ଏବେଠୁ ୧୧ କୋଟି କଲେକ୍ସନ କରିଥିବାବେଳେ, ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ମାତ୍ର ୪ କୋଟି କଲେକ୍ସନ କରିବାରେ ସଫଳ ହୋଇଛି । ଏବେ ବକ୍ସ ଅଫିସରେ କେଉଁ ଫିଲ୍ମକୁ ଆଉ କେତେ ଭଲପାଇବା ମିଳୁଛି, ତାକୁ ହିଁ ଅପେକ୍ଷା ।

Last Updated : Aug 11, 2022, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.