ETV Bharat / entertainment

KWK 8: ରଣବୀରଙ୍କୁ ଟକ୍ସିକ୍‌ ଟ୍ୟାଗ୍‌ ନେଇ ମୁହଁ ଖୋଲିଲେ ଆଲିଆ, ସାରାଙ୍କ ମା' ରୋଲ ପ୍ଲେ ନେଇ ଏପରି କହିଲେ ବେବୋ

Koffee With Karan 8: କରଣ ଜୋହରଙ୍କ ଚାଟ୍ ଶୋ' ରେ କରୀନା କପୁର ଏବଂ ଆଲିଆ ଭଟ୍ଟ ନିଜ ଲାଇଫକୁ ନେଇ ଅନେକ ଖୁଲାସା କରିଛନ୍ତି । ଏହି ସମୟରେ ରଣବୀର କପୁରଙ୍କୁ ଟକ୍ସିକ କହିବା ନେଇ ଆଲିଆ ପ୍ରତିକ୍ରିୟା ଦେଇଥିବା ବେଳେ ଫିଲ୍ମରେ ସାରାଙ୍କ ମା' ରୋଲ ପ୍ଲେ ନେଇ ବେବୋ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 16, 2023, 1:53 PM IST

ରଣବୀରଙ୍କୁ ଟକ୍ସିକ କହିବା ନେଇ ମୁହଁ ଖୋଲିଲେ ଆଲିଆ, ସାରାଙ୍କ ମା' ରୋଲ ପ୍ଲେ ନେଇ ଏପରି କହିଲେ ବେବୋ

ହାଇଦ୍ରାବାଦ: କରଣ ଜୋହରଙ୍କ ଚାଟ୍ ଶୋ' କଫି ୱିଥ୍ କରନ୍ 8ରେ କରୀନା କପୁର ଏବଂ ସାରା ଅଲି ଖାନ ନଜର ଆସିଛନ୍ତି । ଆଜି ଏହି ଲାଟେଷ୍ଟ ଏପିସୋଡ ଓଟିଟିରେ ଷ୍ଟ୍ରିମିଂ ହୋଇଛି । ଯେଉଁଥିରେ ଉଭୟ ଅଭିନେତ୍ରୀ ନିଜ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଥିବା ଦେଖିବାକୁ ମିଳିଛି । ଆଲିଆ ଭଟ୍ଟଙ୍କ ସ୍ୱାମୀ ତଥା ବଲିଉଡର ସୁପରଷ୍ଟାର ରଣଭୀର କପୁରଙ୍କୁ ଟକ୍ସିକ ସ୍ୱାମୀ କହିବା ନେଇ ମୁହଁ ଖୋଲିଥିବା ବେଳେ ସାରାଙ୍କ ମାତା ଭୂମିକାରେ ଅଭିନୟ ନେଇ ପ୍ରତିକ୍ରିୟା ଦେଇଛନ୍ତି କରୀନା କପୁର ଖାନ ।

ରଣବୀର କପୁରଙ୍କ ଲିପଷ୍ଟିକ୍ ମନ୍ତବ୍ୟ ବିବାଦ ଉପରେ କରଣ ଜୋହର ଆଲିଆଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଆଲିଆ ଏହାର ଉତ୍ତରରେ କହିଛନ୍ତି, 'ରଣବୀର କପୁରଙ୍କୁ ଏକ ଟକ୍ସିକ ତଥା ନିୟନ୍ତ୍ରଣକାରୀ ସ୍ୱାମୀ ବୋଲି କହି ଅନେକ୍‌ ଟ୍ରୋଲ କରାଯାଇଥିଲା । ମୋ ଟିମ୍ ମୋତେ ଏହା ବିଷୟରେ କହିଥିଲେ । ରଣବୀର ଲୋକଙ୍କଠାରୁ ବହୁତ ଅଲଗା, କିନ୍ତୁ ସେ ଆଦୌ ଟକ୍ସିକ୍‌ ନୁହଁନ୍ତି, ଲୋକମାନେ ତାଙ୍କୁ ଭୁଲ ବୁଝୁଛନ୍ତି, ଯେତେବେଳେ ତାଙ୍କୁ କେହି ଟକ୍ସିକ ବୋଲି କୁହନ୍ତି, ମୋତେ ବହୁତ ଖରାପ ଲାଗେ । ପ୍ରକୃତରେ, ଦୁଃଖର ବିଷୟ ହେଉଛି ସେହି ବ୍ୟକ୍ତି ଭୁଲ ନୁହେଁ, ଦୁନିଆ ତାଙ୍କୁ ଭୁଲ ବୋଲି ବିଚାର କରୁଛି ।'

ସୂଚନା ଥାଉ କି, କିଛି ମାସ ପୂର୍ବରୁ ଆଲିଆ ଭଟ୍ଟଙ୍କ ଏକ ଭିଡିଓ ସେୟାର ହୋଇଥିଲା । ଯେଉଁଥିରେ ଅଭିନେତ୍ରୀ ଲିପଷ୍ଟିକ୍ କିପରି ପ୍ରୟୋଗ କରିବେ ତାହା ବ୍ୟାଖ୍ୟା କରୁଥିଲେ, ଏହି ସମୟ ମଧ୍ୟରେ ଆଲିଆ କହିଥିଲେ ଯେ ରଣବୀର କପୁର ତାଙ୍କୁ ଲିପଷ୍ଟିକ୍ ପୋଛିବାକୁ କୁହନ୍ତି କାରଣ ସେ ଅଭିନେତ୍ରୀଙ୍କ ପ୍ରାକୃତିକ ଓଠକୁ ପସନ୍ଦ କରନ୍ତି । ଏହାପରେ ରଣବୀର କପୁରଙ୍କୁ ଟକ୍ସିକ ତଥା ନିୟନ୍ତ୍ରଣକାରୀ ସ୍ୱାମୀ କହି ଅନେକ୍‌ ଟ୍ରୋଲ କରିଥିଲେ ।

ସେପଟେ ତୈମୁର ଏବଂ ଜେହଙ୍କ ବ୍ୟତୀତ ସେ ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନଙ୍କ ବିଷୟରେ ବେବୋଙ୍କୁ ପ୍ରଶ୍ନ କରିଥିଲେ କରଣ । କରଣ ଜୋହର ଶୋ’ରେ କରୀନାଙ୍କୁ ପଚାରିଛନ୍ତି, 'ଯଦି ଆପଣଙ୍କୁ ଫିଲ୍ମରେ ସାରାଙ୍କ ମା' ଭୂମିକାରେ ଅଭିନୟ କରିବାକୁ କୁହାଯାଏ, ତେବେ ଆପଣ ଏହା କରିବେ କି ? ଏହାର ଉତ୍ତରରେ କରୀନା କହିଛନ୍ତି, ମୁଁ ଭାବୁଛି ମୁଁ ଜଣେ ଅଭିନେତ୍ରୀ ଏବଂ ମୁଁ ପ୍ରତ୍ୟେକ ବୟସର ଚରିତ୍ରରେ ଅଭିନୟ କରିପାରିବି । ତେଣୁ ଆପଣ କିଛି କହି ପାରିବେ ନାହିଁ । ଯଦି ଏହା ଏକ ଭଲ ଚରିତ୍ର ତେବେ ସମ୍ପୂର୍ଣ୍ଣ ଭାବରେ କରିବି । ଅଭିନୟ ସହ ଜଡ଼ିତ ସମସ୍ତ ବିଷୟ ପାଇଁ ମୁଁ ଓପେନ ରହିଛି ।'

ଏହା ମଧ୍ୟ ପଢନ୍ତୁ: କରନଙ୍କ ଶୋ'କୁ 'କଣ୍ଟ୍ରୋଭର୍ସିଆଲ ଓ୍ବିଥ କେ' କହିଲେ ଆଲିଆ

ସେପଟେ କରଣ ଆଲିଆଙ୍କୁ ଦୀପିକାଙ୍କୁ ତାଙ୍କ ପ୍ରତିଯୋଗୀ ବୋଲି ମାନନ୍ତି କି ବୋଲି ପଚାରିଥିଲେ ? ଏହାର ଜବାବରେ ଆଲିଆ ନମ୍ର ଭାବରେ 'ନା' କହିଥିଲେ ଏବଂ ଦୀପିକାଙ୍କୁ ଇଣ୍ଡଷ୍ଟ୍ରିରେ ତାଙ୍କର 'ସିନିୟର' ବୋଲି କହିଥିଲେ । ସେ କହିଥିଲେ, "ଆଦୌ ନୁହେଁ। ନା, ସେ କାହିଁକି ହେବେ ? ସେ ମୋର ସିନିୟର । ତାଙ୍କ ସହ ମୋର କୌଣସି ପ୍ରତିଯୋଗିତା ନାହିଁ ।" ଯଦିଓ ପ୍ରଶ୍ନ କରୀନାଙ୍କୁ ପଚରାଯାଇଥିଲା, ସେ ଏହାକୁ ଖଣ୍ଡନ କରି ଆଲିଆଙ୍କୁ ଏହାର ଉତ୍ତର ଦେବାକୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.