ETV Bharat / entertainment

ବେଲ ପରେ ବି ଜେଲ୍‌ରେ ରହିବେ KRK, ଜାଣନ୍ତୁ ପୂରା ମାମଲା

author img

By

Published : Sep 8, 2022, 7:09 AM IST

ଜାମିନ୍‌ ପାଇବା ପରେ ବି ଜେଲରେ ରହିବେ କେଆର୍‌କେ । କାରଣ ଅକ୍ଷୟ କୁମାର, ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିରୋଧରେ କରିଥିବା ବିବାଦୀୟ ଟ୍ୱିଟ୍ ସହ ବୋରିଭାଲି ମାଜିଷ୍ଟ୍ରେଟ୍ କୋର୍ଟରେ ବିଚାରାଧୀନ ଅଛି । ଅଧିକ ପଢନ୍ତୁ

ଜାମିନ୍‌ ମିଳିବା ପରେ ଜେଲ୍‌ରେ ରହିବେ KRK, ଜାଣନ୍ତୁ ପୂରା ମାମଲା

ହାଇଦ୍ରାବାଦ: ବଲିଉଡ ଅଭିନେତା କମାଲ ଆର୍‌ ଖାନ୍‌ ଓରଫ୍‌ କେଆର୍‌କେଙ୍କୁ ମଙ୍ଗଳବାର ଦିନ ମୁମ୍ବାଇ କୋର୍ଟ ଦ୍ୱାରା ଜାମିନ ପ୍ରଦାନ କରାଯାଇଛି । ନିକଟରେ କେଆର୍‌କେଙ୍କୁ ଭର୍ସୋଭା ପୋଲିସ ଯୌନ ନିର୍ଯାତନା ମାମଲାରେ ଗିରଫ କରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଜାମିନ୍‌ ପାଇବା ପରେ ବି କମଲ (Kamal R Khan) ଜେଲରେ ରହିବେ । କାରଣ ଅକ୍ଷୟ କୁମାର, ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିରୋଧରେ କରିଥିବା ବିବାଦୀୟ ଟ୍ୱିଟ୍ ସହ ବୋରିଭାଲି ମାଜିଷ୍ଟ୍ରେଟ୍ କୋର୍ଟରେ ବିଚାରାଧୀନ ଅଛି ।

କୋର୍ଟରେ KRK କ’ଣ କହିଲେ ?

ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଭର୍ସୋଭା ପୋଲିସ ରବିବାର ଦିନ KRKଙ୍କୁ ନିର୍ଯାତନା ମାମଲାରେ ଗିରଫ କରିଥିଲା ​​ଏବଂ ତାଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା । ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ତାଙ୍କ ଓକିଲଙ୍କ ଜରିଆରେ ଦାଖଲ ହୋଇଥିବା ଜାମିନ ଆବେଦନ ଉପରେ କମଲ କହିଛନ୍ତି ଯେ, ପ୍ରଥମ ସୂଚନା ରିପୋର୍ଟ (ଏଫ୍ଆଇଆର୍)ର ବିଷୟବସ୍ତୁ ପ୍ରାୟତଃ ଅଭିଯୋଗ ହୋଇଥିବା ଯୌନ ନିର୍ଯାତନା ଘଟଣା ସହିତ ମେଳ ଖାଉନାହିଁ ।

ଏହା ବି ପଢନ୍ତୁ: KRK Arrested: ପୁଣି ମହିଳାଙ୍କୁ ଅସଦାରଚଣ ଅଭିଯୋଗ, କମଲ ଆର୍‌ ଖାନ ଗିରଫ

ଓକିଲ କହିଛନ୍ତି...

ତାଙ୍କ ଓକିଲ କୋର୍ଟକୁ କହିଛନ୍ତି ଯେ, ‘‘ଘଟଣାର 18 ମାସ ପରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ତାହା ବି ପୀଡିତାଙ୍କ ବନ୍ଧୁ କହିବା ପରେ । ସେ ଆହୁରି ମଧ୍ୟ ଯୁକ୍ତି କରିଛନ୍ତି ଯେ, KRK ବିରୋଧରେ ଭାରତୀୟ ଦଣ୍ଡ ସଂହିତା ବିଭାଗ ଜାମିନଯୋଗ୍ୟ। KRKଙ୍କ ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ଜୁନ୍ 2021ରେ 27 ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗକୁ ଆଧାର କରି KRK ବିରୋଧରେ ଏକ ନିର୍ଯାତନା ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ‘‘ତାଙ୍କୁ ଏକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ବାହାନା କରି KRK ତାଙ୍କୁ ଭର୍ସୋଭା ସ୍ଥିତ ତାଙ୍କ ବଙ୍ଗଳାକୁ ଡାକିଥିଲେ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.