ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ଏବେ ଏହି ଅଭିନେତ୍ରୀ ନିର୍ମାତା ଭାବରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ କ୍ରିତି ଏହି ଖବର ସେୟାର କରିଛନ୍ତି । ନିଜ ପ୍ରଡକ୍ସନ ହାଉସର ନାଁ ଘୋଷଣା କରିବା ସହ ଟିଜର ସେୟାର କରିଛନ୍ତି । ସେପଟେ ବ୍ୟାନରରେ ପ୍ରଥମ ଫିଲ୍ମ ମଧ୍ୟ ଘୋଷଣା କରିଛନ୍ତି କ୍ରିତି ।
କ୍ରିତି ସାନନ୍ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଡକ୍ସନ୍ ହାଉସର ଟିଜର ସେୟାର କରି ନିଜ ପ୍ରଡକ୍ସନ ହାଉସର ନାଁ ଘୋଷଣା କରିଛନ୍ତି । ସେ ତାଙ୍କ ପ୍ରଡକ୍ସନ ହାଉସର ନାଁ (Blue Butterfly Films) 'ବ୍ଲୁ ବଟରପ୍ଲାଏ ଫିଲ୍ମସ୍' ରଖିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି,"ଏହି ନୂତନ ଆରମ୍ଭ ପାଇଁ ସେ ବହୁତ ଉତ୍ସାହିତ ଅଛି । ବର୍ତ୍ତମାନ ଗିଅର ପରିବର୍ତ୍ତନ କରିବାର ସମୟ ଆସିଛି । ମୁଁ 9 ବର୍ଷ ଧରି ଏହି ମ୍ୟାଜିକ୍ ଇଣ୍ଡଷ୍ଟ୍ରିରେ ମୋର ସ୍ୱପ୍ନ ସହ ବଞ୍ଚି ଆସୁଛି । ମୁଁ ଛୋଟ ଛୋଟ ପଦକ୍ଷେପ ନେଲି, ଶିଖିଲି, ନିଜକୁ ବିକଶିତ କଲି ଏବଂ ମୁଁ ଆଜି ଜଣେ ଅଭିନେତ୍ରୀ ହୋଇପାରିଛି। ଏବେ ମୁଁ ଚଳଚ୍ଚିତ୍ର ନିର୍ମାଣର ପ୍ରତ୍ୟେକ ଦିଗକୁ ପସନ୍ଦ କରୁଛି।''
କ୍ରିତି ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, "ବର୍ତ୍ତମାନ କିଛି ଅଧିକ ଶିଖି ଉନ୍ନତି କରିବା ସମୟ ଆସିଛି । କିଛି ନୂଆ କାହାଣୀ ଦେଖାଇବା ସମୟ ଆସିଛି ଯାହା ଆପଣଙ୍କ ଓ ମୋର ଉଭୟଙ୍କ ହୃଦୟକୁ ଛୁଇଁ ପାରିବ । ଏବେ କ୍ରମାଗତ ଭାବରେ ବିକାଶ ଏବଂ ନିଜର ସବୁଠାରୁ ସୁନ୍ଦର ସଂସ୍କରଣ ଖୋଜିବାର ଆବଶ୍ୟକତା ଅଛି । ଶେଷରେ ବଡ଼ ସ୍ବପ୍ନ ଏବଂ ଆଶା ସହ (Blue Butterfly Films) 'ବ୍ଲୁ ବଟରପ୍ଲାଏ ଫିଲ୍ମସ' ଆରମ୍ଭ କରିବାକୁ ନେଇ ଉତ୍ସାହିତ ରହିଛି ।"
ଏହା ମଧ୍ୟ ପଢନ୍ତୁ: ନୂଆ ଅନ୍ଦାଜରେ ଦର୍ଶକଙ୍କୁ ହସାଇବେ ବଲିଉଡର 3 ସୁନ୍ଦରୀ, ଜାଣନ୍ତୁ ଫିଲ୍ମ ଡିଟେଲ୍
ସେପଟେ ନିଜ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ଫିଲ୍ମ ମଧ୍ୟ ଘୋଷଣା କରିଛନ୍ତି କ୍ରିତି । ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ସୂଚନା ଦେଇଛନ୍ତି । ଫିଲ୍ମର ନାଁ "DO PATTI" । କ୍ରିତି, ଲେଖକ ତଥା ନିର୍ମାତା କନିକା ଧିଲୋନଙ୍କ ସହ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି । ଏହି ଫିଲ୍ମର ବଲିଉଡ ଅଭିନେତ୍ରୀ କାଜୋଲ, ଲେଖକ କନିକା ଧିଲୋନ ଏବଂ ମୋନିକାଙ୍କ ସହ ଏକ ଫଟୋ ସେୟାର କରି କ୍ରିତି ଲେଖିଛନ୍ତି, "DO PATTI" ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ । ଏହି କାହାଣୀ କହିବା ପାଇଁ ନେଟଫ୍ଲିକ୍ସର ଅପେକ୍ଷା ।"
କ୍ରିତି ସାନନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଆଦିପୁରୁଷ ଫିଲ୍ମରେ ଦେଖିବାକୁ ମିଳିଥିଲା । ଶୀଘ୍ର ସାହିଦ କପୁରଙ୍କ ସହ ଏକ ନୂଆ ଚଳଚ୍ଚିତ୍ରରେ କ୍ରିତି ସାନନଙ୍କୁ ପୁନଃ ଦେଖିବାକୁ ମିଳିବ । ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହା ବ୍ୟତୀତ ସେ ରାଜକୁମାର ରାଓଙ୍କ ସହ ଭେଡ଼ିଆ-୨, ଗଣପତ ଭାଗ-1ରେ ବି ନଜର ଆସିବେ ।