ETV Bharat / entertainment

Park Soo Ryun: କୋରିଆନ ଅଭିନେତ୍ରୀ ପାର୍କ ସୋ ରିୟୁନଙ୍କ ଦେହାନ୍ତ, ଅଙ୍ଗଦାନ କରିବେ ପରିବାର ଲୋକେ

author img

By

Published : Jun 13, 2023, 10:26 AM IST

ମାତ୍ର 29 ବର୍ଷ ବୟସରେ ଦୁନିଆକୁ ଅଲବିଦା କରିଛନ୍ତି କୋରିଆନ ଅଭିନେତ୍ରୀ ପାର୍କ ସୋ ରିୟୁନ । ଖବର ଅନୁଯାୟୀ, ସେ ଘରକୁ ଯିବାବେଳେ ସିଡ଼ିରୁ ପଡ଼ି ଯାଇଥିଲେ। ଏହାପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପରିବାର ଲୋକେ ଅଭିନେତ୍ରୀଙ୍କ ଅଙ୍ଗଦାନ କରିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ସିଢିରୁ ପଡି କୋରିଆନ ଅଭିନେତ୍ରୀ ପାର୍କ ସୋ ରିୟୁନଙ୍କ ଦେହାନ୍ତ, ଅଙ୍ଗଦାନ କରିବେ ପରିବାରଲୋକେ

ହାଇଦ୍ରାବାଦ: କୋରିଆନ ଟିଭି ଧାରାବାହିକ 'ସ୍ନୋଡ୍ରପ'ରେ ଅଭିନୟ କରିଥିବା ଅଭିନେତ୍ରୀ ପାର୍କ ସୋ ରିୟୁନଙ୍କର ଦେହାନ୍ତ ହୋଇଛି। ଜୁନ୍ 11ରେ ଅଭିନେତ୍ରୀ ତାଙ୍କ ଘରକୁ ଯିବା ବେଳେ ସିଡ଼ିରୁ ଖସି ପଡିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି 29 ବର୍ଷୀୟା ଅଭିନେତ୍ରୀଙ୍କ ମୃତ୍ୟୁ ପରେ କେବଳ କୋରିଆନ ଇଣ୍ଡଷ୍ଟ୍ରି ନୁହେଁ ତାଙ୍କ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ସେପଟେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବା ନେଇ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ଅଭିନେତ୍ରୀଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା । ଫଳରେ ସେ ପ୍ରତିକ୍ରିୟାଶୀଳ ହେଉନଥିଲେ । ତାଙ୍କୁ ବଞ୍ଚାଇବାକୁ ଡାକ୍ତର ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖଳିଯାଇଛି । ଏଥିସହ ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଏବେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ସୋମ୍ପିରେ ପ୍ରକାଶିତ ଏକ ରିପୋର୍ଟରେ ପରିବାରବର୍ଗ ପାର୍କ ସୋ ରିୟୁନଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ ପାଇଛି । ଏହି ବିଷୟରେ କଥାବାର୍ତ୍ତା କରି ତାଙ୍କ ମା' କହିଛନ୍ତି, "କେବଳ ତାଙ୍କ ମସ୍ତିଷ୍କ ଆଉ କାମ କରୁନାହିଁ, ବରଂ ତାଙ୍କ ହାର୍ଟ ଏବେ ମଧ୍ୟ କାମ କରୁଛି। ଯଦି ତାଙ୍କ ହାର୍ଟ ଆଉ କାହା ଶରୀରରେ ଲାଗେ । ତେବେ ତାଙ୍କ ପିତାମାତା ଭାବରେ ଆମେ ଏହା ଭାବି ଖୁସି ହେବୁ । ପାର୍କ ସୋ ରିୟୁନଙ୍କ ପାର୍ଥିବ ଶରୀର ବର୍ତ୍ତମାନ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ରଖାଯାଇଛି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସୂଚନା ଥାଉ କି, ପାର୍କ ସୋ 2018ରେ "ଇଲ୍ ଟେନୋର" ସହ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ “ଫାଇଡିଂ କିମ ଜୋଙ୍ଗ ୱୁକ୍”, “ପାସିଂ ଥ୍ରୁ ଲଭ୍‌”, “ସିଦ୍ଧାର୍ଥ” ଏବଂ “ଦ ଡେ ଉଇ ଲଭ୍‌ଡ୍‌” ଭଳି ଅନେକ ଶୋ’ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଏଥିସହ ସେ କୋରିଆନ ଶୋ' 'ସ୍ନୋଡ୍ରପ'ରେ କାମ କରିଥିଲେ । ଏହି ସୋ' ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ଭୂମିକା ବିଷୟରେ କଥାବାର୍ତ୍ତା କରି ଅଭିନେତ୍ରୀ ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ସେୟାର କରିଥିଲେ । ସେ କହିଥିଲେ ଯେ ସୋ’ରେ ତାଙ୍କର ଭୂମିକା ବହୁତ ଛୋଟ ହୋଇଥିଲେ ମଧ୍ୟ ସେଟରେ ତାଙ୍କର ବେଶ ଯତ୍ନ ନିଆଯାଇଥିଲା । ଏହାସହ ସେ ପୁଣିଥରେ ଅଭିନେତା ଜୁଙ୍ଗ ହେ'ଙ୍କ ସହ କାମ କରିବାର ସୁଯୋଗ ପାଇବେ ବୋଲି ଆଶା ପ୍ରକଟ କରିଥିଲେ । ତେବେ ଏବେ ଅଭିନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.