ETV Bharat / entertainment

ବନ୍ଦ ହେଲା କରଣ ଜୋହରଙ୍କ ଟକ୍ ସୋ କଫି ଓ୍ବିଥ୍ କରଣ

କରଣଙ୍କ ଲୋକପ୍ରିୟ ସୋ କଫି ଓ୍ବିଥ୍‌ କରଣ ବିଷୟରେ ଏକ ଖବର ସାମ୍ନାକୁ ଆସୁଛି । ଏହି ସୋ'ର ପରବର୍ତ୍ତୀ ସିଜନ ଏବେ ଆଉ ଆସିବ ନାହିଁ । ଅଧିକ ପଢନ୍ତୁ

author img

By

Published : May 4, 2022, 3:01 PM IST

ବନ୍ଦ ହେଲା କରଣ ଜୋହରଙ୍କ ଟକ୍ ସୋ କଫି ଓ୍ବିଥ୍ କରଣ
ବନ୍ଦ ହେଲା କରଣ ଜୋହରଙ୍କ ଟକ୍ ସୋ କଫି ଓ୍ବିଥ୍ କରଣ

ହାଇଦ୍ରାବାଦ: ହିନ୍ଦୀ ସିନେମାର ଜଣେ ସଫଳ ନିର୍ଦ୍ଦେଶକ କରଣ ଜୋହରଙ୍କୁ ବଲିଉଡର 'ଜ୍ୟାକ୍ ଅଫ୍ ଅଲ୍' ମଧ୍ୟ କୁହାଯାଏ । କରଣ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ବଲିଉଡରେ ପ୍ରସିଦ୍ଧ ନୁହଁନ୍ତି ବରଂ ତାଙ୍କ ଡ୍ରେସିଂ ଷ୍ଟାଇଲ, ଆଙ୍କରିଂ ଏବଂ କମନ ସେନ୍ସ ପାଇଁ ମଧ୍ୟ ପ୍ରସିଦ୍ଧ । ବଡ ତାରକା ବି କରଣଙ୍କ କଥା କହିବା ପୂର୍ବରୁ ଭାବନ୍ତି । ଏଥିସହିତ କରଣ ଜୋହର ତାଙ୍କ ସେଲିବ୍ରେଟ ଟକ ସୋ 'କଫି ଓ୍ବିଥ୍‌ କରଣ'ରେ ଅନେକ ସେଲିବ୍ରିଟିଙ୍କୁ ନାକେଦମ କରିସାରିଛନ୍ତି । ଏବେ କରଣର ଏହି ଲୋକପ୍ରିୟ ସୋ ବିଷୟରେ ଏକ ଖବର ସାମ୍ନାକୁ ଆସୁଛି । କରଣ ଜୋହର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରାଇଛନ୍ତି ।

କରଣ ଜୋହର ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ ଏହି ସୋ’ର ପରବର୍ତ୍ତୀ ସିଜନ ଏବେ ଆଉ ଆସିବ ନାହିଁ। ଏହା ପୂର୍ବରୁ ଏକ ଖବର ଥିଲା ଯେ ସୋ’ର ସପ୍ତମ ସିଜନ୍ ଖୁବ୍ ଶୀଘ୍ର ଦର୍ଶକମାନେ ଦେଖିବେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବୟାନ ଜାରି କରି କରଣ ଜୋହର ଲେଖିଛନ୍ତି, 'ହେଲୋ, କଫି ଓ୍ବିଥଂ କରଣ ଗତ 6ଟି ସିଜନରୁ ଆପଣଙ୍କର ଏବଂ ମୋ ଜୀବନର ଏକ ଅଂଶ ଅଟେ । ମୋତେ ଲାଗୁଛି ଯେ ମୁଁ ପପ୍ ସଂସ୍କୃତି ଇତିହାସରେ ନିଜ ପାଇଁ ଏକ ଛୋଟ ସ୍ଥାନ ଖୋଦେଇ କରିଛି । ମୁଁ ଆପଣଙ୍କୁ ହୃଦୟରେ କହୁଛି ଯେ, ବର୍ତ୍ତମାନ କଫି ୱିଥ୍ କରଣର ନୂଆ ସିଜନ ଆସୁନାହିଁ ।

ମୁଁ ଆପଣଙ୍କୁ କହିବି ଯେ, କରଣ ଜୋହରଙ୍କ ଏହି ଲୋକପ୍ରିୟ ଟକ୍ ସୋ ଷ୍ଟାର୍ ୱାର୍ଲ୍ଡ ଚ୍ୟାନେଲରେ ଦେଖିବାକୁ ମିଳିଥିଲା ​​। ଏହି ଶୋ’ରେ ଅନେକ ସେଲିବ୍ରିଟିଙ୍କ ଗୁମର ଖୋଲିଥିଲା ତ ଅନେକ ସେଲିବ୍ରିଟି ସେମାନଙ୍କ ପ୍ରେମ ଜୀବନ ସହିତ ଜଡିତ କାହାଣୀକୁ ଖୋଲାଖୋଲି ଭାବରେ କହିଥଲେ । କେବଳ ଏତିକି ନୁହେଁ, କଙ୍ଗନା ରଣାଓ୍ବତ ମଧ୍ୟ ଏହି ଶୋ’ରେ ଏଣ୍ଟ୍ରି ମାରିଥିଲେ।

ସୂଚନାଯୋଗ୍ୟ ଯେ, ଆଜିକାଲି କରଣ ଜୋହର ଫିଲ୍ମ 'ରକି ଔର ରାନୀଙ୍କ ପ୍ରେମ କାହାଣୀ' ରେ ବ୍ୟସ୍ତ ଅଛନ୍ତି । କରଣ ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଚାରି ବର୍ଷ ପରେ କରଣ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.