ETV Bharat / entertainment

କଫି ୱିଥ କରନ ସିଜନ ୮: କରନଙ୍କ ମୁହଁ ବନ୍ଦ କଲେ କାଜଲ-ରାନୀ

Koffee With Karan 8 New Promo: କରନଙ୍କ ଚାଟ୍‌ ଶୋ' ସିଜନ 8ର ଆଗାମୀ ଏପିସୋଡର ଲାଟେଷ୍ଟ ପ୍ରମୋ ରିଲିଜ ହୋଇଛି । ଏହି ଶୋ'ରେ ଅଭିନେତ୍ରୀ କାଜଲ ଓ ରାନୀ ମୁଖାର୍ଜୀ ନଜର ଆସିବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 28, 2023, 8:14 AM IST

koffee with karan 8 new promo
koffee with karan 8 new promo

ମୁମ୍ବାଇ: କରନ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ' 'କଫି ୱିଥ କରନ' ଆଜିକାଲି ଶିରୋନାମାରେ ରହିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ ତାରକା ଏହି ଶୋ'ରେ ଅତିଥି ଭାବରେ ନଜର ଆସିଛନ୍ତି । ଏହି ସମୟରେ ଶୋ'ର ଏକ ନୂଆ ପ୍ରୋମୋ ରିଲିଜ ହୋଇଛି । ଯାହା ସ୍ୱତନ୍ତ୍ର ଏବଂ ମଜାଳିଆ ରହିଛି । ଶୋ'ର ଲାଟେଷ୍ଟ ଏପିସୋଡରେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଓ ରାନୀ ମୁଖାର୍ଜୀ ନଜର ଆସିବେ ।

ଇନ୍‌ଷ୍ଟାଗ୍ରାମ୍‌ରେ କରନ ଜୋହର କାଜଲ ଏବଂ ରାନୀ ମୁଖାର୍ଜୀଙ୍କ ଆଗାମୀ ଏପିସୋଡର ପ୍ରୋମୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'Kajol & Rani back on the Koffee couch & it’s nostalgia in the purest form ।' ଶୋ’ରେ କରନ ଜୋହରଙ୍କ ସହ ଉଭୟ ତାରକା ମଜା କରୁଥିବା ଏବଂ ଅନେକ ଖୁଲାସା କରୁଥିବା ନଜର ଆସିଛନ୍ତି । ରାନୀ ମୁଖାର୍ଜୀ ଶୋ'କୁ ଆସିବା ମାତ୍ରେ କରନଙ୍କୁ କହିଛନ୍ତି ଯେ ସେ ଆଜି ତାଙ୍କ ବିଷୟରେ ପ୍ରକାଶ କରିବେ । ଏହି ଏପିସୋଡରେ ସେ କରନଙ୍କ ବିଷୟରେ କହିବେ । ସେହିପରି ଏହା ଉପରେ କାଜୋଲ କହିଛନ୍ତି ଯେ ଏହି ଏପିସୋଡ ମଜାଦାର ହେବାକୁ ଯାଉଛି । ଯଦି ଏହା ହୁଏ ତେବେ ମୁଁ ଏହି ଏପିସୋଡକୁ ବହୁତ ପସନ୍ଦ କରିବି । ଏହାପରେ ଉଭୟ ଶୋ’ରେ କରଣଙ୍କ ସହ ମଜା କରିଛନ୍ତି ।

ସେହିପରି କଫି ୱିଥ କରନର ଲୋକପ୍ରିୟ ରାପିଡ ଫାୟାର ରାଉଣ୍ଡରେ ଯେତେବେଳେ କରନ ପଚାରିଥିଲେ କାଜୋଲଙ୍କର କେଉଁ ଫିଲ୍ମରେ ରାନୀଙ୍କର ଏକ ବିଶେଷ ରୂପ ଥିଲା । ତା’ପରେ କାଜୋଲ ବଜରକୁ ଦବାଇଥିଲେ କିନ୍ତୁ ଉତ୍ତର କହିପାରିନଥିଲେ । ଯାହା ପରେ ତିନିଜଣ ଏହାକୁ ନେଇ ହସିଥିଲେ । ସେହିପରି କରନ 'କୁଛ୍ କୁଛ୍ ହୋତା ହେ' ଫିଲ୍ମକୁ ନେଇ କହିଛନ୍ତି ଯେ, ତାଙ୍କ ପିତା ମଜାରେ କହିଥିଲେ କି ଏହି ଫିଲ୍ମ ଆମକୁ ରାସ୍ତାକୁ ଆଣିଦେଇଛି ।

ଏହା ମଧ୍ୟ ପଢନ୍ତୁ- କଫି ୱିଥ୍ କରଣ ଶୋ'ରେ ନଜର ଆସିବେ ବରୁଣ-ସିଦ୍ଧାର୍ଥ, ଅଭିନେତା କରଣଙ୍କୁ ଦେଲେ ନୂଆ ନାଁ

ନଭେମ୍ବର ୩୦ରେ କାଜଲ ଏବଂ ରାନୀ ମୁଖାର୍ଜୀଙ୍କ ସହ ଏହି ଲାଟେଷ୍ଟ ଏପିସୋଡ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବାକୁ ଯାଉଛି । ପୂର୍ବରୁ କରନଙ୍କ ଶୋ'ରେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ର ଅଭିନେତା ବରୁଣ ଧବନ, ସିଦ୍ଧାର୍ଥ ମଲହୋତ୍ରା ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ଫିଲ୍ମକୁ ନେଇ ଅନେକ କଥା ପ୍ରକାଶ ପାଇଥିଲା । ତେବେ ଆଗାମୀ ଏପିସୋଡ୍‌ ଗୁଡିକରେ ଜାହ୍ନବୀ କପୁର, କାଜୋଲ, ରାନୀ ମୁଖାର୍ଜୀ, ଅଜୟ ଦେବଗନ୍, ରୋହିତ ଶେଟ୍ଟୀ, ଏବଂ ବିକି କୌଶଲ ନଜର ଆସିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.