ETV Bharat / entertainment

କେକେଙ୍କ ମୃତ୍ୟୁ ନେଇ ବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ଲୋକପ୍ରିୟ ବଲଉଡ୍‌ ଗାୟକ କେକେ କୋଲକାତାରେ ଏକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ ସମୟରେ ଦୁର୍ଭ୍ୟଗ୍ୟପୂର୍ଣ୍ଣ ଭାବେ ଦୁନିଆକୁ ଅଲବିଦା କହିଥିଲେ । 3 ସପ୍ତାହ ମଧ୍ୟରେ କେକେଙ୍କ ମୃତ୍ୟୁ ସମ୍ପର୍କିତ ଆଫିଡେଭିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ (Calcutta Highcourt) । ଅଧିକ ପଢନ୍ତୁ

author img

By

Published : Jun 21, 2022, 8:49 AM IST

କେକେଙ୍କ ମୃତ୍ୟୁ ନେଇ ବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ
କେକେଙ୍କ ମୃତ୍ୟୁ ନେଇ ବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କୋଲକାତା: ବଲିଉଡ ପ୍ରସିଦ୍ଧ ଗାୟକ କେକେ କୋଲକାତାରେ ସଙ୍ଗୀତ ପରିବେଷଣ ସମୟରେ ଦୁନିଆକୁ ଅଲବିଦା କହିଥିଲେ । ଘଟଣାର ତଦନ୍ତ ଚାଲିଛି । ଏ ନେଇ ରାଜ୍ୟ ସରକାରଙ୍କ ମନ୍ତବ୍ୟ ଲୋଡିଛନ୍ତି କୋଲକାତା ହାଇକୋର୍ଟ । କେକେଙ୍କ ମୃତ୍ୟୁ ନେଇ ହାଇକୋର୍ଟରେ 3ଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଗୋଟିଏ ମାମଲାରେ CBI ତଦନ୍ତ ଦାବି ହୋଇଥିଲା । ଆସନ୍ତା 3 ସପ୍ତାହ ମଧ୍ୟରେ କେକେଙ୍କ ମୃତ୍ୟୁ ସମ୍ପର୍କିତ ଆଫିଡେଭିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ ରାଜର୍ଷି ଭରଦ୍ବାଜଙ୍କ ଗଠିତ ଖଣ୍ଡପୀଠ ଜନସ୍ବାର୍ଥ ମାମଲାର ଶୁଣାଣି କରିଛନ୍ତି । ଗୋଟିଏ ମାମଲାରେ କେକେଙ୍କ କାର୍ଯ୍ୟକ୍ରମ ପରିଚାଳନା ନେଇ ପ୍ରଶ୍ନ ଉଠିଥିଲା । ଅନ୍ୟ ଏକ ମାମଲାରେ ଭବିଷ୍ୟତରେ ଏପରି ଆଉ କେଉଁ କଳାକାରଙ୍କ ସହ ଏପରି ନ ହେଉ ବୋଲି କୁହାଯାଇଥିଲା । ଗୋଟିଏ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଥିଲା । କୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ।

ରାଜ୍ୟ ଅଡଭୋକେଟ୍‌ ଜେନେରାଲ ସୌମେନ୍ଦ୍ରନାଥ ମୁଖାର୍ଜୀ କହିଛନ୍ତି ଯେ, "କେକେଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ତେବେ କୋର୍ଟ 3 ସପ୍ତାହ ମଧ୍ୟରେ ରାଜ୍ୟର ମନ୍ତବ୍ୟ ଲୋଡିଛନ୍ତି । ପ୍ରକାଶ ଥାଉ କି, ମଇ 31ରେ କୋଲକାତାର ନରଜୁଲ ମଞ୍ଚରେ ସଙ୍ଗୀତ ପରିବେଷଣବେଳେ କେକେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦିନେ ତାଙ୍କ ଗୀତରେ ଝୁମୁଥିବା ଶ୍ରୋତା ଆଜି ତାଙ୍କୁ ଝୁରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.