ETV Bharat / entertainment

KK Birth Anniversary, ବାପାଙ୍କୁ ମନେପକାଇ ଭାବବିହ୍ୱଳ ଝିଅ ତମାରା, ଲେଖିଲେ କୋହଭରା ପୋଷ୍ଟ

author img

By

Published : Aug 23, 2022, 10:42 PM IST

ଆଜି ହେଉଛି କେକେଙ୍କର ଜନ୍ମ ବାର୍ଷିକୀ (KK Birth Anniversary) । ଏହି ଖାସ୍‌ ଦିନରେ ତାଙ୍କ ଝିଅ ସମେତ ପ୍ରଶଂସକମାନେ ଗାୟକଙ୍କୁ ମନେ ପକାଇ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ବାପାଙ୍କୁ ମନେପକାଇ ଭାବବିହ୍ବଳ ଝିଅ ତମାରା, ଲେଖିଲେ କୋହଭରା ପୋଷ୍ଟ

ହାଇଦ୍ରାବାଦ: ସବୁ ଦିନ ପାଇଁ ନିରବି ଯାଇଛନ୍ତି ସ୍ୱରର ଯାଦୁଗର କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେ। ସମସ୍ତଙ୍କ ଗହଣରୁ ନେଇସାରିଛନ୍ତି ଅଲବିଦା । କେକେଙ୍କର ଅକାଳ ବିୟୋଗରେ ସାରା ଦେଶ ଚକିତ ହୋଇଯାଇଥିଲା । ଆଜି ହେଉଛି କେକେଙ୍କର ଜନ୍ମ ବାର୍ଷିକୀ (KK Birth Anniversary) । ଏହି ଖାସ୍‌ ଦିନରେ ତାଙ୍କ ଝିଅ ସମେତ ପ୍ରଶଂସକମାନେ ଗାୟକଙ୍କୁ ମନେ ପକାଇଛନ୍ତି।

ଗାୟକ କେକେଙ୍କ ଝିଅ ତମାରା ତାଙ୍କ ପିତାଙ୍କ ଜନ୍ମ ବାର୍ଷିକୀରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ତମାରା ପୋଷ୍ଟରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ବାପା, ତୁମକୁ ମିସ୍‌ କରୁଛି ଏବଂ 500 ଥର ଓ୍ବିଶ୍‌ କରିସାରିଲାଣି, ତୁମ ସହିତ ଜଗି ବସିବା.. ଏକାଠି କେକ୍‌ ଖାଇବା..., ମୁଁ ଆଶା କରୁଛି ତୁମେ ମଧ୍ୟ ବହୁତ କେକ୍‌ ଖାଉଥିବ ଏବଂ ହଁ ତୁମେ ବ୍ୟସ୍ତ ହୁଅ ନାହିଁ, ଆମେ ମାଆକୁ ଆଜି ଦୁଃଖିତ ହେବାକୁ ଦେବୁ ନାହିଁ । ଆମେ ତାକୁ ଆଜି ଏତେ ହଇରାଣ କରିବୁ ଯେ ସେ ରାଗି ଯିବ, ଆଶା କରୁଛୁ ଆଜି ରାତିରେ ଆମେ ଗୀତ ଗାଉଥିବାର ତୁମେ ଶୁଣିପାରିବ, ଏହା ସବୁ ତୁମ ପାଇଁ ବାପା ।'

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ମେ 31 ତାରିଖରେ ଗାୟକ କେକେଙ୍କର ଅକାଳ ବିୟୋଗ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଥିଲା । ଏକ କନ୍‌ସର୍ଟରେ ସଂଗୀତ ପରିବେଷଣ କରିବାର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା। କୌଣସି ଅପ୍ରାକୃତିକ କାରଣ ନୁହେଁ ବରଂ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ମୃତ୍ୟୁକୁ ନେଇ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ଆଜି ମଧ୍ୟ ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.