ମୁମ୍ବାଇ: ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' (Kisi Ka Bhai Kisi Ki Jaan)ର ପ୍ରଥମ ଲୁକ୍ ସେୟାର କରିଥିଲେ । ଫଟୋରେ ଅଭିନେତାଙ୍କ ଲୁକ୍ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଟିଜର ରିଲିଜ ହୋଇଛି । ଏଥିରେ ସଲମାନ ଖାନଙ୍କ ଅନ୍ଦାଜକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ଆପଣ ସଲମାନ (Salman Khan)ଙ୍କ ଏପରି ଅବତାର ପୂର୍ବରୁ କେବେ ଦେଖି ନଥିବେ।
-
#KisiKaBhaiKisiKiJaan@VenkyMama @hegdepooja @TheRaghav_Juyal @siddnigam_off @jassiegill @ishehnaaz_gill @palaktiwarii @farhad_samji @ShamiraahN @RaviBasrur @SKFilmsOfficial pic.twitter.com/odwrPWmlXN
— Salman Khan (@BeingSalmanKhan) September 5, 2022 " class="align-text-top noRightClick twitterSection" data="
">#KisiKaBhaiKisiKiJaan@VenkyMama @hegdepooja @TheRaghav_Juyal @siddnigam_off @jassiegill @ishehnaaz_gill @palaktiwarii @farhad_samji @ShamiraahN @RaviBasrur @SKFilmsOfficial pic.twitter.com/odwrPWmlXN
— Salman Khan (@BeingSalmanKhan) September 5, 2022#KisiKaBhaiKisiKiJaan@VenkyMama @hegdepooja @TheRaghav_Juyal @siddnigam_off @jassiegill @ishehnaaz_gill @palaktiwarii @farhad_samji @ShamiraahN @RaviBasrur @SKFilmsOfficial pic.twitter.com/odwrPWmlXN
— Salman Khan (@BeingSalmanKhan) September 5, 2022
ଅଭିନେତା ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର 34 ବର୍ଷ ପୂରା ହେବା ଖୁସିରେ ଫିଲ୍ମ 'କିସି କା ଭାଇ କିସି କି ଜାନ' ଘୋଷଣା କରିଥିଲେ । ତା’ପରେ ସେ ନିଜର ଛୋଟ ଝଲକ ଦେଖାଇଲେ । ଏହାର ଠିକ 10 ଦିନ ପରେ ସଲମାନ ଅଫିସିଆଲ ଆକାଉଣ୍ଟରୁ ଫିଲ୍ମର ସର୍ଟ ଟିଜର ଭିଡିଓ ରିଲିଜ କରିଛନ୍ତି । ଏହି ଭିଡିଓରେ ସଲମାନ ଲଦାଖରେ ବୁଲୁଥିବାର ନଜର ଆସିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ଯେ ସେ ନିଜ କେଶ ଲମ୍ବା ରଖିଛନ୍ତି ଏବଂ ଚଷମା ପିନ୍ଧିଛନ୍ତି ।
ଅଭିନେତା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ମରୁଭୂମିରେ ବାଇକ୍ ଚଳାଉଥିବା ସଲମାନଙ୍କ ବ୍ୟାକଗ୍ରାଉଣ୍ଡରେ ଗୁଳିର ଶବ୍ଦ ମଧ୍ୟ ଶୁଣାଯାଉଛି । ଏହି ଭିଡିଓ ଆସିବା ମାତ୍ରେ ଇଣ୍ଟରନେଟ୍ରେ ଧମାଲ ମଚେଇ ଦେଇଛି । ପ୍ରଶଂସକମାନେ ସଲମାନ ଖାନଙ୍କ ନୂଆ ଅବତାରକୁ ବହୁତ ପସନ୍ଦ କରୁଛନ୍ତି । ଉଲ୍ଲେଖନୀୟ ଯେ, ଶେହନାଜ ଗିଲ ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରୁଛନ୍ତି।
ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ ଶେହନାଜ ଗିଲଙ୍କ ବ୍ୟତୀତ ପୂଜା ହେଗଡେ, ଦଗଗୁବତୀ ଭେଙ୍କଟେଶ, ଜାସି ଗିଲ, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ ଏବଂ ଭୀନାଲି ଭଟନଗର ମଧ୍ୟ ନଜର ଆସିବେ । ପୂର୍ବରୁ ଏହି ଚଳଚ୍ଚିତ୍ରର ନାମ ଥିଲା କଭି ଇଦ୍ କଭି ଦିୱାଲୀ ଥିଲା, କିନ୍ତୁ ପରେ ଏହାର ଟାଇଟଲ୍ କିସି କି ଭାଇ କିସି କି ଜାନରେ ପରିବର୍ତ୍ତିତ ହୋଇଥିଲା ।