ETV Bharat / entertainment

KKBKKJ Collection Day 3: ରିଲିଜ ସପ୍ତାହରେ ଏତିକି ଆୟ କଲା ସଲମାନଙ୍କ ଫିଲ୍ମ

author img

By

Published : Apr 24, 2023, 12:18 PM IST

ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ଦର୍ଶକଙ୍କୁ ହଲ୍‌କୁ ଟାଣିବାରେ ସକ୍ଷମ ହୋଇଛି । ଓପନିଂ ଏତେଟା ଭଲ ହୋଇନଥିବା ବେଳେ 2ୟ ଏବଂ 3ୟ ଦିନରେ ଫିଲ୍ମ ଭଲ ବ୍ୟବସାୟ କରିଛି । ତେବେ ଜାଣନ୍ତୁ, 3ୟ ଦିନରେ ଫିଲ୍ମର ଆୟ କେତେ ଥିଲା ?

ଉଦଘାଟନୀ ସପ୍ତାହରେ 50 କୋଟି ଅତିକ୍ରମ କଲା ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ଲାଗିଛି । ଇଦ୍ ଅବସରରେ ରିଲିଜ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ପ୍ରଥମେ ଏତେଟା ମାଇଲେଜ୍‌ ନେଇ ପାରିନଥିଲା । ବର୍ତ୍ତମାନ ପୁଣି ଦର୍ଶକଙ୍କ ମନ ଜିଣିବାରେ ସଫଳ ହେଉଛି ଫିଲ୍ମ । ପ୍ରଥମ ସପ୍ତାହରେ ଫିଲ୍ମର ଆୟ 50 କୋଟି ଅତିକ୍ରମ କରିଛି । ତେବେ ଏହି ସଫଳତା ଅନୁସାରେ ଫିଲ୍ମ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି ।

ଫିଲ୍ମ 'କିସି କା ଭାଇ କିସି କି ଜାନ' ରିଲିଜ ଦିନରେ 15.81 କୋଟି ଟଙ୍କା ଆଶା କରିଥିଲା, ଯାହା ଆଶାଠାରୁ କମ୍ ରହିଥିଲା ​। ଫଳରେ ଫିଲ୍ମଟି ଚାଲିପାରିବନି ବୋଲି ମତ ପ୍ରକାଶ ପାଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଆୟ ବଢିବାରେ ଲାଗିଛି । ଓପନିଂ ଏତେଟା ଭଲ ବ୍ୟବସାୟ ହୋଇନଥିବା ବେଳେ 2ୟ ଦିନ ଶନିବାର(ଏପ୍ରିଲ୍ 22)ଏବଂ 3ୟ ଦିନ ରବିବାର (ଏପ୍ରିଲ୍ 23)ରେ ଫିଲ୍ମ ଭଲ ବ୍ୟବସାୟ କରିଛି । ଏହି 2 ଦିନ ଛୁଟିଦିନ ଥିବାରୁ ଫ୍ୟାନ୍ସ ଫିଲ୍ମର ମଜା ଉଠାଇବା ସହ ଫିଲ୍ମର ଆୟ ଉପରେ ପ୍ରଭାବ ପଡିଥିବା କୁହାଯାଉଛି ।

'କିସି କା ଭାଇ କିସି କି ଜାନ' ଫିଲ୍ମ ପ୍ରଥମ ଦିନରେ (ଏପ୍ରିଲ୍ 21) 15.81 କୋଟି, ଦ୍ବିତୀୟ ଦିନରେ 25.75 କୋଟି ଏବଂ ତୃତୀୟ ଦିନରେ (ଏପ୍ରିଲ୍ 23) 26.25 କୋଟି ଟଙ୍କା ସଂଗ୍ରହ କରି ପ୍ରଥମ ସପ୍ତାହ ମୋଟ 60 କୋଟି ଟଙ୍କା ସଂଗ୍ରହ କରିଛି । ତେବେ ଦୁଇଟି ଛୁଟିଦିନରେ ମଧ୍ୟ ଆଶାନୂଯାୟୀ ଆୟ କରି ପାରିନି ସଲମାନଙ୍କ ଫିଲ୍ମ । ଫିଲ୍ମଟି ଅଧିକ ଆୟ ସହ ରେକର୍ଡ କରିବ ବୋଲି ଆଶା କରାଯାଇଥିଲା । ହେଲେ ତାହା ଏବେ ପର୍ଯ୍ୟନ୍ତ ପ୍ରତିଫଳିତ ହୋଇନାହିଁ । ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଛି । ତେବେ ସଲମାନଙ୍କ ଫିଲ୍ମ ଜଲୱା ଦେଖାଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସୂଚନା ଥାଉ କି, କିସି କା ଭାଇ କିସି କି ଜାନ ହେଉଛି ଫରହାଦ୍ ସମଜୀଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଫ୍ୟାମିଲି ଡ୍ରାମା ଫିଲ୍ମ । ଏହି ଫିଲ୍ମରେ ସଲମାନ ଖାନ ଶେହନାଜ ଗିଲ ଏବଂ ପଲକ ତିୱାରୀଙ୍କ ସମେତ ଅନେକ ଯୁବ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ବଲିଉଡରେ ଡେବ୍ୟୁ କରିଛନ୍ତି । ତେବେ ଏହି ଫିଲ୍ମରେ ସଲମାନଙ୍କ ଓ ଅଭିନେତ୍ରୀ ପୂଜା ହେଗଡେଙ୍କ ବ୍ୟତୀତ ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜେସି ଗିଲ୍‌, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟ୍ନାଗର ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.