ETV Bharat / entertainment

Kishore Kumar Death Anniversary: 4ଥର ବିବାହ କରିଥିଲେ, ତୃତୀୟ ପତ୍ନୀ ଧରିଥିଲେ ଏହି ଅଭିନେତାଙ୍କ ହାତ - କିଶୋର କୁମାର ଶ୍ରାଦ୍ଧବାର୍ଷିକୀ

ଭାରତୀୟ ପ୍ଲେ' ବ୍ୟାକ ଗାୟକ, ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା, ସଂଗୀତଜ୍ଞ, ସ୍କ୍ରିନ୍ ରାଇଟର୍ କିଶୋର କୁମାରଙ୍କ ଆଜି 36ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଆସନ୍ତୁ ଜାଣିବା କିଶୋର କୁମାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ଅଧିକ ପଢନ୍ତୁ

କିଶୋର କୁମାର
କିଶୋର କୁମାର
author img

By ETV Bharat Odisha Team

Published : Oct 13, 2023, 8:49 AM IST

Updated : Oct 13, 2023, 2:29 PM IST

ହାଇଦ୍ରାବାଦ: ବଲିଉଡର କିମ୍ବଦନ୍ତୀ ଗାୟକ କିଶୋର କୁମାର କେବଳ ବୃତ୍ତିଗତଙ୍କ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଥିଲେ ଚର୍ଚ୍ଚାରେ । କିଶୋର କୁମାରଙ୍କ ପ୍ରକୃତ ନାମ ଥିଲା ଆଭାସ କୁମାର । ଗାୟକ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ପ୍ରାୟ 1500 ଗୀତ ଗାଇଥିଲେ । ଏପରିକି କୁହାଯାଏ କିଶୋର ଦା 70 ଏବଂ 80 ଦଶକର ସବୁଠାରୁ ଦାମୀ ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଆଜି ଆମ ମଧ୍ୟରେ ନାହାଁନ୍ତି ସତ କିନ୍ତୁ ତାଙ୍କର ସ୍ମୃତି ସର୍ବଦା ଆମମାନଙ୍କ ସହିତ ଜୀବନ୍ତ ହୋଇ ରହିଛି । ହିନ୍ଦୀ ସିନେମାରେ ତାଙ୍କ ଅବିସ୍ମରଣୀୟ କାମକୁ ଆଜି ମଧ୍ୟ ସମସ୍ତେ ମନେ ପକାଉଛନ୍ତି । ସ୍ୱର ପାଇଁ କୋଟି କୋଟି ଶ୍ରୋତାଙ୍କ ହୃଦୟରେ ଘର କରିଥିବା ସେହି କିଶୋର କୁମାରଙ୍କର ଆଜି 36ତମ ଶ୍ରାଦ୍ଧବାର୍ଷିକୀ ।

କିଶୋର କୁମାରଙ୍କ ବଡ଼ ଭାଇ ଅଶୋକ କୁମାର ଥରେ କହିଥିଲେ ଯେ କିଶୋର ତାଙ୍କ ପିଲାଦିନେ ବହୁତ ବେସୁରା ଗୀତ ଗାଉଥିଲେ । ଅବଶ୍ୟ, ଏହି କିଶୋର ଆଗକୁ ଯାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଗାୟକ ବନିଥିଲେ । ଯଦି ଆମେ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା, କିଶୋର କୁମାରଙ୍କର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଚାରିଟି ବିବାହ ହୋଇଥିଲା । ଗାୟକଙ୍କ ପ୍ରଥମ ବିବାହ ରୁମା ଗୁହା, ଦ୍ୱିତୀୟ ବିବାହ ମଧୁବାଲା, ତୃତୀୟ ବିବାହ ଯୋଗିତା ବାଲି ଏବଂ ଚତୁର୍ଥ ବିବାହ ଲୀଲା ଚନ୍ଦାବରକରଙ୍କ ସହିତ ହୋଇଥିଲା। ରିପୋର୍ଟ ଅନୁଯାୟୀ କିଶୋର କୁମାରଙ୍କ ତୃତୀୟ ପତ୍ନୀ ଯୋଗିତା ବାଲିଙ୍କର କିଶୋର କୁମାରଙ୍କ ଛାଡପତ୍ର ପରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାହ କରିଥିଲେ । ଏହି ସୂଚନା ପାଇବା ପରେ କିଶୋର କୁମାର ଏତେ ରାଗିଗଲେ ଯେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ଗୀତ ଗାଇ ନଥିଲେ ।

ଏହା ମଧ୍ୟ ପଢନ୍ତୁ: Kishore Kumar Birthday: ସ୍ବରର ଯାଦୁଗର କିଶୋର ଦା, ଆଜିବି ମତୁଆଲା କରେ ଏହି ସବୁ ଗୀତ

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, କିଶୋର କୁମାର ଥରେ ଜଣେ ନିର୍ଦ୍ଦେଶକଙ୍କ ହାତ କାମୁଡ଼ି ଦେଇଥିଲେ । ଏମିତି କି କିଶୋର କୁମାର ତାଙ୍କ ଘରେ ଏକ ବୋର୍ଡ ଲଗାଇଥିଲେ ଯେଉଁଥିରେ ଲେଖାଥିଲା, 'କିଶୋର କୁମାରଙ୍କ ପ୍ରତି ସାବଧାନ ରୁହ ।'

କିଶୋର କୁମାରଙ୍କ ଗୀତ

‘ରିମଝିମ୍ ଗିରେ ସାଓନ୍‌’ଠୁ ନେଇ ‘ରୂପ୍ ତେରା ମସ୍ତାନା’ ଗୀତ ଆଜି ମଧ୍ୟ ଦର୍ଶକଙ୍କ ଓଠରେ । ସେହିପରି ରୋମାଣ୍ଟିକ ଗୀତ ‘ମେରେ ଦିଲ୍ କେ ଚେନ୍’, ‘ଲଗଜା ଗଲେ’, ‘ମେରେ ସପନୋକି ରାନୀ କବ୍ ଆୟେଗି ତୁ’, ‘ମେରା ଜୀବନ କୋରା କାଗଜ’, ‘ମେରେ ମେହେବୁବ୍ କୟାମତ୍ ହୋଗୀ’ ଯେବେ ବାଜେ ଝୁମି ଉଠନ୍ତି ଶ୍ରୋତା । ସେହିପରି ହିନ୍ଦୀ ବ୍ୟତୀତ ବଙ୍ଗଳା, ମରାଠୀ, ଆସାମୀ, ଗୁଜୁରାଟୀ, କନ୍ନଡ, ଭୋଜପୁରୀ, ମଲାୟଲମ ଏବଂ ଉର୍ଦ୍ଦୁ ସମେତ ଅନେକ ଭାଷାରେ ନିଜ କଣ୍ଠର ଯାଦୁ ଦେଖାଇଥିଲେ କିଶୋର ଦା । ଗାୟକ ଭାବରେ 8 ଥର ଫିଲ୍ମ ଫେୟାର ପୁରସ୍କାର ଏବଂ ସଙ୍ଗୀତ ନିର୍ଦେଶନା ପାଇଁ ବହୁବାର ଫିଲ୍ମ ଫେୟାର ପୁରସ୍କାର ଜିତିଥିଲେ ।

Last Updated : Oct 13, 2023, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.