ETV Bharat / entertainment

କିଆରା ଆଡଭାନୀଙ୍କ ପ୍ରଥମ କରୱାଚୌଥ, ପୁଣି ଭ୍ୟାକସନରେ ଗଲେ ଆଦିତ୍ୟ-ଅନନ୍ୟା - ମୁମ୍ବାଇ ବିମାନବନ୍ଦରରେ ନଜର ଆସିଲେ ଆଦିତ୍ୟ ଅନନ୍ୟା

କଥାକଥିତ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଛନ୍ତି । ସେପଟେ ପ୍ରଥମ କରୱାଚୌଥ ଅବସରରେ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ କିଆରା ଆଡଭାନୀଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସିଦ୍ଧାର୍ଥଙ୍କ ପାଇଁ ପ୍ରଥମ କରୱାଚୌଥ କରିବେ କିଆରା ଆଡଭାନୀ, ପୁଣି ଭ୍ୟାକସନରେ ଗଲେ ଆଦିତ୍ୟ-ଅନନ୍ୟା

author img

By ETV Bharat Odisha Team

Published : Oct 29, 2023, 5:51 PM IST

ହାଇଦ୍ରାବାଦ: ଡେଟିଂକୁ ନେଇ ଶିରୋନାମାରେ ବଲିଉଡର ରୁମର୍‌ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ବାରମ୍ବାର ଏକାଠି ନଜର ଆସିବା ନେଇ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବର୍ତ୍ତମାନ ଉଭୟଙ୍କୁ ପୁଣି ବିମାନବନ୍ଦରରେ ଦେଖିବାକୁ ମିଳିଛି । ସୂଚନା ଅନୁସାର, ଅକ୍ଟୋବର 30ରେ ଅନନ୍ୟାଙ୍କ 25 ତମ ଜନ୍ମଦିନ ପାଳନ ଅବସରରେ ଏହି କପଲ ଭ୍ୟାକସନରେ ଯାଇଥିବା କୁହାଯାଉଛି ।

ଶୁକ୍ରବାର ଦିନ ମୁମ୍ବାଇରେ ଡେଟ ନାଇଟ ପରେ ଆଦିତ୍ୟ ଏବଂ ଅନନ୍ୟାଙ୍କୁ ଆଜି ସକାଳେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏୟାରପୋର୍ଟରେ ସ୍ପଟ ବେଳେ ଉଭୟ ପାପରାଜିଙ୍କୁ ପୋଜ ଦେଇଥିଲେ । ଏହି ସମୟରେ ଆଦିତ୍ୟ ଏକ ଧୂସର ଟି ସାର୍ଟ ଏବଂ ବ୍ଲାକ ରଙ୍ଗର ଡେନିମ୍ ପିନ୍ଧିଥିଲେ । ଅନନ୍ୟା ପିଙ୍କ ସାର୍ଟ ସହ ବ୍ଲୁ ପ୍ୟାଣ୍ଟରେ ନଜର ଆସିଥିଲେ । ଉଭୟ ବିମାନବନ୍ଦରକୁ ଯିବା ପୂର୍ବରୁ ଫ୍ୟାନ୍ସଙ୍କ ସହ ସେଲ୍ଫି ଏବଂ ପ୍ୟାପଙ୍କୁ ପୋଜ ଦେଇଥିଲେ । ତେବେ ଅନନ୍ୟାଙ୍କ 25 ତମ ଜନ୍ମଦିନ ପାଳନ ପାଇଁ ଉଭୟ ବାହାରକୁ ଯାଇଥିବା ଅନୁମାନ କରାଯାଉଛି ।

ସୂଚନା ଥାଉ କି, ଦୁହେଁ ଏକାଠି କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଯୋଗଦେବା ପରଠାରୁ ଆଦିତ୍ୟ ଏବଂ ଅନନ୍ୟାଙ୍କ ଡେଟିଂ ନେଇ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୁହେଁ ଏକାଠି ମନୀଷ ମଲହୋତ୍ରାଙ୍କ ଲାକ୍ମି ଫ୍ୟାଶନ ସପ୍ତାହରେ ରାମ୍ପ୍‌ ୱାକ୍‌ କରିଥିଲେ । ଫିଫା ବିଶ୍ୱକପ୍‌ର ସେମିଫାଇନାଲରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏଥିସହ କିଛି ମାସ ପୂର୍ବେ ସ୍ପେନରେ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠାରେ ଉଭୟଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ ହୋଇଥିଲା । ଏହା ପରେ ଉଭୟଙ୍କ ମୁଭି ଡେଟ ଏବଂ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: ଆଦିତ୍ୟ ଅନନ୍ୟାଙ୍କ ଡେଟିଂ ରୁମର, ଉପଦେଶ ଦେଇ ଏଭଳି ପ୍ରତିକ୍ରିୟା ରଖିଲେ ଚଙ୍କି ପାଣ୍ଡେ

ସେପଟେ ଏହି ସମୟରେ ବଲିଉଡର ଲୋକପ୍ରିୟ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ମଧ୍ୟ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଛି । କିନ୍ତୁ ସେମାନେ ବିବାହ ପରେ ପ୍ରଥମ କାରୱାଚୌଥ ପାଳନ କରିବାକୁ ଦିଲ୍ଲୀ ଯାଉଥିବା ନଜର ଆସିଛନ୍ତି । ଏହି ସମୟରେ ଉଭୟ ହ୍ବାଇଟ ଲୁକରେ ନଜର ଆସିଥିଲେ । ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଥାଉ କି, ସିଦ୍ଧାର୍ଥ ଏବଂ କିଆରା ଫେବୃଆରୀ 7ରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.