ETV Bharat / entertainment

ବୋଲ୍ଡ ସିନ୍‌ରେ ଭରପୁର Khatra Dangerous, ଫିଲ୍ମ ଦେଖାଇବାକୁ ମନା କରିଦେଲେ ଥିଏଟର୍ସ - ରାମ ଗୋପାଳ ବର୍ମା

ରାମ ଗୋପାଳ ବର୍ମାଙ୍କ ଫିଲ୍ମ ଖତ୍‌ରା ଡେଞ୍ଜରିଅସ୍‌ (Khatra Dangerous) ଆଜି ଅର୍ଥାତ 8 ଏପ୍ରିଲରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ଦେଶର ପ୍ରଥମ ଲେସବିୟାନ୍ କ୍ରାଇମ ଆକ୍ସନ୍ ଡ୍ରାମା ଫିଲ୍ମ ଅଟେ । କିନ୍ତୁ ଅନେକ ପ୍ରେକ୍ଷାଳୟ ଫିଲ୍ମ ରିଲିଜ୍ କରିବାକୁ ମନା କରି ଦେଇଛନ୍ତି । ଅଧିକ ପଢନ୍ତୁ

ବୋଲ୍ଡ ସିନ୍‌ରେ ଭରପୂର Khatra Dangerous, ଫିଲ୍ମ ଦେଖାଇବାକୁ ମନା କରିଦେଲେ ଥିଏଟର୍ସ

author img

By

Published : Apr 8, 2022, 2:01 PM IST

ହାଇଦ୍ରାବାଦ: ରାମ ଗୋପାଳ ବର୍ମାଙ୍କ ଫିଲ୍ମ ଖତ୍‌ରା ଡେଞ୍ଜରିଅସ୍‌ (Khatra Dangerous) ଆଜି ଅର୍ଥାତ 8 ଏପ୍ରିଲରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ଦେଶର ପ୍ରଥମ ଲେସବିୟାନ୍ (ସମଲିଙ୍ଗୀ ମହିଳା) କ୍ରାଇମ ଆକ୍ସନ୍ ଡ୍ରାମା ଫିଲ୍ମ ଅଟେ । ଲେସବିୟାନ୍ ରୋମାନ୍ସ ପ୍ରଦର୍ଶନ କରୁଥିବା ଏହି ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ସିନ୍‌ ଭରି ରହିଛି । ଫିଲ୍ମରେ ଇଣ୍ଟିମେସି ଏବଂ ଆଡଲ୍ଟ କଣ୍ଟେଣ୍ଟ ହେତୁ ଏହାକୁ ସେନ୍ସର ବୋର୍ଡରୁ ଏ ସାର୍ଟିଫିକେଟ୍ ମିଳିଛି । ବର୍ତ୍ତମାନ ରାମ ଗୋପାଳ ବର୍ମାଙ୍କ କହିବାନୁସାରେ, ଯେ ଲେସବିୟାନ୍ ଥିମ୍ ଉପରେ ଥିବାରୁ ଅନେକ ପ୍ରେକ୍ଷାଳୟ ଫିଲ୍ମ ରିଲିଜ୍ କରିବାକୁ ମନା କରି ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଓଡିଆ ଝିଅ ଅପସରା ରାଣୀ ଏବଂ ନୈନା ଗାଙ୍ଗୁଲି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

RGV ଏହା ଉପରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହା LGBT ସମ୍ପ୍ରଦାୟ ବିରୁଦ୍ଧରେ ଅଟେ। ଏହା ସହିତ, ସେ LGBT ସମ୍ପ୍ରଦାୟ ସହିତ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁ ସିନେମା ହଲ ତାଙ୍କର ସ୍କ୍ରିନିଂକୁ ମନା କରି ଦେଇଛନ୍ତି ତାଙ୍କ ମ୍ୟାନେଜମେଣ୍ଟ ବିରୋଧରେ ସ୍ୱର ଉଠାଇବେ । ସେ ଆହୁରି ଲେଖିଛନ୍ତି ଯେ, PVR ଏବଂ INOX ମୋ ଚଳଚ୍ଚିତ୍ର ଖତରାକୁ ସ୍କ୍ରିନ କରିବାକୁ ମନା କରୁଛନ୍ତି କାରଣ ଫିଲ୍ମର ଥିମ୍ ଲେସବିୟାନ୍ ଉପରେ ଆଧାରିତ ଏବଂ ଏହା ସେତେବେଳେ, ଯେତେବେଳେ ସୁପ୍ରିମକୋର୍ଟ ଧାରା 377 ହଟାଇ ଦେଇଛନ୍ତି ଏବଂ ସେନ୍ସର ମଧ୍ୟ ଫିଲ୍ମକୁ ପାସ୍‌ କରିଦେଇଛି । ଏହା ସ୍ପଷ୍ଟ ଭାବରେ ତାଙ୍କ ପରିଚାଳନା LGBT ସମ୍ପ୍ରଦାୟ ବିରୁଦ୍ଧରେ ଅଛି ।

ଏହା ବି ପଢନ୍ତୁ: Khatra Dangerous Trailer: ଆଡଲ୍ଟ ଫିଲ୍ମରେ ରୋମାନ୍ସ କରିବେ ଅପସରା ରାଣୀ

ରାମ ଗୋପାଳ ବର୍ମା ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ମୁଁ କେବଳ LGBT ସମ୍ପ୍ରଦାୟକୁ ନୁହେଁ ବରଂ ସମସ୍ତଙ୍କୁ PVR ଏବଂ INOX ବିରୁଦ୍ଧରେ ଠିଆ ହେବାକୁ ଅନୁରୋଧ କରୁଛି କାରଣ ଏହା ମାନବିକ ଅଧିକାରର ଉଲ୍ଲଂଘନ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.