ETV Bharat / entertainment

Katrina Kaif: ଏୟାରପୋର୍ଟରେ ଫ୍ୟାନ୍ସଙ୍କ ମଧ୍ୟରେ ଫସିଲେ କ୍ୟାଟ୍ରିନା

author img

By

Published : Jul 7, 2023, 10:55 PM IST

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅନେକ ପ୍ୟାନ୍ସ ରହିଛନ୍ତି। ତାଙ୍କର ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଏହିପରି କିଛି ଦୃଶ୍ୟ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ଅଧିକ ପଢନ୍ତୁ...

ଏୟାରପୋର୍ଟରେ ଫ୍ୟାନ୍ସଙ୍କ ମଝିରେ ଫସିଲେ କ୍ୟାଟ୍ରିନା, ମୁକୁଳିଲେ ଏପରି

ହାଇଦ୍ରାବାଦ: ବଲିଉଡ ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ ନିଜ ଅଭିନୟ ଯାଦୁରେ ସର୍ବଦା ଦର୍ଶକଙ୍କ ମନ ଜିତିଆସିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାଟ୍ରିନାଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି। ତାଙ୍କର ଗୋଟିଏ ଝଲକ ଦେଖିବାକୁ ଫ୍ୟାନ୍ସ ବେଶ ଉତ୍ସାହିତ ରହିଥାନ୍ତି। ତେବେ ବର୍ତ୍ତମାନ କ୍ଯାଟ୍ରିନାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଏଠାରେ ଅଭିନେତ୍ରୀଙ୍କ ସହ ସେଲ୍ଫି ନେବା ପାଇଁ ଫ୍ୟାନ୍ସଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ପ୍ରଶଂସକମାନେ କିପରି ସେମାନଙ୍କର ପ୍ରିୟ ଷ୍ଟାର ସହ ସେଲଫି କ୍ଲିକ୍ କରିବାକୁ ଉତ୍ସାହିତ ହେଉଛନ୍ତି ତାହା ଦେଖିବାକୁ ମିଳିଛି। ତେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ନକରି କ୍ୟାଟ୍ରିନା ମଧ୍ୟ ସେମାନଙ୍କ ସହ ଫଟୋ ପାଇଁ ପୋଜ୍ ଦେଇଥିଲେ। ଏହି ସମୟରେ, ପ୍ରଶଂସକଙ୍କ ମଧ୍ୟରେ କ୍ୟାଟ୍ରିନା ଫସି ଯାଇଥିଲେ। ପରେ ତାଙ୍କ ଅଙ୍ଗରକ୍ଷୀଙ୍କ ସାହାଯ୍ୟରେ ସେ ସେଠାରୁ ବାହାରିଥିଲେ।

ସୂଚନା ଥାଉ କି, କ୍ୟାଟ୍ରିନା କୈଫ ଆମେରିକାରୁ ଘରକୁ ଫେରିଛନ୍ତି। ଏହି ସମୟରେ କ୍ୟାଟ୍ରିନା ବ୍ଲୁ ଜିନ୍ସ ସହ ବ୍ରାଉନ ରଙ୍ଗର ସାର୍ଟ ସହ କାଜୁଆଲ ଲୁକରେ ନଜର ଆସିଥିଲେ। ଲୋକମାନେ କ୍ୟାଟ୍ରିନାଙ୍କ ଅଭିନୟ, ଷ୍ଟାଇଲିସ ଅନ୍ଦାଜ ଏବଂ ଲୁକକୁ ବେଶ ପସନ୍ଦ କରିଥାନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାଟ୍ରିନା କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି। ତେବେ ବିମାନବନ୍ଦରର ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ଏହାକୁ ଲାଇକ କରିବା ସହ ଅଭିନେତ୍ରୀଙ୍କ ଅନ୍ଦାଜକୁ ବେଶ ପ୍ରଶଂସା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଫିଲ୍ମରୁ ବାଦ ପଡିଲେ ପ୍ରିୟଙ୍କା-କ୍ୟାଟ୍ରିନା ! ନଜର ଆସିବେ ଏହି ଅଭିନେତ୍ରୀ

ଆଜିକାଲି କ୍ୟାଟ୍ରିନା କୈଫ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ବିବାହ ପରେ କେବଳ ଫୋନ୍ ଭୁତ ଫିଲ୍ମରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା। ଖୁବଶୀଘ୍ର ଟାଇଗର 3ରେ ନଜର ଆସିବେ କ୍ୟାଟ୍ରିନା। ଏହି ଫିଲ୍ମରେ ପୁଣି କ୍ୟାଟ୍ରିନା ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରୁଥିବା ନଜର ଆସିବେ। ତେବେ ଏହି ୟୋଡି ପୂର୍ବରୁ ପରଦାରେ କମାଲ କରିଥିବା ବେଳେ ପ୍ରଶଂସକମାନେ ଟାଇଗର 3କୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏଥିସହ କ୍ୟାଟ୍ରିନା କୈଫ ମଧ୍ୟ ଜୋୟା ଅଖତରଙ୍କ ଫିଲ୍ମ ଜି ଲେ ଜାରାରେ ମଧ୍ୟ ନଜର ଆସିବେ। ନିକଟରେ ଖବର ଆସିଥିଲା ​​ଯେ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ଫିଲ୍ମ ଜି ଜାରା ଫିଲ୍ମକୁ ବାଦ୍ ଛନ୍ତି। କିନ୍ତୁ ଫିଲ୍ମକୁ କ୍ୟାଟ୍ରିନା ନୁହଁ ଆଲିଆ ଏବଂ ପ୍ରିୟଙ୍କା ଫିଲ୍ମ ଛାଡିଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.