ETV Bharat / entertainment

Katrina Vicky: ସ୍ବାମୀ ବିକିଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ କ୍ଯାଟ୍ରିନା

author img

By

Published : Aug 6, 2023, 9:22 PM IST

ଗତ କିଛି ଦିନ ଧରି କ୍ୟାଟ୍ରିନା କୈଫ ମୁମ୍ବାଇରୁ ବାହାରେ ଥିଲେ । ଶନିବାର ରାତିରେ ଅଭିନେତ୍ରୀ ମୁମ୍ବାଇରେ ପହଞ୍ଚିଥିଲେ । ତେବେ କ୍ୟାଟ୍ରିନା ବିକିଙ୍କ ରବିବାର ଏକାଠି କ୍ବାଲିଟି ଟାଇମ୍‌ ବିତାଇଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀ ଉଭୟଙ୍କ କିଛି ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

Katrina Vicky: ସ୍ବାମୀ ବିକିଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ କ୍ଯାଟ୍ରିନା
Katrina Vicky: ସ୍ବାମୀ ବିକିଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ କ୍ଯାଟ୍ରିନା

ହାଇଦ୍ରାବାଦ: ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡର ଅନ୍ୟତମ ଦମ୍ପତି । ପ୍ରାୟତଃ ଉଭୟ ସେମାନଙ୍କର ଫଟୋ ସେୟାର କରିଥାଆନ୍ତି । କ୍ୟାଟ୍ରିନା କୈଫ୍‌ ପୁଣି ଥରେ ତାଙ୍କ ସ୍ୱାମୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଗତ କିଛି ଦିନ ହେବ କ୍ୟାଟ୍ରିନା କୈଫ ମୁମ୍ବାଇରୁ ବାହାରେ ରହିଥିଲେ । ତେବେ ଏବେ କ୍ୟାଟ୍ରିନା ଫେରିବା ପରେ ରବିବାର ସ୍ବାମୀ ତଥା ଅଭିନେତା ବିକିଙ୍କ ସହ କ୍ବାଲିଟି ଟାଇମ ଅତିବାହିତ କରିଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀ ଉଭୟଙ୍କ କିଛି ଫଟୋ ସେୟାର କରିଛନ୍ତି।

ସୋସିଆଲ ମିଡିଆରେ ବିକିଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ କ୍ଯାଟ୍ରିନା

କ୍ୟାଟ୍ରିନା ନିଜ ଇନଷ୍ଟାଷ୍ଟୋରୀରେ ଉଭୟଙ୍କ କିଛି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ, ବିକିଙ୍କୁ କଳା ସ୍ଲିଭଲେସ୍ ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଅନ୍ୟଟିରେ ବିକି ତାଙ୍କ ପତ୍ନୀ କ୍ୟାଟ୍ରିନାଙ୍କୁ କିସ୍ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ପରେ ଅନେକ ଫ୍ୟାନ୍ସ ଏବଂ ତାରାକା ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ୍‌ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେଇଛନ୍ତି । ସୂଚନା ଥାଉ କି, କ୍ୟାଟ୍ରିନାଙ୍କୁ ବିବାହ କରିବା ପରେ ବିକି ଜୁହୁର ଏକ 4 BHK ଆପାର୍ଟମେଣ୍ଟକୁ ସ୍ଥାନାନ୍ତର ହୋଇଥିଲେ, ଯାହାର ମାସିକ ଭଡ଼ା 8 ଲକ୍ଷ ଟଙ୍କା ।

କଫି ୱିଥ୍ କରଣ ଶୋ'ରେ କ୍ୟାଟ୍ରିନା କହିଥିଲେ ଯେ, ସେ ଜୋୟା ଅଖତରଙ୍କ ପାର୍ଟିରେ ବିକିଙ୍କୁ ଭେଟିଥିଲେ ଏବଂ ସେତେବେଳେ ସେମାନଙ୍କ ମଧ୍ୟରେ ଡେଟିଂ ଆରମ୍ଭ ହୋଇଥିଲା । ପରେ ବିକିଙ୍କ ସହ କ୍ୟାଟ୍ରିନା 9 ଡିସେମ୍ବର 2021ରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ବିବାହ କରିଥିଲେ । ପରିବାର, ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ପରସ୍ପରକୁ ସାତ ଜନ୍ମର ସାଥୀ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବିକି-କ୍ୟାଟଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ପ୍ଲାନରେ ଅଛନ୍ତି ଦମ୍ପତି

ସେପଟେ କ୍ୟାଟ୍ରିନାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, କ୍ୟାଟ୍ରିନା ସଲମାନ୍‌ ଖାନ୍‌ଙ୍କ ସହ ଆଗାମୀ ଆକ୍ସନ୍-ଥ୍ରୀଲର ଫିଲ୍ମ ଟାଇଗର-3ରେ ନଜର ଆସିବେ । ଚଳିତ ବର୍ଷ ଦିପାବଳୀ ଅବସରରେ ଏହି ସିନେମା ରିଲିଜ ହେବ । ସେ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମେରୀ ଖ୍ରୀଷ୍ଟମାସରେ ମଧ୍ୟ ବିଜୟ ସେଥୁପତିଙ୍କ ସହ ମଧ୍ୟ ନଜର ଆସିବେ କ୍ୟାଟ୍ରିନା । ଏଥିସହ ସେ ଫରହାନ ଅଖତରଙ୍କ ଆଗାମୀ ଚଳଚ୍ଚିତ୍ର ଜୀ ଲେ ଜରାରେ ମଧ୍ୟ ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସିବେ। ସେପଟେ ବିକିଙ୍କ କଥା କହିବାକୁ ଗଲେ, ବିକିଙ୍କୁ ଆଗାମୀ ଫିଲ୍ମ ସାମ୍ ବାହାଦୁରରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ତାଙ୍କୁ 'ଡଙ୍କି' ଏବଂ 'ମେରେ ମେହବୁବ ମେରେ ସନମ'ରେ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.