ହାଇଦ୍ରାବାଦ: ବଲିଉଡ 'ରୁହ ବାବା' କାର୍ତ୍ତିକ ଆର୍ଯ୍ୟନ ପୁଣି ଥରେ ବଡ ପରଦାରେ ନିଜ ଜଲୱା ଦେଖାଇଛନ୍ତି । କାର୍ତ୍ତିକଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ଗତକାଲି(ଗୁରୁବାର) ରିଲିଜ ହୋଇଛି । ଦର୍ଶକଙ୍କ ମନ ଜିତୁଛି ଫିଲ୍ମ । ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମକୁ ନେଇ ଫ୍ୟାନ୍ସ ଭଳ ପ୍ରତିକ୍ରିୟା ଦେଉଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଥମ ଦିନରେ ଫିଲ୍ମର ସଫଳତା ଦେଖି କାର୍ତ୍ତିକ ଆର୍ଯ୍ୟନ ବାପ୍ପାଙ୍କ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଫିଲ୍ମଟି ପ୍ରଥମ ଦିନରେ 9 କୋଟି ଟଙ୍କା ସଂଗ୍ରହ କରିଛି । ଏଥିସହ ଶନିବାର ଏବଂ ରବିବାର ଏହି 2 ଦିନ ବକ୍ସ ଅଫିସରେ ବଡ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ତେବେ ଫିଲ୍ମର ରିଭ୍ୟୁ ଦେଖି ଫିଲ୍ମଟି ବେଶ ସଫଳତା ହାସଲ କରିଥିବା ଜଣାପଡିଛି । ଏହି ସଫଳତା ଦେଖି କାର୍ତ୍ତିକ ସିଦ୍ଧିବିନାୟକ ମନ୍ଦିରକୁ ଯାଇ ବାପ୍ପାଙ୍କ ଆଶୀର୍ବାଦ ନେବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ବିପକ୍ଷରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନି ନଜର ଆସିଛନ୍ତି ।
ସୂଚନା ଥାଉ କି, ଏହାପୂର୍ବରୁ ଏହି କାର୍ତ୍ତିକ ଏବଂ କିଆରାଙ୍କୁ ଫିଲ୍ମ ଭୁଲ ଭୁଲେୟା 2ରେ ଦେଖିବାକୁ ମିଳିଥିଲା ଏବଂ ଫିଲ୍ମ 250 କୋଟିରୁ ଅଧିକ ବ୍ୟବସାୟ କରି ହିଟ ଫିଲ୍ମ ହୋଇଥିଲା । ଓପନିଂ ଦିନ 14 କୋଟି ସଂଗ୍ରହ କରିଥିଲା । ତେବେ ଏହି ୟୋଡିଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' 7 ରୁ 10 କୋଟି ଟଙ୍କା ସଂଗ୍ରହ କରିବ ବୋଲି କୁହାଯାଉଛି । ସତ୍ୟପ୍ରେମ ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଫିଲ୍ମର ନିର୍ମାତା ହେଉଛନ୍ତି ସାଜିଦ ନାଦିଆୱାଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସମୀର ବିଦ୍ବନ୍ସ । ତେବେ ଏହି ଫିଲ୍ମ ଜୁନ 16ରେ ରିଲିଜ କରିଥିବା ଆଦିପୁରୁଷ ଏବଂ ଗତ 26 ଦିନ ଧରି ବକ୍ସ ଅଫିସରେ ଜାରି ରହିଥିବା ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ ଜରା ହଟକେ ଜରା ବଚକେର ରୋଜଗାର ଉପରେ ପ୍ରଭାବ ପକାଇବାରେ ବୋଲି କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ: ପାସୁରୀ ଗୀତକୁ ନେଇ ରାଗିଲେ ଶୋଏବ ଅଖତର, କହିଲେ ଏମିତି
ସତ୍ୟପ୍ରେମ କି କଥାର ଗ୍ରାଣ୍ଡ ରିଲିଜ୍ ପୂର୍ବରୁ ନିର୍ମାତାମାନେ 28 ଜୁନ ଅର୍ଥାତ ବୁଧବାର ଦିନ ମୁମ୍ବାଇରେ ଫିଲ୍ମର ଏକ ଗ୍ରାଣ୍ଡ୍ ପ୍ରିମିୟର୍ ଇଭେଣ୍ଟର ଆୟୋଜନ କରିଥିଲେ । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀଙ୍କ ସହ ଟାଇଗର ଶ୍ରଫ୍, ସିଦ୍ଧାର୍ଥ ମଲହୋତ୍ରା, ପୂଜା ହେଗଡେ, ମୃଣାଲ ଠାକୁର, ଅନିଲ କପୁର, ଗଜରାଜ ରାଓଙ୍କ ସହ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ।