ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କର ଆଗାମୀ ଫିଲ୍ମ 'ଫ୍ରେଡି'ର ପ୍ରମୋସନ(Kartik Aaryan freddy promotions) ପାଇଁ ବ୍ୟସ୍ତ ଅଛନ୍ତି । ତେବେ ଏହି ପ୍ରମୋସନାଲ ମସ୍ତି ସମୟରେ କାର୍ତ୍ତିକଙ୍କୁ ସାରା ଅଲି ଖାନ ଓ ଅନନ୍ୟା ପାଣ୍ଡେଙ୍କ କିଛି ଭଲ ଗୁଣ ବିଷୟରେ କହିବାକୁ କୁହାଯାଇଥିଲା । ଯାହା ତାଙ୍କ ଜନ୍ମ ଦିନରେ ଉପହାର ରୂପେ ପାଇବାକୁ ଚାହିଁବେ । ପୂର୍ବରୁ ସାରା ଓ ଅନନ୍ୟାଙ୍କ ସହ କାମ କରିଥିବା କାର୍ତ୍ତିକ ବିଭିନ୍ନ ସମୟରେ ରୋମାଣ୍ଟିକ ଅନ୍ଦାଜରେ ସେମାନଙ୍କ ସହ ଯୋଡି ହୋଇଥିଲେ ।
- " class="align-text-top noRightClick twitterSection" data="
">
ଫିଲ୍ମ ଫ୍ରେଡି'ର ପ୍ରମୋସନ (Kartik Aaryan freddy promotions)ସମୟରେ ଯେତେବେଳେ ସାରାଙ୍କ ବିଷୟରେ ପଚରାଯାଇଥିଲା, ଏନେଇ 'ପ୍ୟାର କା ପଞ୍ଚନାମା' ଅଭିନେତା କାର୍ତ୍ତିକ କହିଛନ୍ତି ସାରା ଜଣେ ସ୍ପଷ୍ଟବାଦୀ ହୋଇଥିବା ସହ ସେ ତାଙ୍କ ଲଭ୍ ଆଜ୍ କଲ ର କୋ ଷ୍ଟାରଙ୍କ ବିଷୟରେ ମଧ୍ୟ ପ୍ରଶଂସା କରନ୍ତି । ଅନ୍ୟପଟେ ଶୁଣିବାକୁ ମିଳିଥିଲା ଯେ ଲଭ୍ ଆଜ୍ କଲ୍ ସୁଟିଂ ସମୟରେ ସାରା ଏବଂ କାର୍ତ୍ତିକ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଫିଲ୍ମ ରିଲିଜ୍ ପୂର୍ବରୁ ସେମାନେ ପରସ୍ପରଠୁ ଅଲଗା ହୋଇ ଯାଇଥିଲେ ।
- " class="align-text-top noRightClick twitterSection" data="
">
ଅନ୍ୟପଟେ 'ଭୁଲ ଭୁଲେୟା 2' ର ଅଭିନେତା ଅନନ୍ୟା ପାଣ୍ଡେ ଙ୍କ ବିଷୟରେ ପ୍ରଶଂସା କରି କହିଛନ୍ତି ଯେ, ସେ ବହୁତ ସ୍ନେହୀ ସ୍ବଭାବର । ସେ ଜଣେ ମଣିଷ ହିସାବରେ ବହୁତ ଭଲ ହେବା ସହ ସମସ୍ତଙ୍କ ସହିତ ଜଲଦି ମିଶି ଯାଆନ୍ତି ବୋଲି ସେ କହିଥିଲେ । ଅନ୍ୟପଟେ ଗତ ସପ୍ତାହରେ କାର୍ତ୍ତିକଙ୍କ ଜନ୍ମଦିନରେ ଅନନ୍ୟାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ- Drishyam 2 box office: ଦର୍ଶକଙ୍କ ମନ ଜିତୁଛି ଦୃଶ୍ୟମ 2
ତେବେ ଫ୍ରେଡି ଅଭିନେତା କାର୍ତ୍ତିକ ଆର୍ୟନ ନିର୍ଦ୍ଦେଶକ ରୋହିତ ଧୱନଙ୍କ ପାରିବାରିକ ମନୋରଞ୍ଜନ ଶେହେଜାଦା, ସତ୍ୟ ପ୍ରେମ କି କଥା ସହିତ ନିର୍ଦ୍ଦେଶକ ହନସଲ ମେହେତାଙ୍କ କ୍ୟାପଟେନ ଇଣ୍ଡିଆ ଓ କବୀର ଖାନ ରେ ମଧ୍ୟ ପରବର୍ତ୍ତୀ ସମୟରେ ନଜର ଆସିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ