ETV Bharat / entertainment

Satyaprem Ki Katha Bo Day 4: ଦର୍ଶକଙ୍କ ମନ ଜିତୁଛି ଫିଲ୍ମ, ରବିବାର କଲା ବମ୍ପର କଲେକ୍ସନ - ସତ୍ୟପ୍ରେମ କି କଥା କଲେକ୍ସନ

ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' । 2ୟ ଦିନରେ ଫିଲ୍ମର ଆୟରେ ହ୍ରାସ ଘଟିଥିବା ବେଳେ 3ୟ ଏବଂ 4ର୍ଥ ଦିନରେ ଫିଲ୍ମ ଭଲ କଲେକ୍ସନ କରିଛି । 4ର୍ଥ ଦିନରେ ଫିଲ୍ମ 12 କୋଟି ଆୟ କରିବା ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

ଦର୍ଶକଙ୍କ ମନ ଜିତୁଛି ସତ୍ୟପ୍ରେମ କି କଥା, ରବିବାର କଲା ବମ୍ପର କଲେକ୍ସନ

author img

By

Published : Jul 3, 2023, 10:07 AM IST

ହାଇଦ୍ରାବାଦ: ପୁଣି ଲୋକପ୍ରିୟତା ହାସଲ କରିଛନ୍ତି କାର୍ତ୍ତିକ କିଆରା ଯୋଡି । ପ୍ରଥମେ ଭୁଲ ଭୁଲେୟା 2ରେ ନିଜର ଜଲୱା ଦେଖାଇ ଦର୍ଶକଙ୍କ ମନ ଜିଣିଥିବା ଏହି ୟୋଡି ଏବଂ ପୁଣି ରିଲିଜ ହୋଇଥିବା ଫିଲ୍ମ 'ସତ୍ୟପ୍ରେମ କି କଥା' ସହ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । ସମୀର ବିଦୱାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ପ୍ରଥମ ଦିନରୁ ଭଲ ରୋଜଗାର କରୁଛି । ଏଥିସହ ସପ୍ତାହ ଶେଷରେ ଏହାର ସଂଗ୍ରହରେ ଏକ ଜବରଦସ୍ତ ଜମ୍ପ ହୋଇଛି । ରିଲିଜର 4 ଦିନରେ ଅର୍ଥାତ୍ ରବିବାରରେ ଫିଲ୍ମ 12କୋଟି ରୋଜଗାର କରିଛି ।

'ସତ୍ୟପ୍ରେମ କି କଥା' ପ୍ରଥମ ଦିନରେ 9.5 କୋଟି ଟଙ୍କା ସଂଗ୍ରହ କରିଥିଲା ​। ଏହା ସହିତ କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ତୃତୀୟ ବୃହତ୍ତମ ଉଦଘାଟନୀ ଚଳଚ୍ଚିତ୍ର ହୋଇପାରିଛି । ଏହା ପରେ ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାର ହ୍ରାସ ପାଇଥିଲା ଏବଂ ଏହା 7 କୋଟି ବ୍ୟବସାୟ କରିଥିଲା ​। କିନ୍ତୁ ସପ୍ତାହ ଶେଷରେ, ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ସଂଗ୍ରହ କରିଛି । ଶନିବାର ଦିନ ଏହି ଫିଲ୍ମ 10.10 କୋଟି ସଂଗ୍ରହ ହୋଇଥିଲା । ଫିଲ୍ମ ରିଲିଜର ଚତୁର୍ଥ ଦିନ ଅର୍ଥାତ୍ ରବିବାରରେ 12 କୋଟି ଟଙ୍କା ଆୟ କରିଛି । ଏହା ସହିତ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ 38.35 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସୂଚନା ଥାଉ କି, ସତ୍ୟପ୍ରେମ କି କଥାର ରିଲିଜ ହେବା ପୂର୍ବରୁ କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଫିଲ୍ମ ଶେହଜାଦା ବକ୍ସ ଅଫିସରେ ଫ୍ଲପ ହୋଇଥିଲା । କିନ୍ତୁ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ଭୁଲ୍ ଭୁଲେୟା 2 ବହୁତ ଭଲ ଆୟ କରି ହିଟ ହୋଇଥିଲା । ତେବେ କାର୍ତ୍ତିକଙ୍କ ପାଇଁ ସତ୍ୟପ୍ରେମ କି କଥା ଚଳିତବର୍ଷର 2ୟ ଫିଲ୍ମ ହୋଇଥିବା ବେଳେ କିଆରାଙ୍କ ପାଇଁ ଏହା ଚଳିତବର୍ଷର ପ୍ରଥମ ଫିଲ୍ମ ଅଟେ । ଫିଲ୍ମଟି ଭୁଲ ଭୁଲେୟା 2 ପରି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଚାଲିଲା କାର୍ତ୍ତିକ କିଆରା ଯାଦୁ, 3ୟ ଦିନରେ ଏତିକି କଲା ଆୟ

'ସତ୍ୟପ୍ରେମ କି କଥା'ରେ କାର୍ତ୍ତିକ ଆର୍ଯ୍ୟନ୍ ସତ୍ୟପ୍ରେମ ଅଗ୍ରୱାଲ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ କିଆରା ଆଡଭାନୀ ଏହି ଫିଲ୍ମରେ କଥା କପାଡିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସତ୍ୟପ୍ରେମ ଏବଂ କଥାର ଅନନ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରନ୍ଧେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.