ETV Bharat / entertainment

ଇଣ୍ଟରନେଟ୍‌ରେ ଧମାଲ ମଚାଇଲା ଆୟୁଷ୍ମାନଙ୍କ ପୋଷ୍ଟ, ଭୁଲ୍‌ ଜବାବ୍‌ ଦେଇ ଫ୍ୟାନ୍ସଙ୍କ ମୁହଁ ବନ୍ଦ କଲେ କାର୍ତ୍ତିକ !

ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନାଙ୍କ ପୋଷ୍ଟ । ଏହି ପୋଷ୍ଟରେ କାର୍ତ୍ତିକ ଆର୍ଯ୍ୟନ ଏପରି ଭୁଲ ଉତ୍ତର ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ଇଣ୍ଟରନେଟ୍‌ରେ ଧମାଲ ମଚାଇଲା ଆୟୁଷ୍ମାନଙ୍କ ପୋଷ୍ଟ, ଭୁଲ୍‌ ଜବାବ୍‌ ଦେଇ ଫ୍ୟାନ୍ସଙ୍କ ମୁହଁ ବନ୍ଦ କଲେ କାର୍ତ୍ତିକ

author img

By

Published : Jul 12, 2022, 7:29 PM IST

ହାଇଦ୍ରାବାଦ: ବଲିଉଡର ହିଟ୍ ଫିଲ୍ମ 'Vicky Donor' ଫେମ୍‌ ଆୟୁଷ୍ମାନ ଖୁରାନା ଫିଲ୍ମ ସହିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତେବେ ଆୟୁଷ୍ମାନଙ୍କୁ ଶେଷ ଥର ପାଇଁ ଅନୁଭବ ସିହ୍ନା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅନେକ’ରେ ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ରଟି ବିଶେଷ କିଛି ଖାସ୍‌ ହୋଇନଥିଲା । ବର୍ତ୍ତମାନ ପୁଣି ଥରେ ଆୟୁଷ୍ମାନ ଖୁରାନା ଲାଇମଲାଇଟକୁ ଆସିଛନ୍ତି । ଏଥର ଆଲୋଚନାରେ ଆସିବାର କାରଣ ହେଉଛି ତାଙ୍କ ସାର୍ଟଲେସ୍ ଫଟୋ, ଯାହା ଅଭିନେତା ସେୟାର କରି କିଛି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । କେବଳ ସେତିକି ନୁହେଁ, କାର୍ତ୍ତିକ ଏମିତି ଉତ୍ତର ଦେଇଛନ୍ତି ଯେ ବର୍ତ୍ତମାନ ଆଉ କେହି କିଛି କହିବା ଅବସ୍ଥାରେ ନାହାଁନ୍ତି ।

ଉଲ୍ଲେଖନୀୟ ଯେ, ଆୟୁଷ୍ମାନ ଖୁରାନା ଆଜିକାଲି ପରିବାର ସହିତ ଗ୍ରୀଷ୍ମ ଛୁଟି ଏନଜୟ କରୁଛନ୍ତି ଏବଂ ଫଟୋ ସେୟାର କରୁଛନ୍ତି । ଏଥିମଧ୍ୟରୁ ଆୟୁଷ୍ମାନଙ୍କ ଗୋଟିଏ ଫଟୋ ହଇଚଇ ସୃଷ୍ଟି କରିଦେଇଛି । ଏହି ଫଟୋରେ ଆୟୁଷ୍ମାନ ଖୁରାନା ସାୱରିୟା ପୋଜରେ ଟାୱେଲ ପିନ୍ଧି ବାଲକୋନୀରେ ଠିଆ ହୋଇଛନ୍ତି ଏବଂ କ୍ୟାପସନରେ ପଚାରିଛନ୍ତି, ମୁଁ କେଉଁଠାରେ ଅଛି ? ଏଥିସହ ସେ ଲେଖିଛନ୍ତି କି, ଉତ୍ତର ଭୁଲ ଦେବେ । ବର୍ତ୍ତମାନ ଆୟୁଷ୍ମାନଙ୍କ ଏହି ପୋଷ୍ଟ ପୂରା ବଲିଉଡରେ ଖେଳି ଯାଇଛି । ଏଥିରେ ସୋନାକ୍ଷୀ ସିହ୍ନା ଏବଂ ଅର୍ଜୁନ କପୁର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ଯାହାର ଭୁଲ ଉତ୍ତର ଅଧିକ ଧ୍ୟାନ ଆକର୍ଷଣ କରିଥିଲା ସେ ହେଉଛନ୍ତି ​​ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ଆୟୁଷ୍ମାନଙ୍କ ଏହି ଫଟୋରେ ଏକ ମଜାଳିଆ ଉତ୍ତର ଦେଇ ଅଭିନେତା ଲେଖିଛନ୍ତି, 'ମୋ ରୁମରେ' । କାର୍ତ୍ତିକଙ୍କ ଏହି ଉତ୍ତରକୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି ।

ଏହି ଉତ୍ତରରେ ଆୟୁଷ୍ମାନ ଖୁରାନା ପୁଣି ଲେଖିଛନ୍ତି, 'ମୁଁ ଆସି ବି ପାରେ, ବହୁ ଦୂରରେ ନାହିଁ...'। କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ୟୁରୋପରେ ଅଛନ୍ତି । ଏହି ହିସାବରେ ଆୟୁଷ୍ମାନ ପରିବାର ସହ ତାଙ୍କ ପାଖାପାଖି ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.