ETV Bharat / entertainment

Chandu Champion: ୮ ମିନିଟର ୱାର ସିନ୍ ସୁଟ କଲେ କାର୍ତ୍ତିକ, ଫଟୋ ସେୟାର କରି ନିର୍ମାତାଙ୍କୁ ଦେଲେ ଧନ୍ୟବାଦ

author img

By ETV Bharat Odisha Team

Published : Oct 12, 2023, 3:19 PM IST

କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ଆଗାମୀ ଫିଲ୍ମ ଚନ୍ଦୁ ଚାମ୍ପିଅନରେ ନଜର ଆସିବେ । ବର୍ତ୍ତମାନ ସେ ଏହାର ସୁଟିଂରେ ବ୍ୟସ୍ତ ଥିବା ବେଳେ ଅଜି ଅଭିନେତା ଫିଲ୍ମର ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ,

୮ ମିନିଟର ୱାର ସିନ୍ ସୁଟ କଲେ କାର୍ତ୍ତିକ, ଫଟୋ ସେୟାର କରି ନିର୍ମାତାଙ୍କୁ ଦେଲେ ଧନ୍ୟବାଦ

ହାଇଦ୍ରାବାଦ: ସତ୍ୟପ୍ରେମ କି କଥାର ସଫଳତା ପରେ ବଲିଉଡ ହ୍ୟାଣ୍ଡସମ ହଙ୍କ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଆଗାମୀ ଫିଲ୍ମ ଚନ୍ଦୁ ଚାମ୍ପିଅନରେ ଦେଖିବାକୁ ମିଳିବ । ନିକଟରେ ଅଭିନେତା ଫିଲ୍ମର ପ୍ରଥମ ସୁଟିଂ କାର୍ଯ୍ୟସୂଚୀ ଲଣ୍ଡନରେ ଶେଷ କରିଥିଲେ । ପୂର୍ବରୁ କାର୍ତ୍ତିକ ଏହି ଫିଲ୍ମ ନେଇ ଅପଡେଟ ସେୟାର କରୁଥିବା ବେଳେ ଆଜି ସେ ଫିଲ୍ମରୁ ତାଙ୍କର ନୂଆ ଲୁକ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି ।

କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ଚନ୍ଦୁ ଚାମ୍ପିଅନରୁ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ କାର୍ତ୍ତିକ ବନ୍ଧୁକ ଧରି ଆକ୍ସ ଅବତାରରେ ନଜର ଆସିଛନ୍ତି । ଏବଂ ଏହି ଫଟୋ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, ଏହି 8 ମିନିଟର ଲମ୍ବା ସିଙ୍ଗଲ୍ ୱାର ସିନ୍ ସଟ୍ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଏବଂ କଷ୍ଟସାଧ୍ୟ ମଧ୍ୟ ଥିଲା । କିନ୍ତୁ ଏହା ମୋ କ୍ୟାରିୟରର ସବୁଠାରୁ ସ୍ମରଣୀୟ ରହିଛି । କବୀର ଖାନ୍ ସାର୍ ମୋତେ ଏହି ସ୍ମରଣୀୟ ସିନ୍ ସହ ଯୋଡିଥିବାରୁ ଧନ୍ୟବାଦ ।

ଏହା ପୂର୍ବରୁ ମଧ୍ୟ କାର୍ତ୍ତିକ ଆର୍ଯ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ କାର୍ତ୍ତିକ ଆର୍ଯ୍ୟନ୍ ଚେୟାରରେ ବସି ଭିଲୁ ବାର୍ବରଙ୍କ ଠାରୁ ହେୟାର କଟ୍ କରୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଗଛରେ ହେୟାର କଟ୍ ର ପ୍ରାଇସ୍ ବୋର୍ଡ ମଧ୍ୟ ଲଗାଯାଇଥିଲା । ଯେଉଁଥିରେ କେଶ କାଟିବାର ଟଙ୍କା 7 ରୁ 5 ଟଙ୍କା ମଧ୍ୟରେ ରହିଥିଲା । ଏଥିସହ କାର୍ତ୍ତିକ ଆର୍ଯ୍ୟନ ମାତ୍ର 3 ଟଙ୍କାରେ ହେୟାର ଷ୍ଟାଇଲ କରିଥିଲେ । ଏହି ଭିଡିଓ ସେୟାର କରି କାର୍ତ୍ତିକ କ୍ୟାପସନରେ ଲେଖିଥିଲେ, ଚନ୍ଦୁ ଚାମ୍ପିଆନ ହେୟାର କଟ । ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦୂର ହେଲା କି ମତଭେଦ ? କଫି ୱିଥ୍ କରଣ ସିଜନ ୮ରେ ନଜର ଆସିପାରନ୍ତି କାର୍ତ୍ତିକ

ଚନ୍ଦୁ ଚମ୍ପିଆନ୍ ଫିଲ୍ମ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାଣ୍ଟ ପେଟକରଙ୍କ ବାୟୋପିକ୍ ଅଟେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଏକ କ୍ରୀଡା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ସାଜିଦ ନାଦିଆଡୱାଲା ଏବଂ ଭର୍ଦା ନାଦିଆଡୱାଲାଙ୍କ ତତ୍ତ୍ୱାବଧାନରେ ଲଣ୍ଡନରେ ପ୍ରଥମ କାର୍ଯ୍ୟସୂଚୀ ପୂରଣ କରିଛନ୍ତି । ଏହି ଫିଲ୍ମ 14 ଜୁନ୍ 2024 ରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.