ମୁମ୍ବାଇ: ବଲିଉଡର ବେବୋ ସବୁବେଳେ ନିଜ ସାନଦାର ଅନ୍ଦାଜ ଏବଂ ହଟ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ବେବୋ ବା କରିନା କପୁର ଖାନଙ୍କ ଅଗାମୀ ଫିଲ୍ମ ‘ ବ୍ୟାକିଂଘମ ମର୍ଡର’ର ପ୍ରିମିୟମ 67 ତମ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲ (BFI)ରେ 14 ଅକ୍ଟୋବର ଏବଂ 15 ଅକ୍ଟୋବରକୁ କରାଯାଇଥିଲା । ଯାହିକୁ ନେଇ ବେଶ ଖୁସି ଏବଂ ଏକ୍ସସାଇଟେଡ ଅଛନ୍ତି ବେବୋ । ଏହି ଫିଲ୍ମକୁ ହଂସଲ ମେତା ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଯୋଜନା କରିଛନ୍ତି ।
ତେବେ ନିକଟରେ କରିନା ତାଙ୍କ ଡିଜିଟାଲ ଡେବ୍ୟୁ ‘ଜାନେ ଜାନ'ର ସଫଳତାକୁ ନେଇ ଉତ୍ସାହିତ ଥିବା ବେଳେ ଫିଲ୍ମ 'ବକିଂଘମ୍ ମର୍ଡର'ର ପ୍ରିମିୟମରେ ଭାବବିହ୍ବଳ ହୋଇଛନ୍ତି । ତାଙ୍କ ଫିଲ୍ମ BFI ଲଣ୍ଡନରେ ପ୍ରଦର୍ଶିତ ହେବାକୁ ନେଇ ସେ ବେଶ ଖୁସି ପ୍ରକଟ କରିଛନ୍ତି । ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଫିଲ୍ମର କିଛି ଫଟୋ ଅପଲୋଡ କରି ଏକ ଲମ୍ବା ନୋଟ ମଧ୍ୟ ଲେଖିଛନ୍ତି ।
ଏମିତି ଏକ କ୍ୟାରେକ୍ଟର ପାଇଁ ଅପେକ୍ଷା ଥିଲା...
କରିନା କ୍ୟାପସନରେ ଲେଖିଛନ୍ତି, 'ଜାସ୍ ଏପରି ଏକ ଚରିତ୍ର ଯାହା ପାଇଁ ଗତ 23 ବର୍ଷ ଧରି ମୁଁ ଅପେକ୍ଷା କରିଥିଲି । ଏମିତି କିଛି ଥ୍ରୀଲର ଫିଲ୍ମର ମୁଁ ନିଜେ ପ୍ରଶଂସକ । ଏପରି ଫିଲ୍ମର ଫ୍ୟାନ ହୋଇଥିବାରୁ ମୁଁ କରାମଚାନ୍ଦଙ୍କ ଠାରୁ ହେଲେନ ମିରେନ, 'ହର୍କ୍ୟୁଲ ପାଏରେଟ' ପର୍ଯ୍ୟନ୍ତ । ସବୁ କିଛି ଏହି ଗୋଟିଏ ଫିଲ୍ମରେ ଦେଖିବାକୁ ପାଇଛି । ହଂସଲ ଏବଂ ଏକତା ମତେ 25 ପୃଷ୍ଠା ବିଶିଷ୍ଟ ଏକ ସ୍କ୍ରିପ୍ଟ ଦେଇଥିଲେ । ରାତି 1ଟାରୁ ଏହାକୁ ମୁଁ ପଢିବା ଆରମ୍ଭ କରିଥିଲି ଏବଂ ମୁଁ ଜାଣିଥିଲି ଯେଉଁ କ୍ୟାରେକ୍ଟର ଅପେକ୍ଷାରେ ମୁଁ ଥିଲି ତାହା ମତେ ମିଳି ଯାଇଛି । ’
ଏହା ମଧ୍ୟ ପଢନ୍ତୁ...ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜ
ସେ ଆହୁରି ମଧ୍ୟ କହିଛନ୍ତି, 'ଏକତା, ହଂସଲ ଏବଂ ମୁଁ କିଛି ଭିନ୍ନ ଧରଣର ଫିଲ୍ମ ନିର୍ମାଣ କରିବାକୁ ଚାହିଁଥିଲୁ । ତେବେ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲ (BFI)ରେ ଏହାର ପ୍ରିମିୟମ ହେବା ପରେ ମୁଁ ବେଶ ଖୁସି । ଜଣେ ଅଭିନେତ୍ରୀ ଏବଂ ନିର୍ମାତା ଭାବରେ ମୁଁ କେବେବି ଅଧିକ ନର୍ଭସ ଏବଂ ଉତ୍ସାହିତ ହୋଇ ନାହିଁ । କିନ୍ତୁ ଏହି ନୋଟ୍ ଟି ଲେଖିବା ସମୟରେ ମତେ ନର୍ଭସ ଏବଂ ଏକ୍ସସାଇଟ୍ମେଣ୍ଟ ଅନୁଭବ ହେଉଛି । ମୁଁ ମୋ ଫ୍ୟାନ୍ସମାନଙ୍କ ସହ ଏହାର କିଛି ଫଟୋ ସେୟାର କରିବାକୁ ଚାହିଁଛି ଯାହା ଜାସ୍ ଭାମରା ଅର୍ଥାତ ମୁଁ କରିଥିବା କ୍ୟାରେକ୍ଟର ନିଜେ ବଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ