ETV Bharat / entertainment

Kareena Kapoor: ହ୍ବାଇଟ୍‌ ଆଉଟଫିଟରେ ଫଟୋ ସେୟାର କଲେ କରୀନା, ଫ୍ୟାନ୍ସ କହିଲେ... - କରୀନା କପୁର ଫ୍ୟାଶନ ପାଇଁ ବେଶ୍ ଜଣାଶୁଣା

ଅଭିନୟ ବ୍ୟତୀତ କରୀନା କପୁର ଫ୍ୟାଶନ ପାଇଁ ବେଶ୍ ଜଣାଶୁଣା। ଅଭିନେତ୍ରୀ ତାଙ୍କର ନୂଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବସ୍ ଲୁକ୍ ଦେଖିବାକୁ ମିଳିଛି । ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଅଧିକ ପଢନ୍ତୁ

Kareena Kapoor: ହ୍ବାଇଟ ଆଉଟଫିଟରେ ଫଟୋ ସେୟାର କଲେ କରୀନା, ଫ୍ୟାନ୍ସ କହିଲେ ଏମିତି

author img

By

Published : Aug 9, 2023, 8:27 PM IST

ମୁମ୍ବାଇ: ବଲିଉଡର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରୀନା କପୁର ଖାନ ଅନ୍ୟତମ, ଯିଏକି ତାଙ୍କ ଫ୍ୟାଶନ ଏବଂ ଅନ୍ଦାଜ ସହ ପ୍ରଶଂସକଙ୍କ ମନ ଜିତିଥାନ୍ତି । ରେଡ୍ କାର୍ପେଟ୍ ହେଉ କିମ୍ବା କୌଣସି ଇଭେଣ୍ଟ ହେଉ, ବେବୋ ସବୁବେଳେ ଷ୍ଟାଇଲିସ୍ ଆଉଟ୍‌ଫିଟ୍‌ରେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ବସ୍ ଲୁକ୍‌ର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଏହି ଲୁକ୍ ତାଙ୍କ ପ୍ରଶଂସକଙ୍କୁ ଦିୱାନା କରିଛି । ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।

କରୀନା କପୁର ନିଜ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ଲେଡି ବସ୍ ଲୁକ୍‌ରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପ୍‌ସନରେ ଲେଖିଛନ୍ତି, "ବର୍ଷା ଦିନରେ ମୁଁ ହ୍ବାଇଟ ପୋଷାକ ପିନ୍ଧିବାକୁ ସାହସ ଜୁଟାଇଛି।" ଫଟୋଗୁଡ଼ିକରେ, ବେବୋଙ୍କୁ ଏକ ଧଳା ମିଡି ଡ୍ରେସ୍‌ରେ ଦେଖିବାକୁ ମିଳିଛି । କରୀନା କପୁର ଏହି ଡ୍ରେସ୍‌ ସହ ଗୋଲ୍ଡେନ ରଙ୍ଗର କାନଫୁଲ ପିନ୍ଧିଥିବା ବେଳେ ପନିଟେଲ ହେୟାର ଷ୍ଟାଇଲ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଥ୍ରୀ ଇଡିଏଟ୍‌ ସିକ୍ବେଲକୁ ନେଇ ରାଗିଲେ ବେବୋ ! ଦେଖନ୍ତୁ ଭିଡିଓ

ବେବୋ ପୋଷ୍ଟ କରିବା ମାତ୍ରେ ତାଙ୍କ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, 'ଦେବୀ କୁଇନ ଫେରି ଆସିଛନ୍ତି।' ଏହି ସମୟରେ ଆଉ ଜଣେ ପ୍ରଶଂସକ ତାଙ୍କୁ 'ଏନ୍ଜେଲ' (Angel) ବୋଲି କହିଛନ୍ତି । ଆଉ ଜଣେ ଲେଖିଛନ୍ତି, 'ହ୍ବାଇଟ୍‌ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛ । ତୁମର ଡ୍ରେସ୍‌ ସହ ଜଡିତ ସବୁକିଛି ପସନ୍ଦ ଆସିଛି । ଅନ୍ୟ ପ୍ରଶଂସକମାନେ ହ୍ବାଇଟ ହାର୍ଟ ଇମୋଜି ଦେଇଛନ୍ତି ।

କରୀନାଙ୍କ ୱାର୍କ୍‌ଫ୍ରଣ୍ଟ୍‌ କଥା କହିବାକୁ ଗଲେ, କରୀନାଙ୍କୁ ଶେଷଥର ଲାଲ ସିଂ ଚଡ୍ଡାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଅଭିନେତା ଆମୀର ଖାନଙ୍କ ବିପକ୍ଷରେ ନଜର ଆସିଥିଲେ । କିନ୍ତୁ ଏହି ଫିଲ୍ମ ଦର୍ଶକଙ୍କ ମନ ଜିତି ପାରିନଥିଲା । ଫଳରେ ବକ୍ସ୍‌ ଅଫିସରେ ଫ୍ଲପ୍ ହୋଇଥିଲା । ବର୍ତ୍ତମାନ କରୀନା କପୁରଙ୍କୁ ଅଭିନେତ୍ରୀ ତବୁ, କ୍ରିତି ସାନନ୍ ଏବଂ ଦିଲଜିତ୍ ଦୋସାଞ୍ଜଙ୍କ ସହ ଫିଲ୍ମ 'କ୍ରୁ'ରେ ଦେଖିବାକୁ ମିଳିବ । ଏଥିସହ ସେ ନିର୍ଦ୍ଦେଶକ ସୁଜୋୟ ଘୋଷଙ୍କ 'ଦ ଡିଭୋସନ ଅଫ୍ ସସ୍ପେକ୍ଟ ଏକ୍ସ' ଏବଂ ନିର୍ଦ୍ଦେଶକ ହଂସଲ ମେହେତାଙ୍କ 'ଦ ବକିଂହାମ୍‌ ମର୍ଡର୍ସ'ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.