ETV Bharat / entertainment

ତୈମୁରଙ୍କ ନାଁକୁ ନେଇ ଟ୍ରୋଲ ହୋଇଥିଲେ କରୀନା କପୁର, ଦୀର୍ଘ ବର୍ଷ ପରେ ମୁହଁ ଖୋଲିଲେ

କରୀନା କପୁର ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜାନେ ଜାନ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କର ବଡ଼ ପୁଅ ତୈମୁରଙ୍କ ନାମକୁ ନେଇ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 8:17 AM IST

ପୁଅର ନାଁ 'ତୈମୁର' ପାଇଁ ଟ୍ରୋଲ ହୋଇଥିଲେ କରୀନା କପୁର, ଦୀର୍ଘ ବର୍ଷ ପରେ ମୁହଁ ଖୋଲିଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଆଜିକାଲି ତାଙ୍କ OTT ଚଳଚ୍ଚିତ୍ର ଜାନେ ଜାନ ପାଇଁ ଶିରୋନାମାରେ ଅଛନ୍ତି । ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ । ବେବୋ ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ସମୟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କର ବଡ଼ ପୁଅ ତୈମୁରଙ୍କ ନାମକୁ ନେଇ ଖୁଲାସା କରିଛନ୍ତି ।

କରୀନା କପୁର 2016ରେ ପ୍ରଥମ ଥର ପାଇଁ ମା’ ହୋଇଥିଲେ । ଅଭିନେତ୍ରୀ ପୁଅ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । କରୀନା ଏବଂ ସୈଫ ଅଲି ଖାନ ପୁଅର ନାମ ତୈମୁର ଘୋଷଣା କରିବା ପରେ ଉଭୟଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଟ୍ରୋଲର ଶିକାର ହେବାକୁ ପଡିଥିଲା । ବର୍ତ୍ତମାନ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବେବୋ । କାହିଁକି ସେ ପୁଅର ନାମ ତୈମୁର ଦେଇଛନ୍ତି ତାହାର କାରଣ ମଧ୍ୟ କହିଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ତୈମୁର ନାମକରଣ ପଛରେ ଏକ ବିଶେଷ କାରଣ ଥିଲା । ସୈଫଙ୍କର ଜଣେ ପଡ଼ୋଶୀ ବନ୍ଧୁ ଥିଲେ ଯାହାଙ୍କ ସହ ସେ ବଢିଥିଲେ । ତାଙ୍କ ନାମ ତୈମୁର ଥିଲା । ସୈଫ ତାଙ୍କୁ ଏବଂ ତାଙ୍କ ନାମକୁ ବେଶ ପସନ୍ଦ କରୁଥିଲେ । ଏହି କାରଣରୁ, ସୈଫ କହୁଥିଲେ ଯେ 'ଯଦି ମୋର ପୁଅ ହେବ, ତେବେ ମୁଁ ତାଙ୍କ ନାମ ତୈମୁର ରଖିବି । କାରଣ ମୋ ପୁଅ ମୋର ପ୍ରଥମ ବନ୍ଧୁ ହେବ।'

କରୀନା ଆହୁରି ମଧ୍ୟ କହିଛନ୍ତି ଯେ 'ଏହି ନାମର ଅନ୍ୟ କୌଣସି ସମ୍ପର୍କ ନାହିଁ । ଲୋକେ ଯେତେବେଳେ ଏହି ନାଁକୁ ପସନ୍ଦ ନକରି ନାପସନ୍ଦ କରୁଛନ୍ତି ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ଡାକ୍ତରଖାନାରେ କାନ୍ଦୁଥିଲି । ଏହା କାହିଁକି ଘଟିଲା ମୁଁ ତଥାପି ବୁଝିପାରୁ ନଥିଲି । ଆମେ କାହାକୁ ଅପମାନିତ କରିବାକୁ ଚାହୁଁ ନଥିଲି । ଆମେ କାହାକୁ ଆଘାତ କରିବାକୁ ଚାହୁଁନଥିଲୁ । ମୁଁ ଚୁପ୍ ରହିଥିଲି । କିନ୍ତୁ ଏହା ମୋତେ ବହୁତ ଆଘାତ ଦେଇଥିଲା । ମୁଁ କେବଳ କହିବାକୁ ଚାହେଁ ଯେ କୌଣସି ମା' ଏବଂ ତାଙ୍କ ପିଲାଙ୍କୁ ଏହିପରି ଜିନିଷ ଦେଇ ଗତି ନକରନ୍ତୁ ।

ଏହା ମଧ୍ୟ ପଢନ୍ତୁ: କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

ଫିଲ୍ମ 'ଜାନେ ଜାନ୍‌' ସହ ଓଟିଟିରେ ଏଣ୍ଟ୍ରି କରିବେ ବେବୋ । ଏହି ଫିଲ୍ମକୁ ସୁଜୟ ଘୋଷ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଶୋଭା କପୁର । ଏହି ଫିଲ୍ମ 21 ସେପ୍ଟେମ୍ବରରେ କରୀନା କପୁର ଖାନଙ୍କ ଜନ୍ମଦିନରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ । ଏହି ଚଳଚ୍ଚିତ୍ରରେ କରୀନା ଖାନଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲବତ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.