ETV Bharat / entertainment

Karachi To Noida: ପ୍ରଥମ ଗୀତ 'ଚଲ୍ ପଡେ ହେ ହମ୍' ରିଲିଜ୍

author img

By

Published : Aug 21, 2023, 12:55 PM IST

ସାରା ଦେଶରେ ଲୋକପ୍ରିୟ ସଚିନ୍ ଏବଂ ସୀମା ହାଇଦାରଙ୍କ ପ୍ରେମ କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଯାହାର ପ୍ରଥମ ଗୀତ 'ଚଲ୍ ପଡେ ହେ ହମ୍' ଆଜି ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ,

ପ୍ରଥମ ଗୀତ 'ଚଲ୍ ପଡେ ହେ ହମ୍' ରିଲିଜ୍, ଏପରି 4 ପିଲାଙ୍କ ସହ ପାକିସ୍ତାନ ଛାଡିଥିଲେ ସୀମା

ହାଇଦ୍ରାବାଦ: ସଚିନ-ସୀମାଙ୍କର ପ୍ରେମ କାହାଣୀକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଲାଗି ରହିଛି । ଭାରତୀୟ ପ୍ରେମିକ ପାଇଁ 4 ପିଲାଙ୍କ ସହ ପାକିସ୍ତାନରୁ ଭାରତ ଆସିଥିଲେ ସୀମା ହାଇଦର । ବର୍ତ୍ତମାନ ବଡ ପରଦାରେ ଉଭୟଙ୍କ ଲଭଷ୍ଟୋରୀକୁ ନେଇ ଏକ ଫିଲ୍ମ ଦେଖିବାକୁ ମିଳିବ। ନିକଟରେ ନିର୍ମାତା ଅମିତ ଜାନୀ ସୀମା-ସଚିନଙ୍କ ପ୍ରେମ କାହାଣୀ ଏବଂ ସୀମାଙ୍କ ଚରିତ୍ର ଉପରେ ଏକ ଫିଲ୍ମ 'କରାଚି ଟୁ ନୋଏଡା' ଘୋଷଣା କରିଥିଲେ । ବର୍ତ୍ତମାନ ଫିଲ୍ମର ଥିମ୍ ଗୀତ 'ଚଲ୍ ପଡେ ହେ ହମ୍' ଆଜି ରିଲିଜ କରିଛନ୍ତି ନିର୍ମାତା ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ 'ଚଲ୍ ପଡେ ହେ ହମ୍' ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ସୀମା ହାଇଦରଙ୍କ ଭୂମିକାରେ ଫରହିନ୍ ଫଲକ ନଜର ଆସିବେ । ସେ ସୀମାଙ୍କ କାହାଣୀ ଦର୍ଶାଇବେ । ତେବେ ରିଲିଜ ଗୀତରେ ଫରହିନ୍ ନଜର ଆସିଛନ୍ତି ଏବଂ ସୀମା କିପରି ପାକିସ୍ତାନରୁ ଭାରତ ଆସିଥିଲେ ତାହା ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଗୀତକୁ ଗାୟକ ପ୍ରୀତି ସରୋଜ ନିଜର ସ୍ୱର ଦେଇଛନ୍ତି । ଏହି ଗୀତର ଲିରିକ୍ସ ଫିଲ୍ମର ନିର୍ମାତା ଅମିତ ଜାନି ଲେଖିଛନ୍ତି ଏବଂ ସଙ୍ଗୀତଟି ଶଶାଙ୍କ ଦୁର୍ଗଭନ୍ସିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଭରତ ସିଂ ।

ଗୀତରେ ଦର୍ଶାଯାଇଛି ଯେ ସୀମା ହାଇଦର ଚରିତ୍ରରେ ଅଭିନୟ କରୁଥିବା ଫରହିନ PUBG ଖେଳୁଥିବା ଦେଖିବାକୁ ମିଳିଛି । ଏହା ବି ଦର୍ଶାଯାଇଛି ଯେ ସୀମାଙ୍କୁ ପାକିସ୍ତାନରେ ଅନେକ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଥିଲା । ତା’ପରେ ସେ କିପରି ପାକିସ୍ତାନ ଛାଡି ଚାରି ସନ୍ତାନଙ୍କ ସହ ଭାରତ ଆସିଥିଲେ । ସୀମା ପାକିସ୍ତାନର ସିନ୍ଧ ପ୍ରଦେଶର ବାସିନ୍ଦା ଏବଂ ସେ ନେପାଳରୁ ଏକ ବସ୍‌ରେ ବେଆଇନ ଭାବେ ଭାରତକୁ ଆସିଥିଲେ । ଏଠାକୁ ଆସି ସେ ତ୍ରିରଙ୍ଗା ଧରିଛନ୍ତି । ହିନ୍ଦୁ ରୀତିନୀତି ପାଳନ କରିବା ସହ ଶାଢୀ ପିନ୍ଧି ମନ୍ଦିର ଯାଇ ପୂଜାପାଠ କରୁଥିବାର ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୀମା ହାଇଦରଙ୍କ ଉପରେ ନିର୍ମିତ ଫିଲ୍ମର ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଗୀତ

ସୂଚନା ଥାଉ କି, ଚଳିତ ବର୍ଷର ମେ ମାସରେ ସୀମା ଭାରତ ଆସିଥିଲେ । ଭାରତୀୟ ସଚିନଙ୍କ ସହ ମିଶି ସୀମା ଏତେ ଲୋକପ୍ରିୟ ହୋଇପାରିଛନ୍ତି ଯେ ତାଙ୍କ ଉପରେ ଏକ ଫିଲ୍ମ 'କରାଚି ଟୁ ନୋଏଡା' ନିର୍ମାଣ କରାଯାଇଛି । ତେବେ ଗୀତର ରିଲିଜ୍ ସହିତ ଫିଲ୍ମର ଟିଜର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଅଗଷ୍ଟ 27 ରେ ଫିଲ୍ମର ନିର୍ମାତା ମୁମ୍ବାଇରେ ଫିଲ୍ମର ଟିଜର ରିଲିଜ କରିପାରନ୍ତି । ତେବେ ଏହି ଫିଲ୍ମରେ ଫରହିନ୍ ଫାଲକ, ଶ୍ରିଷ୍ଟି ବନସଲ, କୟରା ନେଗି, ନିଶା ନେଗି, ସୁଶାନ୍ତ ରାଣା, ଚିତ୍ରା ଦାସ, ଅମନ ଏବଂ ସନ୍ଦେଶଙ୍କ ଭଳି କଳାକାର ନଜର ଆସିବେ । ଏହାପୂର୍ବରୁ ଅଗଷ୍ଟ 17 ରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.