ETV Bharat / entertainment

Film Kantara: ଅର୍ଥମନ୍ତ୍ରୀଙ୍କ ମନ ଜିିିଣିଲା ଫିଲ୍ମ କାନ୍ତାରା, ଭୂରିଭୂରି କଲେ ପ୍ରଶଂସା - Rishab Shetty Kantara movie

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଫିଲ୍ମ କାନ୍ତାରାର ପ୍ରଶଂସା କରିଛନ୍ତି । ଏହା ସହିତ ଋଷଭ ଶେଟ୍ଟୀଙ୍କର ମଧ୍ୟ ବହୁତ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ମନ ଜିିିଣିଲା ଫିଲ୍ମ କାନ୍ତାରା, ଛୁଟିଲା ପ୍ରଶଂସାର ସୁଅ

author img

By

Published : Nov 3, 2022, 1:05 PM IST

ବେଙ୍ଗାଲୁରୁ: ନିର୍ଦ୍ଦେଶକ ତଥା ଅଭିନେତା ଋଷଭ ଶେଟ୍ଟୀଙ୍କ କନ୍ନଡ ଚଳଚ୍ଚିତ୍ର 'କାନ୍ତାରା' (Kantara) ମଧ୍ୟ ହିନ୍ଦୀରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ରିଲିଜ ହେବା ପର ଠାରୁ ଲଗାତାର ଧୁଆଁଧାର କଲେକ୍ସନ କରିଆସୁଛି । ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରଶଂସା କରୁଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କିଛି ସ୍ୱେଚ୍ଛାସେବୀ ସହିତ ବୁଧବାର 'କାନ୍ତାରା' ଫିଲ୍ମ ଦେଖିଛନ୍ତି । ଏହା ପରେ ସେ ଟୁଇଟ୍ କରି ଫିଲ୍ମ ପାଇଁ ଋଷଭ ଶେଟ୍ଟୀଙ୍କୁ ପ୍ରଶଂସା କରିଛନ୍ତି । କେବଳ ନିର୍ମଳା ସୀତାରମଣ ନୁହେଁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଫିଲ୍ମ 'କାନ୍ତାରା'ର ପ୍ରଶଂସା କରିଛନ୍ତି ।

ଫିଲ୍ମ କାନ୍ତାରା ଦେଖିଲେ ନିର୍ମଳା ସୀତାରମଣ
ଫିଲ୍ମ କାନ୍ତାରା ଦେଖିଲେ ନିର୍ମଳା ସୀତାରମଣ
ଫିଲ୍ମ କାନ୍ତାରା ଦେଖିଲେ ନିର୍ମଳା ସୀତାରମଣ

ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ନିର୍ମଳା ସୀତାରମଣଙ୍କୁ ସ୍ୱେଚ୍ଛାସେବୀଙ୍କ ସହିତ ସିନେମା ହଲରେ ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟର ହ୍ୟାଣ୍ଡେଲରେ କାନ୍ତାରାର ପ୍ରଶଂସା କରି ଲେଖିଛନ୍ତି, "ସ୍ବେଚ୍ଛାସେବୀ ତଥା ଶୁଭେଚ୍ଛୁଙ୍କ ସହ ବେଙ୍ଗାଲୁରୁରେ କାନ୍ତାରା ଚଳଚ୍ଚିତ୍ର ଦେଖିଲି । (ଲେଖକ / ନିର୍ଦ୍ଦେଶକ / ଅଭିନେତା) ଋଷଭ ଶେଟ୍ଟୀ ଏହି ଚଳଚ୍ଚିତ୍ରକୁ ଭଲ ଭାବେ କରିଛନ୍ତି । ଫିଲ୍ମ ତୁଲୁବ ନାଡୁ ଏବଂ କରାବଲିର ସମୃଦ୍ଧ ପରମ୍ପରାକୁ ଦର୍ଶାଇଛି ।" ଋଷଭ ଶେଟ୍ଟୀ ମଧ୍ୟ ନିର୍ମଳା ସୀତାରମଣଙ୍କ ଟ୍ୱିଟକୁ ଉତ୍ତର ଦେଇ ଲେଖିଛନ୍ତି- "ଧନ୍ୟବାଦ ମ୍ୟାମ୍‌"। ନିକଟରେ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ କାନ୍ତାରା ଦେଖିବା ପରେ ଏହାକୁ ପ୍ରଶଂସା କରିଥିଲେ ।

  • Kantara is a low-budget film that showcases the culture of Karnataka.

    It has grossed nearly 20 times its investment. Investors and industry is attracted to India and the state that has very progressive policies: @PiyushGoyal #InvestKarnataka2022

    — Piyush Goyal Office (@PiyushGoyalOffc) November 2, 2022 " class="align-text-top noRightClick twitterSection" data=" ">

ମନ୍ତ୍ରୀ ପୀୟୁଷ ଗୋୟଲ ବୁଧବାର (ନଭେମ୍ବର 2) ବେଙ୍ଗାଲୁରୁରେ ଅନୁଷ୍ଠିତ ଗ୍ଲୋବାଲ୍ ଇନଭେଷ୍ଟର୍ସ ମିଟ୍ (ଜିଆଇଏମ୍) ରେ ଶିଳ୍ପପତି ଏବଂ ନିବେଶକମାନଙ୍କୁ ସେ 'କାନ୍ତାରା'ର ସଫଳତାର କାହାଣୀ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “କାନ୍ତାରା ହେଉଛି 16 କୋଟି ଟଙ୍କାର ବଜେଟରେ ନିର୍ମିତ ଏକ ଚଳଚ୍ଚିତ୍ର । ଏଥିରେ କର୍ଣ୍ଣାଟକର କଳା ଏବଂ ସଂସ୍କୃତିକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଏହି ଫିଲ୍ମ 300 କୋଟି ଟଙ୍କାର ବ୍ୟବସାୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ 'କାନ୍ତାରା'ର ସଫଳତା କିପରି ରିଟର୍ଣ୍ଣ ପାଇବ ସେନେଇ ଅନେକ କମ୍ପାନି ସହ ଦୃଷ୍ଟି ଆକର୍ଷଣ କରିଛି । ଗୋୟଲ ନିବେଶକମାନଙ୍କୁ କହିଛନ୍ତି ଯେ, କର୍ଣ୍ଣାଟକରେ ଶିଳ୍ପପତିଙ୍କ ଯୋଜନା ଏବଂ ସେମାନେ ଏଠାରେ କିପରି ନିଜର କାର୍ଯ୍ୟକଳାପକୁ ବିସ୍ତାର କରିବାକୁ ଚାହୁଁଛନ୍ତି ତାହା ଜାଣିବା ପରେ ଏହା ସେମାନଙ୍କୁ 'କାନ୍ତାରା'ର ସଫଳତାକୁ ମନେ ପକାଇ ଦେଇଛି ।

ଉଲ୍ଲେଖନୀୟ ଯେ, 'କାନ୍ତାରା' 14 ଅକ୍ଟୋବରରେ ସିନେମାରେ ହିନ୍ଦୀରେ ମୁକ୍ତିଲାଭ କରିଥିଲା ​​ଏବଂ ରିଲିଜ ହେବା ପରଠୁ ବକ୍ସ ଅଫିସରେ କମାଲ ଦେଖାଇ ଚାଲିଛି । ହୋମ୍ବଲେ ଫିଲ୍ମ ଦ୍ୱାରା ନିର୍ମିତ 'କାନ୍ତାରା'ରେ ଋଷଭ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ସଂଳାପ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ଋଷଭ ଶେଟ୍ଟୀଙ୍କ ବ୍ୟତୀତ ଷ୍ଟାର କାଷ୍ଟ ବିଷୟରେ କଥା ହେବା ତ, ପ୍ରମୋଦ ଶେଟ୍ଟୀ, ସପ୍ତମି ଗୌଡା, ଅଭିନେତା କିଶୋର ଏବଂ ଅଚ୍ୟୁତ କୁମାରଙ୍କ ଭଳି କଳାକାରମାନେ କାନ୍ତାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.