ETV Bharat / entertainment

Puneeth Rajkumar B'day: ମୃତ୍ୟୁ ପରେ ବି ପାଇଥିଲେ ଅନେକ ସମ୍ମାନ

author img

By

Published : Mar 17, 2023, 4:46 PM IST

କନ୍ନଡ଼ ସୁପରଷ୍ଟାର ପୁନିତ୍ ରାଜକୁମାର ଏ ଦୁନିଆରେ ଆଉ ନାହାନ୍ତି ସତ ହେଲେ ଫିଲ୍ମ ଦୁନିଆରେ ସେ ନିଜର ଛାପ ଛାଡ଼ି ଯାଇଛନ୍ତି । ଫଳରେ ତାଙ୍କ ମୃତ୍ୟୁ ପରେ ମଧ୍ୟ ବିଭିନ୍ନ ସଂଗଠନ ତଥା ଅନୁଷ୍ଠାନ ତଥା ସରକାର ତାଙ୍କୁ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ,

ମୃତ୍ୟୁ ପରେ ବି ଅନେକ ସମ୍ମାନ ପାଇଥିଲେ ପୁନିତ୍ ରାଜକୁମାର

ହାଇଦ୍ରାବାଦ: ଗତ ବର୍ଷ ହାର୍ଟ ଆଟାକ୍‌ରେ କନ୍ନଡ଼ ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ଅକାଳ ବିୟୋଗ ହୋଇଥିଲା । 1975 ମସିହା ମାର୍ଚ୍ଚ 17ରେ ଏହି ଅଭିନେତା ଜନ୍ମଗ୍ରହଣ କରିଥିଲେ। ଅଭିନେତା ପୁନିତ୍ ଆଜି ଏ ଦୁନିଆରେ ଆଉ ନାହାନ୍ତି ସତ ହେଲେ ଫିଲ୍ମ ଦୁନିଆରେ ସେ ଏକ ବଡ ଛାପ ଛାଡି ଯାଇଛନ୍ତି । ଏପରିକି ମୃତ୍ୟୁ ପରେ ମଧ୍ୟ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଖୁବ୍ କମ୍ କଳାକାର ଏଭଳି ଉପଲବ୍ଧି ପାଇ ପାରନ୍ତି ।

କନ୍ନଡ ସୁପରଷ୍ଟାର ପୁନିତ୍ ରାଜକୁମାର ସାଉଥ ଇଣ୍ତଷ୍ଟ୍ରିରେ ମଧ୍ୟ ନିଜ ଜଲୱା ଦେଖାଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ । ପୁନିତ ରାଜକୁମାର 3 ଦଶନ୍ଧିରୁ ଅଧିକ ସମୟର ଫିଲ୍ମି ଯାତ୍ରାରେ 32ଟି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏହା ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଥିଲେ ।

ପୁନିତ୍ ରାଜକୁମାର ଫିଲ୍ମ 'ବେଟାଡା ହୁଭୁ'ରେ' ରାମୁ'ର ଭୂମିକା ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମଧ୍ୟ ପାଇଥିଲେ। ପୁନିତ୍ ରାଜକୁମାରଙ୍କ ପ୍ରଥମ ଫିଲ୍ମ 2002 ମସିହାରେ ଆସିଥିଲା, ଯେଉଁଥିରେ ସେ 'ଆପୁ'ର ଚରିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିପାରିଥିଲେ । ଫଳରେ ଆଜି ବି ଲୋକେ ତାଙ୍କୁ ଆପୁ ନାମରେ ଜାଣିଛନ୍ତି ।

ତେବେ 29 ଅକ୍ଟୋବର 2021ରେ ପୁନିତ ରାଜକୁମାର କୁମାରଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 46 ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ପରେ କନ୍ନଡ ସିନେ ଜଗତ, ରାଜ୍ୟ ସରକାର ଏବଂ ଅନେକ ସଂଗଠନ ତାଙ୍କୁ ସମ୍ମାନ ଜଣାଇ ଅନେକ ଅନନ୍ୟ କାର୍ଯ୍ୟ କରିଥିଲେ । ଆସନ୍ତୁ ଦେଖିବା ...

  1. 2022 ନଭେମ୍ବର 1ରେ ପୁନିତଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।
  2. 22 ମାର୍ଚ୍ଚ 2022 ରେ ମହିସୂର ବିଶ୍ବବିଦ୍ୟାଳୟର 102ତମ ସମ୍ମିଳନୀ ସମାରୋହରେ ପୁନିତ୍ ରାଜକୁମାରଙ୍କୁ ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ପତ୍ନୀ ଅଶ୍ବିନୀ ପୁନିତ୍ ରାଜକୁମାରଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
  3. ଲାଲବାଗ ଫ୍ଲାୱର ଶୋ’ର 212ତମ ସଂସ୍କରଣରେ ପୁନିତ ରାଜକୁମାର ଏବଂ ତାଙ୍କ ପିତା ମୈଟିନି ଆଇଡଲ ଡା.ରାଜକୁମାରଙ୍କୁ ସମର୍ପିତ କରା ଯାଇଥିଲା ।
  4. ୨୦୨୧ ମହିସୂର ଦଶହରା ଜମ୍ବୁ ସାବରୀ ଶୋଭାଯାତ୍ରାରେ ତାଙ୍କ ସ୍ମୃତିଚାରଣ କରାଯାଇଥିଲା ।
  5. ୨୦୨୨ ମସିହାରେ ଦଶହରା ଫିଲ୍ମ ଫେଷ୍ଟିଭେଲରେ ପୁନିତ୍ ରାଜକୁମାରଙ୍କ ଫିଲ୍ମର ସ୍କ୍ରିନିଂ କରି ଗୋଟିଏ ଦିନ ତାଙ୍କ ପାଇଁ ସମର୍ପଣ କରାଯାଇଥିଲା।
  6. ପୁନିତ୍ ରାଜକୁମାରଙ୍କୁ ୬୭ତମ ଚଳଚ୍ଚିତ୍ର ପୁରସ୍କାରରେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା।
  7. ପୁନିତ ରାଜକୁମାରଙ୍କ ସମ୍ମାନାର୍ଥେ, 22 ଏବଂ 23 ଅକ୍ଟୋବର 2022ରେ ବେଙ୍ଗାଲୁରୁର ରେଷ୍ଟୁରାଣ୍ଟମାନେ ଏକ ଫୁଡ୍‌ ଫେଷ୍ଟିଭାଲ୍‌ ଆୟୋଜନ କରି ଗାନ୍ଧଦା ଗୁଡି ଫିଲ୍ମ ପରିବେଷଣ କରିଥିଲେ । କାରଣ ଏହି ଦିନ ତାଙ୍କ ଶେଷ ଫିଲ୍ମ ଗାନ୍ଧଦା ଗୁଡି ରିଲିଜ କରିଥିଲା ।
  8. ପୁନିତ୍ ରାଜକୁମାରଙ୍କ ମୃତ୍ୟୁ ପରେ, ଗୋଟିଏ ବର୍ଷ ମଧ୍ୟରେ ରିଲିଜ କରିଥିବା ସମସ୍ତ 200 କନ୍ନଡ ଫିଲ୍ମ କ୍ରେଡିଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
  9. ପୁନିତ୍ ରାଜକୁମାରଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କ ସ୍ମୃତିରେ 75ଟି କଟଆଉଟ୍ ଲଗାଇ ସଜାଯାଇଥିଲା।
  10. ଭାରତ ସ୍ବାଧୀନତାର 75ତମ ବର୍ଷ ଅବସରରେ ନଭେମ୍ବର 15ରୁ ଡିସେମ୍ବର 2022 ପର୍ଯ୍ୟନ୍ତ କକ୍ଷପଥରେ ଉତକ୍ଷେପଣ ହେବାକୁ ଥିବା 75 ଉପଗ୍ରହ ମଧ୍ୟରୁ ଗୋଟିଏକୁ ପୁନିତ୍ ରାଜକୁମାରଙ୍କ ନାଁରେ ନାମିତ କରାଯାଇଥିଲା ।
  11. ମହିସୂର ରୋଡରେ ଥିବା ନୟନନ୍ଦହଲ୍ଲି ଜଙ୍କସନ ଏବଂ ବନେରଘଟ୍ଟା ରୋଡରେ ଥିବା ବେଗା ସିଟି ମଲ୍ ମଧ୍ୟରେ 12 କିଲୋମିଟର ଲମ୍ବା ବେଙ୍ଗାଲୁରୁ ବାହ୍ୟ ରିଙ୍ଗ୍‌ ରୋଡ୍ ଡକ୍ଟର ପୁନିତ୍ ରାଜକୁମାରଙ୍କ ନାଁରେ ନାମିତ ହୋଇଛି ।
  12. ୨୦୨୩ ମସିହାରେ ବେଲ୍ଲାରୀରେ ଅନୁଷ୍ଠିତ ହେବାକୁ ଥିବା ବେଲ୍ଲାରୀ ଉତ୍ସବ ଉଦଘାଟନ ସମୟରେ ପୁନିତଙ୍କ 23 ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।
  13. ଏଥିସହ ପୁନିତ ରାଜକୁମାରଙ୍କ ଜନ୍ମଦିନକୁ 'ପ୍ରେରଣା ଦିବସ' ଭାବରେ ପାଳନ କରିବାକୁ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.