ETV Bharat / entertainment

ନୂପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା - ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ

ନୂପୁରଙ୍କ ସମର୍ଥନରେ ବାହାରିଲେ ବଲିଉଡ ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ କଙ୍ଗନା ରାଣାୱତ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା ରଣାୱତ

author img

By

Published : Jun 8, 2022, 12:57 PM IST

ହାଇଦ୍ରାବାଦ: ନୂପୁରଙ୍କ ସମର୍ଥନରେ ବାହାରିଲେ ବଲିଉଡ ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ପୂର୍ବତନ ବିଜେପି ମୁଖପାତ୍ର ଥିବା ନୂପୁର ଶର୍ମାଙ୍କୁ କଙ୍ଗନା ରାଣାୱତ ସମର୍ଥନ କରିଛନ୍ତି । କେବଳ ସମର୍ଥନ ନୁହେଁ ବରଂ ଏହା ବି କହିଛନ୍ତି ଯେ ଏହା ଆଫଗାନିସ୍ତାନ ନୁହେଁ ଯିଏ ତାଙ୍କ ମତ ରଖିପାରିବ ନାହିଁ, ସେ ନିଜର ମତ ରଖିପାରିବେ । ଅର୍ଥାତ୍‌ ନୂପୁର ତାଙ୍କ ମନ କଥା କହିପାରିବେ ବୋଲି କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି।

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା
ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା

ଏପରି ମାମଲା ପାଇଁ ଏକ କୋର୍ଟ ଅଛି- କଙ୍ଗନା

କଙ୍ଗନା ରାଣାୱତ ଏହି ଘଟଣାରେ ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, 'ଯେତେବେଳେ ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ପ୍ରତିଦିନ ଅପମାନିତ କରାଯାଏ, ସେତେବେଳେ ଏପରି ମାମଲା ପାଇଁ କୋର୍ଟ ଅଛି, କଙ୍ଗନା ଆହୁରି ଲେଖିଛନ୍ତି,'ଦେଶରେ ଏକ ନିର୍ବାଚିତ ସରକାର ଅଛି ଏବଂ ଏହା ଆଫଗାନିସ୍ତାନ ନୁହେଁ, ଯିଏ ତାଙ୍କ ମତ ରଖିପାରିବ ନାହିଁ । ଏନେଇ କଙ୍ଗନା ଇନଷ୍ଟା ଷ୍ଟୋରୀରେ ନିଜର ମତ ସେୟାର କରିଛନ୍ତି । କଙ୍ଗନା ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ସେମାନେ ଚାହାନ୍ତି ତେବେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଭାରତ ଏକ ଗଣତାନ୍ତ୍ରିକ ଦେଶ- କଙ୍ଗନା

କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀ ପୋଷ୍ଟରେ ଆହୁରି ଲେଖିଛନ୍ତି, 'ନୂପୁରଙ୍କୁ ତାଙ୍କ ନିଜସ୍ୱ ମତାମତ ରଖିବା ଅଧିକାର ଅଛି, ତାଙ୍କୁ ଦିଆଯାଇଥିବା ସମସ୍ତ ପ୍ରକାର ଧମକ ମୁଁ ଦେଖିଛି । ଯେତେବେଳେ ହିନ୍ଦୁ ଦେବତା ପ୍ରତିଦିନ ଅପମାନିତ ହୁଅନ୍ତି, ସେତେବେଳେ ଆମେ କୋର୍ଟକୁ ଯାଉ, ଅନ୍ତତଃ ପକ୍ଷେ ବର୍ତ୍ତମାନ ତାହା କରନ୍ତୁ ନାହିଁ । ଏହା ଆଫଗାନିସ୍ତାନ ନୁହେଁ । ଆମ ସରକାର ଏକ ପୂର୍ଣ୍ଣ ବ୍ୟବସ୍ଥାରେ ଚାଲୁଛି, ଯାହା ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଏବଂ ଏହାକୁ ଗଣତନ୍ତ୍ର କୁହାଯାଏ । ଏହା କେବଳ ସେମାନଙ୍କୁ ସ୍ମରଣ କରିବା ପାଇଁ, ଯେଉଁମାନେ କେବଳ ଏହି କଥାକୁ ସବୁବେଳେ ଭୁଲିଯାଆନ୍ତି ।'

ସୂଚନାଯୋଗ୍ୟ ଯେ, ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ବହିଷ୍କାର କରିଛି । ଏହାକୁ ନେଇ ତାଙ୍କୁ ଚାରିଆଡୁ ନିନ୍ଦା କରିବା ପରେ ବିଜେପି ଏହି ପଦକ୍ଷେପ ନେଇଥିଲା । ତେବେ ଏହି ବୟାନ ପାଇଁ ନୂପୁର ଶର୍ମା ମଧ୍ୟ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ଯଦି କାହାର ଭାବନା ଆଘାତ ପାଇଛି, ତେବେ ସେ କ୍ଷମା ମାଗୁଛନ୍ତି କିନ୍ତୁ ତାଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନୁହେଁ । ଏହା ପରେ, ନୂପୁରଙ୍କୁ ଇସଲାମିକ ମୌଳିକବାଦୀଙ୍କ ଠାରୁ ନିରନ୍ତର ଧମକ ମିଳିବାରେ ଲାଗିଛି, ଯେଉଁଥିପାଇଁ ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କ ସୁରକ୍ଷାକୁ ବଢ଼ାଇ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.