ETV Bharat / entertainment

Sexually Assaulted: ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା, ନିଜେ କଲେ ଖୁଲାସା

author img

By

Published : Apr 25, 2022, 5:40 PM IST

Updated : Apr 25, 2022, 5:54 PM IST

ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା। ମୁନୱାରଙ୍କଠୁ ଶୁଣିବା ପରେ କଙ୍ଗନା ମଧ୍ୟ ତାଙ୍କ ସହ ଘଟିଥିବା ଏକ ସମାନ ଘଟଣାକୁ ମନେ ପକାଇଲେ । ଅଧିକ ପଢନ୍ତୁ

ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା
ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରଣାଓ୍ବତ ବଲିଉଡର ଜଣେ ଦବଙ୍ଗ ଅଭିନେତ୍ରୀ, ଯିଏକି ତାଙ୍କର ଧାକଡ ଅନ୍ଦାଜ ହେତୁ ଚର୍ଚ୍ଚାରେ ରହିଛନ୍ତି । ରବିବାର ଦିନ ଟିଭି ରିଆଲିଟି ସୋ 'ଲକଅପ୍'ରେ ପ୍ରସାରିତ ଏପିସୋଡରେ ସୋ'ର ହୋଷ୍ଟ କଙ୍ଗନା ରଣାଓ୍ବତ ଏକ ସମ୍ବେଦନଶୀଳ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ସେ ଖୋଦ୍‌ ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ। ଉଲ୍ଲେଖନୀୟ, ଶୋ’ର ଅନ୍ୟତମ ପ୍ରତିଯୋଗୀ ମୁନୱାର୍ ଫାରୁକି ଏକ ଟାକ୍ସ ସମୟରେ କହିଥିଲେ ଯେ, ସେ ତାଙ୍କ ପିଲାଦିନରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ମୁନୱାରଙ୍କଠୁ ଶୁଣିବା ପରେ କଙ୍ଗନା ମଧ୍ୟ ତାଙ୍କ ସହ ଘଟିଥିବା ଏକ ସମାନ ଘଟଣାକୁ ମନେ ପକାଇଲେ ।

ମୁନୱାର୍ ଫାରୁକି

ରିଆଲିଟି ସୋ 'ଲକ୍ ଅପ୍'ରେ ମୁନୱାର୍ ଫାରୁକି କହିଥିଲେ, ଯେତେବେଳେ ତାଙ୍କୁ 6 ବର୍ଷ ବୟସ ହୋଇଥିଲା ସେହି ସମୟରେ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମୁନୱାର୍ ଆହୁରି କହିଥିଲେ ଯେ, ମୋର ଜଣେ ନିକଟତମ ବ୍ୟକ୍ତି ମୋ ସହିତ ଭୁଲ କାମ କରିଥିଲେ, କିନ୍ତୁ ସେତେବେଳେ ମୁଁ କିଛି ବୁଝି ପାରିନଥିଲି । ମୁଁ ଏହି କଥା କାହାକୁ କହିବି ପାରିନଥିଲି । ମୁଁ ଯେତେବେଳେ ମୋ ବାପାଙ୍କୁ କହିଲି, ସେ ମଧ୍ୟ ମୋତେ ସମର୍ଥନ କଲେ ନାହିଁ । ମୁନୱାରଙ୍କ କଥା ଶୁଣି ସୋ’ରେ ଉପସ୍ଥିତ ସମସ୍ତେ ଭାବପ୍ରବଣ ହୋଇଯାଇଥିଲେ ।

ଏହି ସମଗ୍ର ଘଟଣା ଏକ ଟାକ୍ସ ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରତିଯୋଗୀ ସାଇଶା ସିନ୍ଦେଙ୍କୁ ସୋ’ର ଜଣେ ପ୍ରତିଯୋଗୀଙ୍କୁ ଏହି କଥା ପାଇଁ ରାଜି କରାଇବାର ଥିଲା କି, ସେ ତାଙ୍କ ଜୀବନର ଏକ ବଡ଼ ରହସ୍ୟ ସମସ୍ତଙ୍କୁ କୁହନ୍ତୁ। ଏଥିପାଇଁ ମୁନୱାର୍ ଫାରୁକି ଆଗକୁ ଆସି ତାଙ୍କ ପୁରୁଣା କଥାକୁ ମନେ ପକାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2022, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.