ETV Bharat / entertainment

କଙ୍ଗନା ରାଣାୱତଙ୍କୁ ଟ୍ରୋଲ କଲେ ପ୍ରକାଶ ରାଜ, 'ନର୍କ ହେବ ତାଙ୍କ ଜୀବନ' କହିଲେ ଅଭିନେତ୍ରୀ - Tejas collection

ନିକଟରେ କଙ୍ଗନା ରାଣାୱତ ଥିଏଟରକୁ ଯାଇ ଫିଲ୍ମ 'ତେଜସ' ଦେଖିବାକୁ ଲୋକଙ୍କୁ ଅପିଲ କରିଥିଲେ । ଏନେଇ ତାଙ୍କୁ କଡା ସମାଲୋଚନା କରାଯାଇଥିଲା । ତେବେ ବର୍ତ୍ତମାନ ଅଭିନେତ୍ରୀ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

କଙ୍ଗନା ରାଣାୱତଙ୍କୁ ଟ୍ରୋଲ କଲେ ପ୍ରକାଶ ରାଜ, 'ନର୍କ ହେବ ତାଙ୍କ ଜୀବନ' କହିଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Oct 29, 2023, 10:12 PM IST

ହାଇଦ୍ରାବାଦ: ବଲିଉଡର କୁଇନ କଙ୍ଗନା ରାଣାୱତ ଆଜିକାଲି ସେ 'ତେଜସ୍' ପାଇଁ ଶିରୋନାମାରେ ରହିଛନ୍ତି । ଅକ୍ଟୋବର 27ରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ହାରାହାରି ପ୍ରଦର୍ଶନ କରୁଛି । ନିକଟରେ କଙ୍ଗନା ଏକ ଭିଡିଓ ସେୟାର କରି ଲୋକଙ୍କୁ ଥିଏଟର ଯାଇ ତାଙ୍କ ଫିଲ୍ମ ଦେଖିବା ପାଇଁ ନିବେଦନ କରିଥିଲେ । ଯାହାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି । ଫ୍ୟାନ୍ସଙ୍କ ସମେତ ଅଭିନେତା ପ୍ରକାଶ ରାଜ ମଧ୍ୟ ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ । ବର୍ତ୍ତମାନ କଙ୍ଗନା ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।

ଅଭିନେତ୍ରୀ କଙ୍ଗନା ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଯେଉଁମାନେ ମୋ ପାଇଁ ଖରାପ କାମନା କରିଛନ୍ତି, ସେମାନଙ୍କ ଜୀବନ ନର୍କରେ ପରିଣତ ହେବ କାରଣ ସେମାନେ ମୋତେ ପ୍ରତିଦିନ ମୁଁ ଶୀର୍ଷରେ ପହଞ୍ଚିବା ଦେଖିବେ । ମୁଁ 15 ବର୍ଷ ବୟସରେ ଘର ଛାଡିଥିଲି, ସେତେବେଳେ ମୋ ପାଖରେ କିଛି ନଥିଲା । ମୁଁ କ୍ରମାଗତ ଭାବରେ ମୋର ନିଜ ଭାଗ୍ୟ ଲେଖୁଛି ଏବଂ ସେଠାରେ ଅନେକ ପ୍ରମାଣ ଅଛି ଯେ ମୁଁ ମହିଳା ସଶକ୍ତିକରଣ ଏବଂ ଏହି ଦେଶ ପାଇଁ କିଛି କରିବା ପାଇଁ ଉଦ୍ଦିଷ୍ଟ । ସେହି ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ମୁଁ ଚାହେଁ ଯେ ସେମାନେ ମୋର ଫ୍ୟାନ୍ କ୍ଲବରେ ଯୋଗ ଦିଅନ୍ତୁ । ମୁଁ ଚାହେଁ ମୋର ଶୁଭେଚ୍ଛୁମାନେ ଏହିପରି ଲୋକମାନଙ୍କ ପ୍ରତି ଭଲ ଆଚରଣ କରନ୍ତୁ ଏବଂ ସେମାନଙ୍କୁ ରାସ୍ତା ଦେଖାନ୍ତୁ ।

  • All those who are wishing me ill, their lives will be forever miserable because they will have to see my glory every day for the rest of their lives, since I left home at the age of 15 with nothing I am consistently chiseling my own fate and there have been enough evidence that I… https://t.co/DSTFuPb2ha

    — Kangana Ranaut (@KanganaTeam) October 29, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ଭିଡିଓ ସେୟାର କରି କଙ୍ଗନା ଥିଏଟରରେ 'ତେଜସ୍' ଫିଲ୍ମ ଦେଖିବା ବିଷୟରେ କହିଥିଲେ । ଏହା ସହ ସେ ଲେଖିଥିଲେ, 'କୋଭିଡ ପୂର୍ବରୁ ମଧ୍ୟ ଥିଏଟରକୁ ଯାଉଥିବା ଦର୍ଶକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଥିଲା, କିନ୍ତୁ କୋଭିଡ ପରେ ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଅନେକ ପ୍ରେକ୍ଷାଳୟ ବନ୍ଦ ହେଉଛି । ମାଗଣା ଟିକେଟ୍ ଏବଂ ଯୁକ୍ତିଯୁକ୍ତ ଅଫର୍ ପରେ ମଧ୍ୟ ଦର୍ଶକ ହ୍ରାସ ପାଇବାରେ ଲାଗିଛନ୍ତି । ଲୋକଙ୍କୁ ଅନୁରୋଧ କରୁଛି ପ୍ରେକ୍ଷାଳୟ ଯାଇ ଚଳଚ୍ଚିତ୍ର ଉପୋଭଗ କରନ୍ତୁ, ଅନ୍ୟଥା ଆଉ ପ୍ରେକ୍ଷାଳୟ ବି ରହିବନି ।

ଏହି ଭିଡିଓ ପରେ ପ୍ରଶଂସକମାନେ କଙ୍ଗନାକୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । 'ଜବାନ', 'ପଠାନ' ଏବଂ '12th fail' ଚଳଚ୍ଚିତ୍ରର ଉଦାହରଣ ଦେଇ ତାଙ୍କୁ ଟ୍ରୋଲ କରିଥିଲେ । କେବଳ ଏତିକି ନୁହେଁ ସାଉଥ ଇଣ୍ଡଷ୍ଟ୍ରି ଅଭିନେତା ପ୍ରକାଶ ରାଜ ମଧ୍ୟ ତାଙ୍କୁ ଟ୍ରୋଲ କରିଥିଲେ । ସେ ଅଭିନେତ୍ରୀଙ୍କ ଭିଡିଓକୁ ରିଟ୍ବିଟ କରି ଲେଖିଛନ୍ତି, '2014 ରେ ଭାରତ ସ୍ୱାଧୀନତା ପାଇଲା । ଟିକିଏ ଅପେକ୍ଷା କର । ସବୁକିଛି ଧୀରେ ଧୀରେ ବଦଳିଯିବ ।'

ଏହା ମଧ୍ୟ ପଢନ୍ତୁ: ତନୁ ୱେଡ୍ସ ମନୁ ୩ର ଘୋଷଣା କଲେ କଙ୍ଗନା, ବିଜୟ ସେଥୁପଥୀଙ୍କ ସହ ବି କରିବେ ଫିଲ୍ମ

ତେଜସର କଲେକ୍ସନ ବିଷୟରେ କହିବାକୁ ଗଲେ, ଇଣ୍ଡଷ୍ଟି ଟାକ୍ରର ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୭ରେ ରିଲିଜ ହେଲା ଫିଲ୍ମ । ପ୍ରଥମ ଦିନ ଫିଲ୍ମ ୧.୨୫ କୋଟି ଆୟ କରିଥିବା ବେଳେ ୨ୟ ଦିନ ୧.୩୧ କୋଟି ଆୟ କରିଥିଲା । ୩ୟ ଦିନ ୧.୫୦ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ଆୟ ୪.୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.