ETV Bharat / entertainment

Kangana Ranaut: ଭାରତନାଟ୍ୟମ କରି ଟ୍ରୋଲ ହେଲେ କଙ୍ଗନା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

author img

By

Published : Aug 14, 2023, 2:25 PM IST

କଙ୍ଗନା ରାଣାୱତ ଆଗାମୀ ସାଉଥ ଫିଲ୍ମ 'ଚନ୍ଦ୍ରମୁଖୀ 2'ରେ ନଜର ଆସିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ନିକଟରେ ଫିଲ୍ମର ପ୍ରଥମ ଗୀତ 'ସ୍ବାଗତାଞ୍ଜଳି' ରିଲିଜ ହୋଇଥିଲା । ଏହି ଗୀତରେ କଙ୍ଗନା ଭାରତନାଟ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କୁ ନିଜ ଡ୍ୟାନ୍ସ ପାଇଁ ଟ୍ରୋଲ୍‌ର ଶିକାର ହେବାକୁ ପଡିଛି । ଅଧିକ ପଢନ୍ତୁ

ଭାରତନାଟ୍ୟମ କରି ଟ୍ରୋଲ ହେଲେ କଙ୍ଗନା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

ହାଇଦ୍ରାବାଦ: ବଲିଉଡ ବିବାଦୀୟ କୁଇନ କଙ୍ଗନା ରାଣାୱତଙ୍କ ପୂର୍ବ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା। ବର୍ତ୍ତମାନ କଙ୍ଗନା ତାଙ୍କର ଆଗାମୀ ସାଉଥ୍ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨' ସହ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମ ସହ କଙ୍ଗନା ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମରୁ କଙ୍ଗନାଙ୍କ ପ୍ରଥମ ଲୁକ୍ ଏବଂ ପ୍ରଥମ ଗୀତ 'ସ୍ବାଗତାଞ୍ଜଳି' ରିଲିଜ୍ ହୋଇଥିଲା । କଙ୍ଗନା ଏହି ଗୀତରେ ଭାରତନାଟ୍ୟମ୍ କରୁଥିବାର ଦେଖିବାକୁ ମିଳିଛି । ତେବେ ଏଥିପାଇଁ ବର୍ତ୍ତମାନ ଅଭିନେତ୍ରୀଙ୍କୁ ଟ୍ରୋଲ କରାଯାଉଛି ।

ୟୁଜର୍ସଙ୍କ ପ୍ରତିକ୍ରିୟା
ୟୁଜର୍ସଙ୍କ ପ୍ରତିକ୍ରିୟା

ଓସ୍କାର ବିଜେତା ସଂଗୀତ ରଚନା ଏମ.ଏମ କିରାଭାନୀଙ୍କ ଦ୍ୱାରା 'ସ୍ବାଗତାଞ୍ଜଳି' ଗୀତ ରଚନା କରାଯାଇଛି। ବର୍ତ୍ତମାନ ଏହି ଗୀତରେ କଙ୍ଗନାଙ୍କ ଭାରତନାଟ୍ୟମ୍ ନୃତ୍ୟ ଦେଖି ତାଙ୍କୁ ଟ୍ୱିଟରରେ ୟୁଜର୍ସମାନେ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, କଙ୍ଗନା ରାଣାୱତ ଜଣେ ଭଲ ଅଭିନେତ୍ରୀ ହୋଇପାରନ୍ତି, କିନ୍ତୁ ସେ ଜଣେ ଭଲ ନୃତ୍ୟଶିଳ୍ପୀ ନୁହଁନ୍ତି । ଆଉ ଜଣେ ଲେଖିଛନ୍ତି, କଙ୍ଗନା ନୁହେଁ ବରଂ ବାହୁବଲୀ ଫେମ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଚନ୍ଦ୍ରମୁଖୀ ୨ରେ କାଷ୍ଟ କରିବାର ଥିଲା । ଅନ୍ୟପଟେ ଆଉ କେତେକ ଫ୍ୟାନ୍ସ କଙ୍ଗନାଙ୍କ ଏହି ନୂତନ ଅବତାରକୁ ବହୁତ ପସନ୍ଦ କରିଛନ୍ତି ଏବଂ ସେମାନେ ଅଭିନେତ୍ରୀଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି ।

ୟୁଜର୍ସଙ୍କ ପ୍ରତିକ୍ରିୟା
ୟୁଜର୍ସଙ୍କ ପ୍ରତିକ୍ରିୟା

ଚନ୍ଦ୍ରମୁଖୀ-2 ଏହି ଚଳଚ୍ଚିତ୍ରଟି ପି ବାସୁ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ବି ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ଚନ୍ଦ୍ରମୁଖୀ ଭୂମିକାରେ ନଜର ଆସିବେ ଏବଂ ସାଉଥ ଲୋକପ୍ରିୟ ତାରକା ରାଘବ ଲରେନ୍ସ ମୁଖ୍ୟ ନାୟକ ଭାବେ ନଜର ଆସିବେ । ତେବେ ଚନ୍ଦ୍ରମୁଖୀର ପ୍ରଥମ ଭାଗରେ ରଜନୀକାନ୍ତ, ପ୍ରଭୁ ଏବଂ ଜ୍ୟୋତିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଯାହା ହିଟ୍‌ ହେବା ସହ ବେଶ ଲୋକପ୍ରିୟତା ସାଉଁଟିଥିଲା । ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅର୍ଥାତ୍ ସେପ୍ଟେମ୍ବର 19 ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍ ଏବଂ କନ୍ନଡ଼ରେ ସିନେମାହଲ୍‌ରେ ମୁକ୍ତିଲାଭ କରିବ । ଏହି ଫିଲ୍ମକୁ ମଧ୍ୟ ପ୍ରଥମ ଭାଗ ପରି ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

ୟୁଜର୍ସଙ୍କ ପ୍ରତିକ୍ରିୟା
ୟୁଜର୍ସଙ୍କ ପ୍ରତିକ୍ରିୟା

ଏହା ମଧ୍ୟ ପଢନ୍ତୁ: କଙ୍ଗନା ରାଣାୱତଙ୍କ ଫିଲ୍ମ 'ତେଜସ'କୁ ମିଳିଲା ରିଲିଜ ଡେଟ, ଏହି ଦିନ ରିଲିଜ

ଚନ୍ଦ୍ରମୁଖୀ-2 ବ୍ୟତୀତ କଙ୍ଗନା ତେଜସରେ ବାୟୁସେନା ପାଇଲଟ୍ ଭାବରେ ନଜର ଆସିବେ । ଏହି ଫିଲ୍ମ ବାୟୁସେନା ପାଇଲଟ ତେଜସ ଗିଲଙ୍କ ଜୀବନ କାହାଣୀ ଉପରେ ଆଧାରିତ । ସର୍ଭେସ ମେୱାରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଅକ୍ଟୋବର 20ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଏହା ବ୍ୟତୀତ କଙ୍ଗନାଙ୍କୁ ଐତିହାସିକ ଡ୍ରାମା ଏମରଜେନ୍ସିରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମହିମା ଚୌଧୁରୀ, ବିଶାକ୍ ନାୟର ଏବଂ ଶ୍ରେୟସ୍ ତାଲପଡେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.