ETV Bharat / entertainment

ପ୍ରଥମ ମହିଳା ଭାବେ ରାବଣ ଦହନ କଲେ କଙ୍ଗନା, ଜୟ ଶ୍ରୀ ରାମ ନାରାରେ ଗୁଞ୍ଜିଲା ପୁରା ଅଞ୍ଚଳ

author img

By ETV Bharat Odisha Team

Published : Oct 25, 2023, 2:08 PM IST

ଦିଲ୍ଲୀର ଲବ କୁଶ ରାମଲୀଲାରେ ସାମିଲ ହେଲେ କଙ୍ଗନା ରାଣାୱତ । ଏହି ଅବସରରେ ସେ ପ୍ରଥମ ମହିଳା ଅଭିନେତ୍ରୀ ଭାବେ ରାବଣ ଦହନ କରି ଇତିହାସ ସୃଷ୍ଟି କରିଥିଲେ । ଅଧିକ ପଢ଼ନ୍ତୁ

ପ୍ରଥମ ମହିଳା ଭାବେ ରାବଣ ଦହନ କଲେ କଙ୍ଗନା, ଜୟ ଶ୍ରୀ ରାମ ନାରାରେ ଗୁଞ୍ଜିଲା ପରିବେଶ

ନୂଆଦିଲ୍ଲୀ: 24 ଅକ୍ଟୋବର ଦଶହରାରେ ଦିଲ୍ଲୀର ରାମଲୀଲା ମୈଦାନରେ ଧୁମଧାମରେ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ବଲିଉଡ 'କୁଇନ' କଙ୍ଗନା ରାଣାୱତ । ଏହି ଅବସରରେ କଙ୍ଗନା ପ୍ରଥମ ମହିଳା ଅଭିନେତ୍ରୀ ଭାବେ ରାବଣ ଦହନ କରି ଇତିହାସ ରଚିଥିଲେ। ଏହି ସମୟରେ ଜୟ ଶ୍ରୀ ରାମ ନାରାରେ ଗୁଞ୍ଜିଥିଲା ପୁରା ପରିବେଶ ।

କାର୍ଯ୍ୟକ୍ରମରେ କଙ୍ଗନାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ଅଭିନେତ୍ରୀ ଏକ ଲାଲ୍ ରଙ୍ଗର ଶାଢୀରେ ପାରମ୍ପରିକ ଲୁକ୍‌ରେ ନଜର ଆସିଥିଲେ । ଜୟ ଶ୍ରୀରାମଙ୍କ ସ୍ଲୋଗାନ୍‌ ଦେଇ ତୀର ଚଳାଇ ରାବଣ ଦହନ କରିଥିଲେ । ତାଙ୍କ ସହ ସେଠାରେ ଉପସ୍ଥିତ ଥିବା ଅତିଥିଗଣ ଏବଂ ଦର୍ଶକ ମଧ୍ୟ ଜୟ ଶ୍ରୀରାମଙ୍କ ନାରା ଲଗାଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଥାଉ କି, କଙ୍ଗନା ଏନେଇ ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ସେ କ୍ୟାପସନ୍‌ରେ ଲେଖିଥିଲେ, ଯେ ଲାଲ କିଲାର ବାର୍ଷିକ ଉତ୍ସବର 50 ବର୍ଷ ଇତିହାସରେ ଏହା ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ, କାରଣ ଜଣେ ମହିଳା ରାବଣକୁ ଦହନ କରିବାର ନେତୃତ୍ୱ ନେଉଛନ୍ତି । ତେବେ ଏହି ଅବସରରେ କଙ୍ଗନା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ତେଜସ୍'ର ବି ପ୍ରମୋସନ କରିଥିଲେ । କଙ୍ଗନାଙ୍କ ଫିଲ୍ମ ତେଜସ ଅକ୍ଟୋବର 27ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ବିଷୟରେ ସେ କହିଥଲେ ଯେ ଯେପରି ଶ୍ରୀ ରାମ ଅଧର୍ମ ଉପରେ ଧର୍ମର ବିଜୟ ହାସଲ କରିଥିଲେ, ସେହିପରି ଆମ ଦେଶର ସୈନିକମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଆମ ସମସ୍ତଙ୍କୁ ରକ୍ଷା କରନ୍ତି ।

ଏହା ମଧ୍ୟ ପଢନ୍ତୁ: ତେଜସ ରିଲିଜ ପୂର୍ବରୁ ବିମାନରେ NSA ଡୋଭାଲଙ୍କୁ ଭେଟିଲେ କଙ୍ଗନା

କଙ୍ଗନା ରଣାୱତଙ୍କ ଫିଲ୍ମ ତେଜସ୍ ଭାରତୀୟ ବାୟୁସେନା(IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନୀ ଯାତ୍ରା ଉପରେ ନିର୍ମିତ ହୋଇଛି । ଯିଏ ଦେଶ ସେବା କରିବାରେ କୌଣସି ଅବସରକୁ ହାତଛଡ଼ା କରିନାହାନ୍ତି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲ୍‌ଙ୍କ ଭୂମିକାରେ ବାୟୁସେନା ପାଇଲଟ ଅବତାରରେ ନଜର ଆସିବେ । ଏହି ଫିଲ୍ମ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସର୍ଭେଶ ମେଭଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 27, 2023 ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.