ETV Bharat / entertainment

କେରଳ ଷ୍ଟୋରୀକୁ ନେଇ କମଲ ହାସନଙ୍କ ବଡ଼ ବୟାନ, କହିଲେ ମୁଁ ପ୍ରଚାର ଚଳଚ୍ଚିତ୍ରର ବିରୋଧୀ - ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ଦ କେରଳ ଷ୍ଟୋରୀ

ସାଉଥର ଶ୍ରେଷ୍ଠ ଅଭିନେତା କମଲ ହାସନ ନିକଟରେ 'ଦ କେରଳ ଷ୍ଟୋରୀ'କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଅଭିନେତା କହିଛନ୍ତି ଯେ ମୁଁ ଏଭଳି ଚଳଚ୍ଚିତ୍ରର ବିରୋଧୀ, ଯାହା ଦେଶର ଲୋକଙ୍କୁ ଭାଙ୍ଗେ । ଅଧିକ ପଢନ୍ତୁ

ଦ କେରଳ ଷ୍ଟୋରୀ ଫିଲ୍ମ ଉପରେ କମଲ ହାସନଙ୍କ ବଡ଼ ବୟାନ

author img

By

Published : May 28, 2023, 12:00 PM IST

ହାଇଦ୍ରାବାଦ: ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ 'ଦ କେରଳ ଷ୍ଟୋରୀ' ବିବାଦର ପିଛା ଛାଡୁନି । ଟ୍ରେଲର ରିଲିଜ ହେବା ପର ଠାରୁ ସାରା ଦେଶରେ ଫିଲ୍ମ ଆଲୋଚନାର ବିଷୟ ପାଲଟିଛି । ଏନେକ ଫିଲ୍ମକୁ ସମର୍ଥନ କରି ପ୍ରଶଂସା କରୁଥିବା ବେଳେ ଅନେକ ଫିଲ୍ମକୁ ନେଇ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡ ଏବଂ ସାଉଥ ସିନେମାରେ ଲୋକପ୍ରିୟତା ସାଉଁଟିଥିବା ଭେଟେରାନ ଅଭିନେତା କମଲ ହାସନ ଏହି ଫିଲ୍ମ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଅଭିନେତା କହିଛନ୍ତି ଯେ ଏକ ଟ୍ୟାଗଲାଇନ୍ ଲଗାଇଦେଲେ ଏକ ଫିଲ୍ମ 'ପ୍ରକୃତ କାହାଣୀ' ହୋଇଯାଏନାହିଁ ।

IIFA ଆୱାର୍ଡ ସାମରୋହରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା କମଲ ହାସନ 'ଦ କେରଳ ଷ୍ଟୋରୀ' ନେଇକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ପ୍ରଚାର ଚଳଚ୍ଚିତ୍ରର ବିରୋଧୀ । ଏକ ଟ୍ୟାଗଲାଇନ୍ ଲଗାଇଦେଲେ ଏକ ଫିଲ୍ମ 'ପ୍ରକୃତ କାହାଣୀ' ହୋଇଯାଏ ନାହିଁ । ବାସ୍ତବରେ ଏହି ଘଟଣା ସତ ବି ହେବା ଦରକାର । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଦେଶର ଲୋକଙ୍କୁ ଭାଗ କରିବା ପାଇଁ କାମ କରୁଥିବା ଫିଲ୍ମକୁ ପସନ୍ଦ କରେ ନାହିଁ ।

ସୂଚନା ଥାଉ କି, ସୁଦୀପଟୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଭିପୁଲ୍ ଶାହାଙ୍କ ଦ୍ୱାରା ନିର୍ମିତ 'ଦ କେରଳ ଷ୍ଟୋରୀ'ର ଟ୍ରେଲରରେ ଦାବି କରାଯାଇଥିଲା ଯେ କେରଳର 32,000 ଯୁବତୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରୁ ସେମାନଙ୍କୁ ଆଇଏସ୍ଆଇଏସ୍ ଯୋଗଦେବାକୁ ପଠାଯାଇଛି । କିନ୍ତୁ ଯେତେବେଳେ ଫିଲ୍ମ ବିବାଦ ଭିତରକୁ ଆସିଲା, ନିର୍ମାତାମାନେ ଏହି ସଂଖ୍ୟାକୁ ତିନି ଯୁବତୀରେ ବଦଳାଇଲେ । ଏହା ସତ୍ତ୍ବେ ଫିଲ୍ମକୁ ଅନେକ ସ୍ଥାନରେ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଫିଲ୍ମ ମେ 5ରେ ସିନେମାହଲରେ ରିଲିଜ କରିଥିଲା ​​। ଅଦାଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନିଆ ବାଲାନି, ଯୋଗିତା ବିହାନୀ ଏବଂ ସିଦ୍ଧ ଇଡନାନୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ସେପଟେ ଅଦା ଶର୍ମା ଅଭିନୀତ ଏହି ଫିଲ୍ମ ରିଲିଜ୍ ହେବାର 23 ଦିନ ପରେ ମଧ୍ୟ ସିନେମାହଲରେ ନିଜର ସ୍ଥାନ ବଜାୟ ରଖିଛି । ଫିଲ୍ମର ଆୟରେ ବ୍ରେକ ଲାଗୁନି । ଦିନକୁ ଦିନ ଫିଲ୍ମଟି ଦର୍ଶକଙ୍କ ମନ ଜିତିବାରେ ଲାଗିଛି । ବର୍ତ୍ତମାନ ଏହି ଫିଲ୍ମଟି 220.07 କୋଟି ସଂଗ୍ରହ ସଂଗ୍ରହ କରିଛି । ଅନ୍ୟପଟେ ଆଜି ରବିବାର ହୋଇଥିବାରୁ ଫିଲ୍ମଟି ପୁଣି ଅଧିକ ଆୟ କରିପାରେ ବେଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.