ହାଇଦ୍ରାବାଦ: 'ଦିଲ ବାଲେ' ପରେ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ କ୍ରିତି ସାନନ୍ ଏବଂ କାଜୋଲ । ଫିଲ୍ମ 'ଦୋ ପତି' ସହ କ୍ରିତି ସାନନ୍, କାଜୋଲ ଧମାକା କରିବାକୁ ପ୍ରସ୍ତୁତ । ଉଭୟ ଅଭିନେତ୍ରୀ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ଶେଷ ହୋଇଛି । କ୍ରିତି ସୋସିଆଲ ମିଡିଆରେ କିଛି ଭିଡିଓ ଏବଂ ଫଟୋ ସେୟାର କରି ଫିଲ୍ମକୁ ନେଇ ଏହି ଅପଡେଟ୍ ସେୟାର କରିଛନ୍ତି ।
କ୍ରିତି ସାନନ୍ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କାଜୋଲ, କନିକା ଢିଲୋଁ, କ୍ରିତି ସାନନ୍ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶଶାଙ୍କ ଚତୁର୍ବେଦ୍ଦୀ ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଏହା 'ଦୋ ପତି'ର ରୋମାଞ୍ଚକର ଯାତ୍ରା ଶେଷ ହୋଇଛି । ୨୦୨୪ରେ, କେବଳ ନେଟ୍ଫ୍ଲିକ୍ସରେ ରିଲିଜ ହେବ । ସୂଚନା ଥାଉ କି, ଏହି ଫିଲ୍ମ କ୍ରିତିଙ୍କ ପ୍ରଡକ୍ସନ୍ ବ୍ୟାନର ପ୍ରଥମ ଫିଲ୍ମ ଅଟେ ।
ଫିଲ୍ମ ସ୍କ୍ରିନରେ କ୍ରିତି ସାନନ ୯ ବର୍ଷ ଅତିବାହିତ କରିସାରିଲେଣି । ଏହି ଅଭିନେତ୍ରୀ ପରଦାରେ ହିରୋଇନ୍ ଭାବରେ କାମ କରିଛନ୍ତି ଏବଂ ବର୍ତ୍ତମାନ ସେ ଜଣେ ନିର୍ମାତା ଭାବରେ ମଧ୍ୟ ନିଜର କ୍ୟାରିଅର୍ ଆରମ୍ଭ କରିବାକୁ ଯାଉଛନ୍ତି । 'ଦୋ ପତି' ଚଳଚ୍ଚିତ୍ର ସହ ନିର୍ମାତା ଭାବେ କାମ କରିଛନ୍ତି କ୍ରିତି ସାନନ୍ । ଏହି ଚଳଚ୍ଚିତ୍ରଟି କ୍ରିତି ତାଙ୍କ ପ୍ରଡକ୍ସନ୍ ହାଉସ୍ ବ୍ଲୁ ବଟରଫ୍ଲାଏରେ ନିର୍ମିତ ହୋଇଛି ।
ଅଭିନେତ୍ରୀ ଭିଡିଓ ସେୟାର କରି ଲେଖିଛନ୍ତି, ପ୍ରତ୍ୟେକ ଚଳଚ୍ଚିତ୍ରରେ ମୋର ହୃଦୟର ଏକ ଅଂଶ ଅଛି, କିନ୍ତୁ କେତେକଙ୍କର ମଧ୍ୟ ମୋର ଆତ୍ମା ଅଛି । ବ୍ଲୁ' ବଟରଫ୍ଲାଏ ଅଧୀନରେ ମୁଁ ନିର୍ମାତା ଭାବରେ ମୋର ପ୍ରଥମ ଚଳଚ୍ଚିତ୍ର ଏବଂ ଆମେ ଏହି ସୃଜନଶୀଳ ଯାତ୍ରାକୁ ପୁରା ଉପଭୋଗ କରିଥିଲୁ । ଏହି ଯାତ୍ରା ଶେଷ ହୋଇଛି । ମୁଁ ସୁନ୍ଦର ସ୍ମୃତି ଏବଂ ସୁନ୍ଦର ଲୋକମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ଏହାକୁ ଏତେ ସ୍ୱତନ୍ତ୍ର କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ପ୍ରଡ୍ୟୁସର ହେବେ କ୍ରିତି, ଘୋଷଣା କଲେ ପ୍ରଡକ୍ସନ ହାଉସର ନାଁ
ସୂଚନା ଥାଉ କି, କାଜୋଲ ଏବଂ କ୍ରିତି ସାନନ୍ ୮ ବର୍ଷ ପୂର୍ବେ 'ଦିଲ୍ୱାଲେ'ରେ ଏକାଠି କାମ କରିଥିଲେ । ଏବେ ଦୁହେଁ ପୁଣି ଥରେ ଏକାଠି ସ୍କ୍ରିନ୍ ସେୟାର କରିବାକୁ ପ୍ରସ୍ତୁତ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଚତୁର୍ବେଦ୍ଦୀ । ୨୦୨୪ରେ ଓଟିଟି ଫ୍ଲାଟଫର୍ମ୍ ନେଟଫ୍ଲିକ୍ସରେ ଏହି ଫିଲ୍ମ ରିଲିଜ ହେବ ।