ETV Bharat / entertainment

ପୁଅର ନାମକରଣ କଲେ କାଜଲ-ଗୌତମ କିଚଲୁ, ସେୟାର କଲେ ପୋଷ୍ଟ

author img

By

Published : Apr 20, 2022, 7:49 PM IST

କାଜଲ ଅଗ୍ରୱାଲ ଏବଂ ଗୌତମ କିଚଲୁ ପୁଅ ସନ୍ତାନର ପିତା-ମାତା ହୋଇଛନ୍ତି । ମଙ୍ଗଳବାର କାଜଲ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଏହି ଖବରକୁ ସ୍ପଷ୍ଟ କରିଛନ୍ତି କାଜଲଙ୍କ ସ୍ୱାମୀ ଗୌତମ ଏବଂ ପୁଅର ନାମ ସମ୍ପର୍କରେ ମଧ୍ୟ କହିଛନ୍ତି । ଅଧିକ ପଢନ୍ତୁ

ପୁଅର ନାମକରଣ କଲେ କାଜଲ-ଗୌତମ କିଚଲୁ
ପୁଅର ନାମକରଣ କଲେ କାଜଲ-ଗୌତମ କିଚଲୁ

ହାଇଦ୍ରାବାଦ: କାଜଲ ଅଗ୍ରୱାଲ ଏବଂ ଗୌତମ କିଚଲୁ ପୁଅ ସନ୍ତାନର ପିତା-ମାତା ହୋଇଛନ୍ତି । ମଙ୍ଗଳବାର କାଜଲ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଏହି ଖବରକୁ ସ୍ପଷ୍ଟ କରିଛନ୍ତି କାଜଲଙ୍କ ସ୍ୱାମୀ ଗୌତମ ଏବଂ ପୁଅର ନାମ ସମ୍ପର୍କରେ ମଧ୍ୟ କହିଛନ୍ତି । ଗୌତମ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, 'ମୁଁ ସେୟାର କରି ବହୁତ ଖୁସି ଯେ ନୀଲ୍‌ କିଚଲୁ 19 ଏପ୍ରିଲ 2022ରେ ଜନ୍ମଗ୍ରହଣ କରିଛନ୍ତି। ଏହି ପୋଷ୍ଟକୁ ସେୟାର କରି ଗୌତମ ଆହୁରି ଲେଖିଛନ୍ତି, 'ଆମର ହୃଦୟ ପୂର୍ଣ୍ଣ ହୋଇଯାଇଛି ଏବଂ ଆମେ ବହୁତ ଖୁସି ଅଛୁ। ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ।

ଶିଶୁର ଆଗମନକୁ ନେଇ କାଜଲ ଏବଂ ଗୌତମ ବହୁତ ଖୁସି ଅଛନ୍ତି। କହିବାକୁ ଗଲେ କିଛି ଦିନ ପୂର୍ବେ କାଜଲ ତାଙ୍କ ଗର୍ଭଧାରଣର ଶେଷ ଦିନରେ ସ୍ୱାମୀଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଥିଲେ। ଗୌତମଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, 'ଧନ୍ୟବାଦ ସ୍ୱାମୀ ଏବଂ ଭବିଷ୍ୟତରେ ପିତା ହେଉଥିବାରୁ ...। ମୋ ସହିତ ଅନେକ ରାତି ଜଗି ରହିଥିବାରୁ ଧନ୍ୟବାଦ । ମୋର ସବୁବେଳେ ଯତ୍ନ ନେଉଥିବାରୁ ଧନ୍ୟବାଦ । '

କାଜଲଙ୍କ ଚଳଚ୍ଚିତ୍ର

କିଛି ଦିନ ପୂର୍ବରୁ କାଜଲଙ୍କ ଫିଲ୍ମ ହେ ସିନାମିକା ମୁକ୍ତିଲାଭ କରିଛି । ଯେଉଁଥିରେ କାଜଲ ଅଗ୍ରୱାଲ ଏବଂ ଆଦିତ୍ୟ ରାଓ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ତାଙ୍କର ଅନେକ ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଅଛି, ଯେଉଁଥିରେ ଆଚାର୍ଯ୍ୟ, ଘୋଷ୍ଟୀ ଏବଂ ଉମା ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.