ମୁମ୍ବାଇ: କହୋ ନା ପ୍ୟାର୍ ହୈ ସୁପର ହିଟ ହିନ୍ଦୀ ଫିଲ୍ମ । ଯାହା ଆଜି ବି ସମସ୍ତଙ୍କ ହୃଦୟରେ ଘର କରି ରହିଛି । ତେବେ ଏହି ଫିଲ୍ମ ଏବେ 23 ବର୍ଷରେ ପ୍ରଦାର୍ପଣ କରିଛି । ବିଗତ 2000 ମସିହାରେ ଏହି ସୁପର ହିଟ ଚଳଚ୍ଚିତ୍ର କହୋ ନା ପ୍ୟାର୍ ହୈ ହ୍ରିତିକ୍ ରୋଶନଙ୍କ ଡେବ୍ୟୁକୁ ଚିହ୍ନିତ କରିଥିଲା । ଆଉ ରାତାରାତି ପପୁଲାର ସହ ଏକ ବଡ଼ ଷ୍ଟାର ହୋଇଥିଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ । ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କର କ୍ୟାରିଅର । ଯାହାକୁ ନେଇ ସେ ଆଜି ସୁପରଷ୍ଟାର୍ ଭାବରେ ଜଣାଶୁଣା । ଆଇକନିକ୍ ଚଳଚ୍ଚିତ୍ର କହୋ ନା ପ୍ୟାର୍ ହୈରେ ହ୍ରିତିକ୍ ରୋଶନଙ୍କ ସାନ ଭାଇ ଭୂମିକାରେ ଅଭିନୟ କରିଥିବା ଅଭିଷେକ ଶର୍ମାଙ୍କ ଚେହେରା ବି ପୁରା ବଦଳି ଯାଇଛି । ନୀରିହ ଚେହେରା ଓ କ୍ୟୁଟ ଆକଟିଙ୍ଗ କରି ସେତେବେଳ ଅଭିଷେକ ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରିଥିଲେ । ତେବେ ଫିଲ୍ମର ସଫଳତାକୁ ନେଇ ଓ ସେହି ସମୟର ସ୍ମୃତିକୁ ନେଇ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି ଅଭିଷେକ ।
ଅଭିଷେକ ଶର୍ମା ଫିଲ୍ମରୁ ଇନଷ୍ଟାଗ୍ରାମରେ ଏକ ନୋଟ ସହିତ ନିଜର ବର୍ତ୍ତମାନର ଫଟୋ ସେୟାର କରିଛନ୍ତି । ଏହି ନୋଟରେ ଲେଖାଥିଲା "ଏହି ଚମତ୍କାର ଐତିହାସିକ ଚଳଚ୍ଚିତ୍ରର ଏକ ଅଂଶ ହୋଇଥିବାରୁ ଏହା ଏକ ଦୀର୍ଘ ଯାତ୍ରା । ଏହା ମୋ ପାଇଁ ଏକ ଆଶୀର୍ବାଦ । ଯାହାକୁ ମୁଁ ଦୀର୍ଘ ସମୟ ଧରି ମୋ ସାଙ୍ଗରେ ନେଇ ଆସିଛି ''। ସମର୍ଥନ ଏବଂ ସୁଯୋଗ ପାଇଁ ସେ ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନ ଏବଂ ହ୍ରିତିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାକେଶ ରୋଶନ ମାମୁଁ ମୋତେ ଏହି ଚମତ୍କାର ସୁଯୋଗ ଦେଇଥିବାରୁ ଏବଂ ମୋର ଉତ୍ସାହ ବିଷୟରେ ମୋତେ ଶିକ୍ଷା ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି । ହ୍ରିତିକ ଏବଂ ଅମିଶା ପଟେଲ କହୋ ନା ପ୍ୟାର୍ ହୈ ସହିତ ଡେବ୍ୟୁ କରିଥିଲେ ଅଭିଷେକ । ରୋମାଣ୍ଟିକ୍, ଆକ୍ସନ୍ ବ୍ଲକବଷ୍ଟରରେ ରହିଥିଲା ଫିଲ୍ମ ।
ସୋନିଆ (ଅମିଶା) ଏବଂ ରୋହିତ (ହ୍ରିତିକ) ଉଭୟ ଉଭୟଙ୍କୁ ବହୁତ ଭଲପାଉଥିଲେ । କିନ୍ତୁ ଫିଲ୍ମ ମଝିରେ ରୋହିତଙ୍କୁ ରହସ୍ୟମୟ ଭାବରେ ହତ୍ୟା କରାଯାଇଛି । ଏଥିପାଇଁ ସୋନିଆ ନ୍ୟୁଜିଲ୍ୟାଣ୍ଡ ଯାତ୍ରା କରନ୍ତି, ଯେଉଁଠାରେ ସେ ରୋହିତଙ୍କ ଲୁକ୍କାୟିତ ରାଜଙ୍କୁ ଭେଟିଥିଲେ । ଅନୁପମ ଖେର, ଫରିଦା ଜାଲାଲ, ସତୀଶ ଶାହା ଏବଂ ଦିଲିପ ତାହିଲ ମଧ୍ୟ 'କହୋ ନା ପ୍ୟାର୍ ହୈ'ରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଗୀତ ଏବଂ ହ୍ରିତିକଙ୍କ ଦମଦାର ଡ୍ୟାନ୍ସ ପାଇଁ ବେଶ ପ୍ରଶଂସା ସାଉଁଟିଥିଲା । ଏଥିରେ ଅଭିଷେକ ଶିଶୁ କଳାକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ । ଗତ ବର୍ଷ ଅଭିଷେକ ଗୁପ୍ତରେ ଅଭିନେତ୍ରୀ କାନନ ଶର୍ମାଙ୍କୁ ବିବାହ କରିଥିଲେ । ଯେଉଁଥିରେ କେବଳ ତାଙ୍କର ଘନିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଦମଦାର ଡ୍ୟାନ୍ସ ଏବଂ ଲୁକ୍ସ ପାଇଁ ଜଣାଶୁଣା ବଲିଉଡର ଅନ୍ୟତମ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ ରୋଶନ ତାଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି । 'ବିକ୍ରମ ବେଦା' ପରେ ଅଭିନେତା ହ୍ରିତିକ ରୋଶନ ଫିଲ୍ମ 'ଫାଇଟର୍' ନେଇ ଆସୁଛନ୍ତି । ଆରମ୍ଭରୁ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖରେ ଅନେକ ପରିବର୍ତ୍ତନ କରାଯାଇଛି । କିନ୍ତୁ ବର୍ତ୍ତମାନ ଏହି ରିୟଲ୍ ଆକ୍ସନ୍ ଡ୍ରାମା 'ଫାଇଟର୍'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଫିଲ୍ମଟି 25 ଜାନୁୟାରୀ 2024ରେ ମୁକ୍ତିଲାଭ କରିବ ।