ETV Bharat / entertainment

କବରସ୍ଥାନରୁ ଆରମ୍ଭ ହୋଇଥିଲା କାଦରଙ୍କ ଅଭିନୟ ଯାତ୍ରା, ସଂଳାପ ଶୁଣି ତାଜୁବ ହୋଇଥିଲେ ନିର୍ଦ୍ଦେଶକ - Kader Khan Career Journey

ବଲିଉଡର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ କାଦର ଖାନଙ୍କ ଆଜି ଜନ୍ମଦିନ । ଏହି ଜନ୍ମ ବାର୍ଷିକୀ ଅବସରରେ କାଦର ଖାନଙ୍କ ସମ୍ପର୍କରେ ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ଖାସ୍‌ କଥା କହିବୁ ।

କବରସ୍ଥାନରୁ ଆରମ୍ଭ ହୋଇଥିଲା କାଦର ଖାନଙ୍କ ଅଭିନୟ ଯାତ୍ରା, ସଂଳାପ ଶୁଣି ତାଜୁବ ହୋଇଥିଲେ ନିର୍ଦ୍ଦେଶକ

author img

By

Published : Oct 22, 2022, 11:09 AM IST

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ କାଦର ଖାନଙ୍କ ଆଜି ଜନ୍ମଦିନ । ଆଜି ସେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କର ଅଭିନୟ ଆଜି ବି ଲୋକଙ୍କ ହୃଦୟରେ ଘର କରି ରହିଛି । 45 ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏକ ଦୀର୍ଘ କ୍ୟାରିଅରରେ, କାଦର ଖାନ ସମସ୍ତ ପ୍ରକାର ଚରିତ୍ରରେ ଅଭିନୟ କରିଥିଲେ ଏବଂ ପ୍ରାୟ ସମସ୍ତ ବଡ କଳାକାରଙ୍କ ସହିତ କାମ କରିଥିଲେ। ସଂଘର୍ଷର ସାମ୍ନା କରି ସଫଳତା ହାସଲ କରିଥିବା ଭେଟେରାନ୍ ଅଭିନେତା କମେଡି ଠାରୁ ଆରମ୍ଭ କରି ଭିଲେନ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୂମିକାରେ ପରଦାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ । କିନ୍ତୁ କାଦର ଖାନଙ୍କ ଶେଷ ମୁହୂର୍ତ୍ତରେ ବଲିଉଡ ମଧ୍ୟ ତାଙ୍କ ହାତ ଛାଡିଦେଇଥିଲା । ଜନ୍ମ ବାର୍ଷିକୀ ଅବସରରେ କାଦର ଖାନଙ୍କ ସମ୍ପର୍କରେ ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ଖାସ୍‌ କଥା କହିବୁ।

କାଦର ଖାନ କେବଳ ଅଭିନୟ କଳାରେ ମାହିର ନଥିଲେ, ବରଂ ଲେଖା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ମଧ୍ୟ କମାଲ ଥିଲେ । ୨୨ ଅକ୍ଟୋବର ୧୯୩୭ରେ ଆଫଗାନିସ୍ତାନର କାବୁଲରେ ଜନ୍ମ ନେଇଥିଲେ କାଦର (Kader Khan Birth Anniversary) । 2018 ଡିସେମ୍ବର 31ରେ ଏହି ଦୁନିଆକୁ ସେ ବିଦାୟ ଦେଇଥିଲେ । କାଦର ଖାନଙ୍କ ଜନ୍ମ ପୂର୍ବରୁ ତାଙ୍କର ତିନି ଭାଇଙ୍କର ମୃତ୍ୟୁ ଘଟିଥିଲା, ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଖରାପ ଥିଲା । ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଆଫଗାନିସ୍ତାନରୁ ଭାରତ ଆସିଥିଲେ । ପିତା-ମାତା ମଧ୍ୟ ଛାଡପତ୍ର ନେଇସାରିଥିଲେ, କିନ୍ତୁ କୌଣସି ପ୍ରକାରେ କାଦର ନିଜେ ନିଜର ଯତ୍ନ ନେଇ ମୁମ୍ବାଇରେ କାମ କରିବା ଆରମ୍ଭ କଲେ । କାଦର ଖାନ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ ଏବଂ ମୁମ୍ବାଇର ଏକ କଲେଜରେ ପିଲାମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ । କଲେଜରେ ଏକ ଇଭେଣ୍ଟ ପାଇଁ ସେ ଶ୍ରେଷ୍ଠ ଅଭିନେତା- ଲେଖକ ପୁରସ୍କାର ଗ୍ରହଣ କରିଥିଲେ ଏବଂ ଚଳଚ୍ଚିତ୍ର ଜବାନୀ ଦିୱାନୀ (1972) ପାଇଁ ସଂଳାପ ଲେଖିବାର ସୁଯୋଗ ମଧ୍ୟ ପାଇଥିଲେ, ଚଳଚ୍ଚିତ୍ରଟି ଏକ ହିଟ୍ ହୋଇଗଲା । ଏହାପରଠୁ ସେ ଆଉ କେବେ ପଛକୁ ଚାହିଁ ଦେଖିନଥିଲେ ।

କବରସ୍ଥାନରୁ ଆରମ୍ଭ ହୋଇଥିଲା ଅଭିନୟର ଯାତ୍ରା

କୁହାଯାଏ ଯେ, କାଦର ଖାନଙ୍କ ସିନେମା ଯାତ୍ରା କବରସ୍ଥାନରୁ ଆରମ୍ଭ ହୋଇଥିଲା । ପିଲାଦିନରେ, କାଦର ଖାନ ତାଙ୍କ ମୁମ୍ବାଇ ଘର ନିକଟରେ ଥିବା କବରସ୍ଥାନରେ ବସି ଶାନ୍ତିରେ ତାଙ୍କର ସଂଳାପ କହୁଥିଲେ, ସେହି ସମୟରେ ଅଶରଫ ଖାନ ନଜର ତାଙ୍କ ଉପରେ ପଡିଥିଲା ଏବଂ ପରେ କାଦର ନାଟକ ପାଇଁ ଚୂଡ଼ାନ୍ତ ହୋଇଥିଲେ । ଉଲ୍ଲେଖନୀୟ ଯେ, 1977 ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ Muqaddar Ka Sikandarର କବରସ୍ଥାନର ସିନ୍‌, କାଦର ଖାନଙ୍କ ଘର ନିକଟରେ ସୁଟ୍‌ କରାଯାଇଥିଲା।

ଉପହାରରେ ତୋଷିବା ଟିଭି, 21000 ଟଙ୍କା ଏବଂ ବ୍ରେସଲେଟ୍

କାଦର ଖାନ୍ ଅନେକ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଥିଲେ କିନ୍ତୁ ରୋଟି ଫିଲ୍ମ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଦେଇଥିଲା । 1974 ମସିହାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ଦେଶାଇ ଏବଂ ଅଭିନେତା ରାଜେଶ ଖାନ୍ନାଙ୍କ ଚଳଚ୍ଚିତ୍ର ରୋଟି ବଲିଉଡ ସିନେମାରେ ଏକ ଛାପ ଛାଡି ଯାଇଛି । ଏହି ଚଳଚ୍ଚିତ୍ରର ସଂଳାପକୁ କାଦର ଖାନ ଲେଖିଥିଲେ । କୁହାଯାଏ ଯେ ମନମୋହନ ଦେଶାଇ ପ୍ରଥମ ଥର ପାଇଁ କାଦରଙ୍କ ଠାରୁ ଫିଲ୍ମର ସଂଳାପ ଶୁଣି ସେ ନିଜ ଘର ଭିତରକୁ ଯାଇ ତୁରନ୍ତ ତୋଷିବା ଟିଭି, 21 ହଜାର ଟଙ୍କା ଏବଂ ବ୍ରେସଲେଟ୍ କାଦର ଖାନଙ୍କୁ ଦେଇଥିଲେ।

କାଦର ଖାନଙ୍କ ସଂଳାପ

କାଦର ଖାନ ଜଣେ ଭଲ ଅଭିନେତା ତଥା ଜଣେ ଭଲ ଲେଖକ ମଧ୍ୟ ଥିଲେ । 70-80 ଦଶକରେ କାଦର ତାଙ୍କ ଲେଖା ଦକ୍ଷତା ପାଇଁ ଅନେକ ପ୍ରଶଂସା ଲାଭ କରିଥିଲେ । କାଦରଙ୍କ ଦ୍ୱାରା ଲିଖିତ ଦମଦାର ସଂଳାପ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​। ଖୁନ୍‌ ପସୀନା, ଲାବରିସ୍, ପରବରିଶ, ଅମର ଆକବର ଆନ୍ଥୋନୀ, ନସିବ, ଅଗ୍ନିପଥ, ଶରାବୀ, ସତ୍ତେ ପେ ସତ୍ତା, କୁଲି ସମେତ ଅନ୍ୟ ଚଳଚ୍ଚିତ୍ରରେ ସଂଳାପ ଲେଖିଥିବା କାଦର ଖାନ ଅମିତାଭ ବଚ୍ଚନଙ୍କ କ୍ୟାରିଅରକୁ ସଜାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଶେଷ ମୁହୂର୍ତ୍ତରେ ବଲିଉଡ ଛାଡିଲା ହାତ

କାଦର ଖାନ ତାଙ୍କ ସିନେମା କ୍ୟାରିୟରରେ ପ୍ରାୟ 300 ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ବଲିଉଡ ତାଙ୍କୁ ଭୁଲି ଯାଇଥିଲା । ପିତାଙ୍କ ମୃତ୍ୟୁ ପରେ ବିବିସି ହିନ୍ଦୀ ସହ କଥାବାର୍ତ୍ତା ବେଳେ କାଦର ଖାନଙ୍କ ପୁଅ ସରଫରାଜ ଖାନ କହିଥିଲେ, 'ବଲିଉଡ ମୋ ବାପାଙ୍କୁ ଭୁଲି ଗଲା ... ଏହା ହେଉଛି ସତ୍ୟ । କିନ୍ତୁ ମୋ ବାପା କେବେ ଏହି କଥାର ଆଶା ବି କରିନଥିଲେ କି କେହି ତାଙ୍କୁ ଭୁଲି ଯିବେ, ବୋଧହୁଏ ସେ ଜାଣିଥିଲେ । ମୋ ବାପା ଫିଲ୍ମ ଇଣ୍ଡଷ୍ଟ୍ରିରୁ କେବେ ଆଶା କରିନଥିଲେ, କିନ୍ତୁ ସେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ଠାରୁ ଆଶା ରଖିଥିଲେ । ଡେଭିଡ (ଧାୱନ) ଙ୍କ ବ୍ୟତୀତ କାହାରି ଫୋନ୍‌ ଆସିନଥିଲା ... କିନ୍ତୁ ଇଣ୍ଡଷ୍ଟ୍ରିରେ ଯେଉଁ ଟ୍ରେଣ୍ଡ ସୃଷ୍ଟି ହୋଇଛି, ଭବିଷ୍ୟତରେ ତାହା ସମସ୍ତଙ୍କ ସହ ରହିବ । ପରେ ଲୋକମାନେ ନିଜର ସମବେଦନା ଜଣାନ୍ତି, ଦୁନିଆ ସାମ୍ନାରେ ଦେଖାନ୍ତି ଏବଂ ଦେଖାଇବା ପାଇଁ ଲୋକମାନେ ବିବାହକୁ ଯାଇ ନାଚନ୍ତି ମଧ୍ୟ ଏବଂ ଖାଦ୍ୟ ମଧ୍ୟ ପରିବେଷଣ କରନ୍ତି କିନ୍ତୁ ବାସ୍ତବତା ଏହିପରି ନୁହେଁ ।'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.