ହାଇଦ୍ରାବାଦ: ସଲମାନ ଖାନଙ୍କ ରିଆଲିଟି ଶୋ 'ବିଗ୍ ବସ୍ ୧୭'ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଶୋ' ୮ମ ସପ୍ତାହରେ ପହଞ୍ଚିଛି ଏବଂ ଏବେ ଯାଏଁ ୬ ଜଣ ପ୍ରତିଯୋଗୀ ଶୋ'ରୁ ବାହାରି ସାରିଛନ୍ତି । ଏଭଳି ପରିସ୍ଥିତିରେ ଶୋ' ଆହୁରି ମଜାଦାର ହେବାକୁ ଯାଉଛି । ବର୍ତ୍ତମାନ ଆଗାମୀ ଏପିସୋଡର ପ୍ରୋମୋ ବାହାରିଛି, ଯେଉଁଥିରେ କେ-ପପ୍ ସିଙ୍ଗର ଓରା ୱାଇଲ୍ଡ କାର୍ଡ ଭାବରେ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି ।
ବିଗ୍ ବସ୍ ଘରେ କେ-ପପ୍ କଣ୍ଠଶିଳ୍ପୀ ଓରା ୱାଇଲ୍ଡ କାର୍ଡ ଭାବେ ପ୍ରବେଶ କରିଛନ୍ତି । ଇନଷ୍ଟାଗ୍ରାମରେ ଚ୍ୟାନେଲ ଦ୍ୱାରା ସେୟାର କରାଯାଇଥିବା ପ୍ରୋମୋରେ ସଲମାନ ମଞ୍ଚରେ ଓରାଙ୍କୁ ପରିଚିତ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ସଲମାନଙ୍କ ସହ ମଞ୍ଚରେ ଖୁବ ମସ୍ତି କରୁଥିବା ନଜର ଆସିଛନ୍ତି । ଏଥିସହ ସେ ଭାଇଜାନଙ୍କ ସହ 2004ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ମୁଝ ଶେ ସାଦୀ କରୋଗୀ'ର 'ଜିନ୍ କେ ହେନ୍ ୱାର୍ ଦିନ୍' ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଉଭୟ ମଞ୍ଚରେ ଏକାଠି ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି ।
ଇଣ୍ଟ୍ରୋ ସମୟରେ ସଲମାନ ଖାନ ଅରାଙ୍କୁ ପଚାରିଛନ୍ତି ଯେ ଆପଣ କେମିତି ପାର୍ଟନର ଖୋଜୁଛନ୍ତି । ଏହାର ଉତ୍ତରରେ ଓରା କିଛି ଯାହା କୁହନ୍ତି, ଯାହା ସଲମାନ ବୁଝନ୍ତି ନାହିଁ । ଏହାପରେ, ଓରା ସଲମାନ ଖାନଙ୍କୁ ତାଙ୍କର କିଛି ପ୍ରେମ ଭାଷା ବୁଝାଉଥିବା ଦେଖିବାକୁ ମିଳେ । ଭାଇଜାନ ମଧ୍ୟ ଓରାଙ୍କ ସହ ମଜା କରନ୍ତି । ପରେ ସେ ଓରାଙ୍କୁ ହିନ୍ଦୀ ଶିକ୍ଷା ମଧ୍ୟ ଦିଅନ୍ତି । ସୂଚନା ଥାଉକି, ଓରା ଭାରତରେ ବହୁତ ପ୍ରସିଦ୍ଧ । ଏହା ପଛର ସବୁଠାରୁ ବଡ କାରଣ ହେଉଛି ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ 'ଡିସ୍କୋ ଡ୍ୟାନ୍ସର'ର ଗୀତ 'ଜିମି ଜିମି', ଯାହାକୁ ଓରା ଏକ ନୂତନ ଢଙ୍ଗରେ ଗାଇଛନ୍ତି । ଏହି ଗୀତ ଲୋକେ ବେଶ ପସନ୍ଦ କରିଥିବା ବେଳେ ଓରା ଭାରତରେ ଲୋକପ୍ରିୟ ଗାୟକ ହୋଇପାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ବିଗ ବସ୍, ଶୋ'ରେ ନଜର ଆସିବେ ଏହି ପ୍ରତିଯୋଗୀ
ସୂଚନା ଥାଉକି, ଏହି ସପ୍ତାହରେ ଆଉ ଜଣେ ପ୍ରତିଯୋଗୀ ଘରୁ ବିଦା ହୋଇଛନ୍ତି । ଏଥର ଅନୁରାଗ ଡୋଭାଲ, ନୀଲ ଭଟ୍ଟ, ଖାନଜାଦି, ବିକି ଜୈନ, ଅଭିଷେକ କୁମାର, ଅରୁଣ ଶ୍ରୀକାନ୍ତ, ମୁନାୱର ଫାରୁକି ଏବଂ ସନା ରଇସ ଖାନଙ୍କୁ ମନୋନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ କିଏ ଘରୁ ବାହାରକୁ ଯିବେ ସେନେଇ ଶୋ’ରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏଥି ମଧ୍ୟରେ ସନା ଖାନ ବିଗ୍ ବସ ଘରୁ ବାହାରିଥିବା ସଲମାନ ଖାନ ଘୋଷଣା କରିଥିଲେ ।