ETV Bharat / entertainment

ବାପା ହେବେ ଫରହାନ ଅଖତର, ପତ୍ନୀ ଶିବାନୀଙ୍କ ସହ ସେୟାର କଲେ ଫଟୋ

author img

By

Published : Aug 24, 2022, 11:25 AM IST

ଖୁବ୍‌ ଶୀଘ୍ର ବାପାମାଆ ହେବାକୁ ଯାଉଛନ୍ତି ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର (Farhan Akhtar and Shibani Dandekar)। ଫରହାନ ପତ୍ନୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ଆମେ କେବଳ ତିନି। ଅଧିକ ପଢନ୍ତୁ

ବାପା ହେବେ ଫରହାନ ଅଖତର, ପତ୍ନୀ ଶିବାନୀଙ୍କ ସହ ସେୟାର କଲେ ଫଟୋ
ବାପା ହେବେ ଫରହାନ ଅଖତର, ପତ୍ନୀ ଶିବାନୀଙ୍କ ସହ ସେୟାର କଲେ ଫଟୋ

ହାଇଦ୍ରାବାଦ: ବଲିଉଡରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଖୁସି ଖବର ଦେଉଛନ୍ତି । ଚଳିତ ବର୍ଷ ଦକ୍ଷିଣ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କଠୁ ନେଇ କମେଡି କ୍ୱିନ୍ ଭାରତୀ ସିଂ, ସୋନମ୍‌ କପୁରଙ୍କ ସମେତ ଅନେକ ଅଭିନେତ୍ରୀ ମାଆ ହୋଇଛନ୍ତି । ନିକଟରେ ଆଲିଆ ଭଟ୍ଟ ଏବଂ ବିପାଶା ବସୁ ଗର୍ଭବତୀ ହେବା ନେଇ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ । ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଫରହାନ ଅଖତରଙ୍କ ଘରେ ଶୁଣିବାକୁ ମିଳିବ କୁଆଁ କୁଆଁ ଡାକ । ଖୁବ୍‌ ଶୀଘ୍ର ବାପାମାଆ ହେବାକୁ ଯାଉଛନ୍ତି ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର (Farhan Akhtar and Shibani Dandekar)।

ଫରହାନ ଅଖତର ପତ୍ନୀ ଶିବାନୀ ଦାଣ୍ଡେକରଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଫରହାନ ଏକ ସୋଫାରେ କାଜୁଆଲ୍ ଲୁକରେ ବସିଛନ୍ତି ଏବଂ ତାଙ୍କ ପଛରେ ତାଙ୍କ ପତ୍ନୀ ଶିବାନୀ କାନ୍ଧରେ ହାତ ରଖି ଠିଆ ହୋଇଛନ୍ତି । ଏହି ଫଟୋ ସେୟାର କରି ଫରହାନ ଖାନ ଲେଖିଛନ୍ତି, 'ଆମେ କେବଳ ତିନି' (Just the three of us .. #nirvana @shibanidandekarakhtar)।

ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମାତ୍ରେ ୟୁଜର୍ସ ଅନୁମାନ କରିବାକୁ ଲାଗିଲେଣି ଯେ ଫରହାନ ଅଖତର ଜଣେ ବାପା ହେବାକୁ ଯାଉଛନ୍ତି । ଜଣେ ୟୁଜର ଏହି ଫଟୋ ଦେଖି ଫରହାନଙ୍କୁ ପଚାରିଛନ୍ତି, ଆମେ ଏହାକୁ ଗର୍ଭଧାରଣର ଘୋଷଣା ଭାବରେ ବିଚାର କରିବା ଉଚିତ କି ? ଅନେକ ୟୁଜର୍ସ ଅଭିନେତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

କାମ ବିଷୟରେ କହିବା ତ, ଫରହାନ ଶାହାରୁଖ ଖାନଙ୍କ ସହ 'ଡନ୍' ଏବଂ 'ଡନ୍ 2' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଫିଲ୍ମର ତୃତୀୟ ଭାଗକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି । ଫରହାନ ଚଳିତ ବର୍ଷ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିଥିଲେ । ବହୁ ବଲିଉଡ ସେଲିବ୍ରିଟି ଏହି ଦମ୍ପତିଙ୍କ ବିବାହରେ ଯୋଗ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.