ETV Bharat / entertainment

Jr NTR: ସାଉଥ୍‌ ସୁପରଷ୍ଟାର ଜୁନିଅର NTRଙ୍କୁ OTT ଅଫର, ଟକ୍ ଶୋ'ରୁ କରିବେ ଡେବ୍ୟୁ !

author img

By

Published : May 8, 2023, 12:57 PM IST

ଓସ୍କାର ବିଜେତା ଫିଲ୍ମ RRR ତାରକା ଜୁନିଅର NTR ବର୍ତ୍ତମାନ OTTରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅଭିନେତାଙ୍କୁ ଏକ ବଡ଼ ଅଫର ମିଳିଛି । OTTରେ ଏକ ଟକ୍ ଶୋ'ରୁ କରିବେ ଡେବ୍ୟୁ। ଅଧିକ ପଢନ୍ତୁ,

ସାଉଥ ସୁପରଷ୍ଟାର ଜୁନିଅର NTR OTTରେ ଟକ୍ ଶୋ'ରୁ କରିବେ ଡେବ୍ୟୁ

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିଅର ଏନଟିଆର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଓସ୍କାର ବିଜେତା ଫିଲ୍ମ RRRର ମୁଖ୍ୟ ଅଭିନେତା ଜୁନିଅର NTR ଫିଲ୍ମର ଐତିହାସିକ ସଫଳତା ପରେ ଖୁବ ଚର୍ଚ୍ଚାରେ ରହିଆସୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଅଭିନେତା OTTରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏକ ଟକ୍ ଶୋ' ହୋଷ୍ଟ୍‌ କରିବାକୁ ଏକ OTT ପ୍ଲାଟଫର୍ମ ତାଙ୍କୁ ଅଫର ଦେଇଛି । ଏହି ଖୁସି ଖବର ଶୁଣି ଜୁନିଅର ଏନଟିଆର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । OTT ପରଦାରେ ନିଜ ପ୍ରିୟ ଷ୍ଟାର ଜୁନିଅର NTRଙ୍କୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସୂଚନା ଥାଉ କି, ଜୁନିଅର NTR ଟିଭି ରିଆଲିଟି ଶୋ' ତେଲୁଗୁ ବିଗ୍ ବସ୍ ସିଜିନ 1 ହୋଷ୍ଟ୍‌ କରିଥିଲେ । ଯାହା ସୁପରହିଟ୍ ହୋଇଥିଲା । ଏବେ କୁହାଯାଉଛି ଯେ ସେ OTT ଡେବ୍ୟୁ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଟେଲିଭିଜନ ନେଟୱାର୍କ୍‌ ଇଟିଭି ଏକ ଟକ୍ ଶୋ' ପାଇଁ ତାଙ୍କୁ ଅଫର୍‌ ଦେଇଛି । ଚ୍ୟାନେଲଟି OTT ପ୍ଲାଟଫର୍ମରେ ଏକ ଗ୍ରାଣ୍ଡ ଟକ୍ ଶୋ' ଚଳାଇବାକୁ ଚାହୁଁଛି । ଜୁନିଅର ଏନଟିଆର ଶୋ' ହୋଷ୍ଟ କଲେ ଏହା ସୁପରହିଟ୍‌ ହେବା ନେଇ ଆଯାୟୀ ଅଛନ୍ତି ଶୋ' ନିର୍ମାତା । କିନ୍ତୁ ଶୋ' ନିର୍ମାତାମାନେ ଏହି ଖବରକୁ ନେଇ କୌଣସି ଅଫିସିଆଲ ଘୋଷଣା କରି ନାହାନ୍ତି ।

ଏଥି ସହିତ,ଆଗାମୀ ଫିଲ୍ମଗୁଡିକର ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ଜୁନିଅର NTR ପାଇଁ ଏହି ଅଫରକୁ ହଁ କହିବା ଟିକେ କଷ୍ଟସାଧ୍ୟ ହୋଇପାରେ ବୋଲି କୁହାଯାଉଛି । କାରଣ ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ NTR 30ରେ ବ୍ୟସ୍ତ ଅଛନ୍ତି। କୋରାତାଲା ଶିବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତାଙ୍କ ବିପକ୍ଷରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନଜର ଆସିବେ । ଏଥିସହ ଫିଲ୍ମରେ ବଲିଉଡ ଅଭିନେତା ସୈଫ ଅଲି ଖାନ ଏବଂ ପ୍ରକାଶ ରାଜ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ Jr NTR ଏକ ଡବଲ୍ ରୋଲରେ ନଜର ଆସିବେ ବୋଲି ଜଣାପଡିଛି । ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲରେ ରିଲିଜ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ, 'NTR 30' ବ୍ୟତୀତ, Jr NTR ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ୱାର-2 ରେ ମଧ୍ୟ ନଜର ଆସିବେ । ଯେଉଁଥିରେ ବଲିଉଡ ସପୁରଷ୍ଟାର୍‌ ହ୍ରିତିକ୍ ରୋଶନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଜୁନିଅର NTRଙ୍କ ପ୍ରଶଂସକମାନେ ତାଙ୍କ OTT ଡେବ୍ୟୁ ଏବଂ ତାଙ୍କର ଆଗାମୀ ଫିଲ୍ମ ରିଲିଜ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହା ଦର୍ଶକଙ୍କୁ ପସନ୍ଦ ଆସିବା ସହ ଏବଂ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.