ETV Bharat / entertainment

ହାଇଦ୍ରାବାଦରେ ଫିଲ୍ମ ବ୍ରହ୍ମାସ୍ତ୍ରର ପ୍ରିରିଲିଜ୍ ଇଭେଣ୍ଟ, ଯୋଗ ଦେବେ Jr NTR

author img

By

Published : Aug 27, 2022, 4:56 PM IST

ହାଇଦ୍ରାବାଦରେ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପ୍ରି-ରିଲିଜ୍ ଇଭେଣ୍ଟରେ Jr NTR ଯୋଗଦେବେ । ଏଥିପାଇଁ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ସୋସିଆଲ ମିଡିଆରେ ଜୁନିଅର ଏନଟିଆରଙ୍କର ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ଫିଲ୍ମ ବ୍ରହ୍ମାସ୍ତ୍ରର ପ୍ରି-ରିଲିଜ୍ ଇଭେଣ୍ଟ, ଯୋଗ ନେବେ Jr NTR

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' (Brahmastra) ର ପ୍ରମୋସନରେ RRR ଷ୍ଟାର୍‌ Jr NTR ତେଲୁଗୁ ଭାଷାଭାଷୀ ରାଜ୍ୟରେ ଅଂଶଗ୍ରହଣ କରିବେ । ସେପ୍ଟେମ୍ବର ୨ ରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ରହ୍ମାସ୍ତ୍ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ( pre release event) ରେ ଏହି ଅଭିନେତା ଯୋଗଦେବେ । ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ବ୍ରହ୍ମାସ୍ତ୍ରର ପ୍ରମୋସନର ଏକ ଅଂଶ ହୋଇଥିବାରୁ ସୋସିଆଲ ମିଡିଆରେ Jr NTRଙ୍କର ପ୍ରଶଂସା କରିଥିଲେ। ଆୟାନ୍‌ ଶନିବାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ Jr NTR ଙ୍କୁ ହାଇଦ୍ରାବାଦରେ ବ୍ରହ୍ମାସ୍ତ୍ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଘୋଷଣା କରାଯାଇଛି ।

ଆୟାନ୍ ପୋଷ୍ଟର ଆରମ୍ଭ "NTR for BRAHMASTRA" ରୁ କରିଥିଲେ । ଏହା ପରେ ସେ Jr NTR କୁ ପ୍ରଶଂସା କରି ଲେଖିଥିଲେ କି, "ଏହି ଚଳଚ୍ଚିତ୍ରର ଯାତ୍ରା ମାଧ୍ୟମରେ, କିଛି ବଡ ବ୍ୟକ୍ତିତ୍ୱ ଏବଂ ସଫଳତା ହାସଲ ହୋଇଛି, ଯେଉଁମାନେ ଆମ ପ୍ରତି ଉଦାରତା ସହିତ ମୋତେ ଶବ୍ଦର ଅଭାବ ଛାଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ବ୍ରହ୍ମାସ୍ତ୍ରର ଆକାଶରେ ଆଉ ଏକ ତାରକା ବର୍ତ୍ତମାନ NTR, ଯିଏ ହାଇଦ୍ରାବାଦରେ ଆମ ଚଳଚ୍ଚିତ୍ରର ସବୁଠୁ ବଡ ଇଭେଣ୍ଟରେ ପୂର୍ବ ଭଳି ଉଜ୍ଜ୍ୱଳ କରିବାକୁ ଯାଉଛନ୍ତି ।"

ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ହାଇଦ୍ରାବାଦରେ ବ୍ରହ୍ମାସ୍ତ୍ରର ପ୍ରମୋସନ ପାଇଁ ନାଗାର୍ଜୁନ ଏବଂ ଏସ୍.ଏସ୍‌ ରାଜାମୌଲି ଯୋଗଦେବେ । ଆୟାନ୍ ତାଙ୍କ ପୋଷ୍ଟକୁ ଶେଷ କରି କହିଛନ୍ତି, "ରଣବୀର, ଆଲିଆ, ନାଗ ସାର୍, ଆମ ଟିମ୍‌ ଏବଂ ରାଜାମୌଲିଙ୍କ ସହ, ଯାହାଙ୍କ ପାଇଁ ମୋର ପ୍ରେମ, ସମ୍ମାନ ଏବଂ କୃତଜ୍ଞତାର କୌଣସି ସୀମା ନାହିଁ । ଆମ ଚଳଚ୍ଚିତ୍ରକୁ ତେଲୁଗୁ ୟୁନିଭର୍ସକୁ ନେବାରେ ସାହାଯ୍ୟ କରୁଛନ୍ତି ।

ହାଇଦ୍ରାବାଦରେ ବ୍ରହ୍ମାସ୍ତ୍ରର ପ୍ରମୋସନ ଆଲିଆ, ଜୁନିୟର ଏନ୍‌ଟିଆର୍‌ ଏବଂ ଏସ୍.ଏସ୍‌ ରାଜାମୌଲିଙ୍କୁ ପୁଣି ଥରେ ଭେଟ କରାଇବ । ଯିଏକି ଏହି ମାର୍ଚ୍ଚରେ ଏକ ବ୍ଲକବଷ୍ଟର ହିଟ୍ RRR ପ୍ରଦାନ କରିଥିଲେ । ଏହି ଚଳଚ୍ଚିତ୍ରରେ ରଣବୀର, ଆଲିଆ ଏବଂ ନାଗାର୍ଜୁନଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଏବଂ ମୋନି ରୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ୯ ସେପ୍ଟେମ୍ବରରେ ବ୍ରହ୍ମାସ୍ତ୍ର ପରଦାକୁ ଆସିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.