ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର୍ ଏନ୍ଟିଆର୍ (Jr NTR)। ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ। ତାଙ୍କ ଫ୍ୟାନ୍ ଫଲୋଇଂ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଯେତେବେଳେ ବି ଜୁନିଅର୍ ଏନ୍ଟିଆର୍ଙ୍କ ଫିଲ୍ମ ରିଲିଜ ହୁଏ ହଲ୍ ହାଉସଫୁଲ୍ ହୋଇଯାଏ । ଦମଦାର ଅଭିନୟ ପାଇଁ ଆଜି ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ବୃତ୍ତିଗତ ଜୀବନ ପାଇଁ ଏନ୍ଟିଆର୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ ତାଙ୍କ ପ୍ରେମ ଜୀବନ ବିଷୟରେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ । ଆଜି ଏନ୍ଟିଆର୍ ତାଙ୍କର 39 ତମ ଜନ୍ମଦିନ ପାଳନ କରୁଛନ୍ତି । ସେ 20 ମଇ 1983 ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଜୁନିୟର ଏନ୍ଟିଆର୍ଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ଏବଂ ଲକ୍ଷ୍ମୀ ପ୍ରଣତୀଙ୍କ ପ୍ରେମ ଜୀବନ ବିଷୟରେ ।
ଜୁନିଅର NTR ଏବଂ ଲକ୍ଷ୍ମୀଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା । ଏନ୍ଟିଆରଙ୍କ ପାଇଁ ଜୀବନସାଥୀ ତାଙ୍କ ପିତାମାତା ବାଛି ଥିଲେ । 2011 ମଇ 11ରେ ଏନ୍ଟିଆର୍ ଏବଂ ଲକ୍ଷ୍ମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଏକ ଗ୍ରାଣ୍ଡ ରିସେପ୍ସନ୍ ହୋଇଥିଲା ଯେଉଁଥିରେ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଉପସ୍ଥିତ ଥିଲେ ।
ସୋସିଆଲ ମିଡିଆରେ ଏନ୍ଟିଆର କମ୍ ସକ୍ରିୟ । ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ୍ କଥାବାର୍ତ୍ତା କରନ୍ତି । ନିକଟରେ ଏକ ସାକ୍ଷାତକାରରେ, ଏନ୍ଟିଆର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ । ଏକ ସାକ୍ଷାତକାରରେ, ଲକ୍ଷ୍ମୀଙ୍କ ଆଗମନ ପରେ ତାଙ୍କ ଜୀବନ କିପରି ବଦଳିଛି,ଏନ୍ଟିଆର୍ କହିଥିଲେ । ସେ କହିଥିଲେ, ‘ଏହି ଭାଗ୍ୟଶାଳୀ ମହିଳାଙ୍କୁ ବିବାହ କରି ମୁଁ ଖାସ୍ ଅନୁଭବ କରିଛି । ସେ ମୋ ପାଇଁ ବହୁତ କିଛି କରିଛନ୍ତି ।’ ଏନ୍ଟିଆର୍ ଆହୁରି କହିଥିଲେ, ‘ଆମ ବିବାହର ପ୍ରାରମ୍ଭିକ ସମୟରେ ଲକ୍ଷ୍ମୀଙ୍କୁ ଆଡଜଷ୍ଟ କରିବାକୁ କିଛି ମାସ ଲାଗିଥିଲା କିନ୍ତୁ ସେ ମୋ ଠାରୁ ମାନସିକ ସ୍ତରରେ ଅଧିକ ଶକ୍ତିଶାଳୀ ଥିଲେ ।’
ଏନ୍ଟିଆର୍ ଏବଂ ଲକ୍ଷ୍ମୀଙ୍କର ଦୁଇଟି ପୁଅ ଅଛନ୍ତି । ସେ ତାଙ୍କର ଦୁଇ ପୁଅଙ୍କ ସହ ଫଟୋ ସେୟାର କରନ୍ତି । ପ୍ରାୟତଃ ସେ ପରିବାର ସହିତ ମଜା କରୁଥିବା ଦେଖିବାକୁ ମିଳେ । କାମ ବିଷୟରେ କହିବାକୁ ଗଲେ, ଏନ୍ଟିଆରଙ୍କ ଫିଲ୍ମ RRR ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ଧମାକାଦାର ରୋଜଗାର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ