ETV Bharat / entertainment

ସାଂସଦରେ ଫିଲ୍ମ ଦଶବି, ଜୟା ବଚ୍ଚନ ରଖିଲେ ଏକ୍ସକ୍ଲୁସିଭ ସ୍କ୍ରିନିଂ

author img

By

Published : Apr 1, 2022, 4:43 PM IST

ଭେଟେରାନ୍ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ସାଥୀ ସାଂସଦଙ୍କ ପାଇଁ ଅଭିନେତା ପୁଅ ଅଭିଷେକ ବଚ୍ଚନଙ୍କ ଅଭିନୀତ ଦଶବିର ଏକ ହାଇ-ପ୍ରୋଫାଇଲ୍ ସ୍କ୍ରିନିଂ ରଖିଛନ୍ତି। ଅଧିକ ପଢନ୍ତୁ

ସାଂସଦରେ ଫିଲ୍ମ ଦଶବି, ଜୟା ବଚ୍ଚନ ରଖିଲେ ଏକ୍ସକ୍ଲୁସିଭ ସ୍କ୍ରିନିଂ
ସାଂସଦରେ ଫିଲ୍ମ ଦଶବି, ଜୟା ବଚ୍ଚନ ରଖିଲେ ଏକ୍ସକ୍ଲୁସିଭ ସ୍କ୍ରିନିଂ

ମୁମ୍ୱାଇ: ଭେଟେରାନ୍ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ସାଥୀ ସାଂସଦଙ୍କ ପାଇଁ ଅଭିନେତା ପୁଅ ଅଭିଷେକ ବଚ୍ଚନଙ୍କ ଅଭିନୀତ "ଦଶବି" ର ଏକ ହାଇ-ପ୍ରୋଫାଇଲ୍ ସ୍କ୍ରିନିଂ ରଖିଛନ୍ତି। ଅନେକ ବରିଷ୍ଠ ନେତା ସୋସିଆଲ ମିଡିଆରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶ ବିଷୟରେ କହିଥିଲେ। ମହାରାଷ୍ଟ୍ରର ସାଂସଦ ରଜନୀ ପାଟିଲ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରିବା ସହ ଦଳର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦି ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଫିଲ୍ମ ଦେଖିବା ପାଇଁ କହିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦ ଅଭିଷେକଙ୍କ ଅଭିନୟକୁ ପ୍ରଶଂସା କରିବା ସହ ଫିଲ୍ମର ମଧ୍ୟ ପ୍ରଶଂସା କରିଛନ୍ତି। ସ୍କ୍ରିନିଂରେ ଅଭିଷେକ ଏବଂ ଶ୍ୱେତା ବଚ୍ଚନ ଉପସ୍ଥିତ ଥିଲେ।

ଫିଲ୍ମ କାହାଣୀ

ଶିକ୍ଷକ ନିଯୁକ୍ତି ଠକେଇ ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଗଙ୍ଗାରାମ ଚୌଧୁରୀ ଭୂମିକାରେ ନଜର ଆସିଥିବା ଅଭିଷେକଙ୍କୁ ଜେଲ ଯିବାକୁ ପଡୁଛି। ଜେଲ୍‌ ଭିତରେ ଅଭିଷେକ ଏସ୍‌ଆଇଟ୍‌ ତଦନ୍ତର ସାମ୍ନା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଶିକ୍ଷିତ ହୋଇଥିବା ଲାଗି ଜେଲ୍‌ ଭିତରେ ହିଁ ଦଶମ ପାସ୍‌ କରିବା ଜିଦ୍‌ରେ ଅଡି ବସିଛନ୍ତି ଅଭିଷେକ। ଏଥିପାଇଁ କରୁଛନ୍ତି କଠିନ ପରିଶ୍ରମ । ସେପଟେ ଧାକଡ ଆଇପିଏସ୍‌ ଅଧିକାରୀରେ ୟାମି ଅଶିକ୍ଷିତ ଅଭିଷେକଙ୍କ ମଜାକ ଉଡାଉଛନ୍ତି। ଅନ୍ୟପଟେ ଅଭିଷେକଙ୍କ ପତ୍ନୀ ରୂପେ ନିମ୍ରିତ କୌର ମୁଖ୍ୟମନ୍ତ୍ରୀ ଚୌକି ହାତେଇବା ପାଇଁ ଚଲାଇଛନ୍ତି ପ୍ରୟାସ।

ଏହାପୂର୍ବରୁ ଆଗ୍ରା ସେଣ୍ଟ୍ରାଲ ଜେଲରେ 'ଦଶବି' ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ଅନେକ ଅନ୍ତେବାସୀ ଏକ ସାମାଜିକ କମେଡି ଦେଖିବା ପରେ ସେମାନେ ଦଷମ ପରୀକ୍ଷା ଦେବା ପାଇଁ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଲ୍ମ ଦଶବି ନେଟଫ୍ଲିକ୍ସରେ ଏପ୍ରିଲ 7ରେ ଷ୍ଟ୍ରିମିଂ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.