ETV Bharat / entertainment

ରିଲିଜ ହେବ ଜବାନର ଦ୍ବିତୀୟ ଗୀତ ‘ଚଲେ’, ନୟନତାରାଙ୍କ ସହ ରୋମାନ୍ସ କରିବେ ଶାହାରୁଖ

ଜବାନର ଦ୍ୱିତୀୟ ଗୀତ ‘ଚଲେ’ ଖୁବ୍‌ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଅରିଜିତ ସିଂ ଏହି ଗୀତର ସ୍ୱର ଦେଇଛନ୍ତି ଏବଂ ଶାହାରୁଖ ଏହି ଗୀତରେ ନୟନତାରାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ଅଧିକ ପଢନ୍ତୁ

ଗୀତ ଚଲେ
ଗୀତ ଚଲେ
author img

By

Published : Aug 13, 2023, 7:37 AM IST

ମୁମ୍ବାଇ: କିଙ୍ଗ ଖାନ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ଜବାନ’କୁ ନେଇ ସିନେପ୍ରେମୀ ବେଶ୍ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଫିଲ୍ମ ରିଲିଜ୍ ପାଇଁ ଏକ ମାସରୁ କମ୍ ସମୟ ବାକି ଅଛି । ବର୍ତ୍ତମାନ ଜବାନର ଦ୍ୱିତୀୟ ଗୀତ ‘ଚଲେ’ ରିଲିଜ୍ ହେବାକୁ ଯାଉଛି । କୁହାଯାଉଛି ଯେ ଅରିଜିତ ସିଂ ଏହି ଗୀତର ସ୍ୱର ଦେଇଛନ୍ତି ଏବଂ ଶାହାରୁଖ ଏହି ଗୀତରେ ନୟନତାରାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ ।

  • " class="align-text-top noRightClick twitterSection" data="">

ନୟନତାରାଙ୍କ ସହ ଶାହାରୁଖଙ୍କ ରୋମାନ୍ସ !

ଚଳଚ୍ଚିତ୍ର ଜବାନର ପ୍ରଥମ ଗୀତ 'ଜିନ୍ଦା ବନ୍ଦା'କୁ ପ୍ରଶଂସକମାନେ ପସନ୍ଦ କରିଥିଲେ ଏବଂ ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । ଅରିଜିତ ସିଂଙ୍କ ସହ ଶିଳ୍ପା ରାଓ ଏହି ଗୀତରେ ସ୍ୱର ଦେଇଛନ୍ତି । ଏଥି ସହିତ ଶାହରୁଖ ଖାନ ଏବଂ ନୟନତାରା ଏହି ଗୀତରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଗୀତର କୋରିଓଗ୍ରାଫି ଫରାହ ଖାନଙ୍କ ଦ୍ୱାରା କରାଯାଇଛି । ନିର୍ମାତାମାନେ ଆଶା ରଖିଛନ୍ତି ଯେ ଏହି ଗୀତଟି ପ୍ରଥମ ଗୀତ ଅପେକ୍ଷା ଅଧିକ ଭଲପାଇବା ପାଇବ ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ମୁର୍ମୁ ଦେଖିବେ ‘ଗଦର-୨’, ନିର୍ମାତା କହିଲେ-ଫିଲ୍ମକୁ ଏତେ ବଡ ସମ୍ମାନ ମିଳିବା ଗର୍ବର କଥା

ସୋମବାର ମୁକ୍ତିଲାଭ କରିବ ଚଲେ

ଜବାନର କ୍ରେଜ ଫିଲ୍ମରୁ ସାମ୍ନାକୁ ଆସୁଥିବା ପ୍ରତିଟି ନୂଆ ନୂଆ ଭିଡିଓ ସହିତ ଲଗାତାର ବଢୁଛି । ବର୍ତ୍ତମାନ ଫିଲ୍ମର ନିକଟ ସୂତ୍ର ଅନୁଯାୟୀ, ନିର୍ମାତାମାନେ ଆସନ୍ତା ସୋମବାର ଏକ ରୋମାଣ୍ଟିକ୍ ଗୀତ ‘ଚଲେ’ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଅରିଜିତ୍ ଏବଂ ଶିଳ୍ପା ରାଓଙ୍କ ଦ୍ୱାରା ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି ଏବଂ ଏହା ଏସ୍‌ଆର୍‌କେର ସର୍ବୋତ୍ତମ ରୋମାଣ୍ଟିକ୍ ଗୀତ ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Gadar 2: ସ୍କ୍ରିନିଂରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ, ବଲିଉଡ ଭେଟେରାନ ଧର୍ମେନ୍ଦ୍ର

ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିବ 'ଜବାନ୍'

ଫିଲ୍ମର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' ତିନୋଟି ଭାଷାରେ ମୁକ୍ତିଲାଭ କରିଥିଲା, 'ଚଲେ'ର ମଧ୍ୟ ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ସଂସ୍କରଣ ରହିବ । ଜବାନ୍ ହେଉଛି ଏକ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟର ପ୍ରସ୍ତୁତି, ଯାହା ଆଟଲେଙ୍କ ଦ୍ୱାରା ନିର୍ଦ୍ଦେଶିତ, ଗୌରୀ ଖାନଙ୍କ ଦ୍ବାରା ନିର୍ମିତ ଏବଂ ଗୌରବ ବର୍ମାଙ୍କ ଦ୍ବାରା ସହ ପ୍ରଯୋଜିତ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ 7 ସେପ୍ଟେମ୍ବର 2023 ରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.