ETV Bharat / entertainment

Jawan: ଦମଦାର ପ୍ରିଭ୍ୟୁ ରିଲିଜ, ନୂଆ ଅବତାରରେ ଶାହାରୁଖ ଖାନ

author img

By

Published : Jul 10, 2023, 11:44 AM IST

ପଠାନ ପରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଆଗାମୀ ଫିଲ୍ମ ଯବାନକୁ ନେଇ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମରେ ଶାହାରୁଖଙ୍କ ଲୁକ୍‌ ଫ୍ୟାନ୍ସଙ୍କୁ ଦିୱାନା କରିଥିବା ବେଳେ ଏବେ ଫିଲ୍ମର ଦମଦାର ପ୍ରିଭ୍ୟୁ ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

ଯବାନ ଦମଦାର ପ୍ରିଭ୍ୟୁ ରିଲିଜ, ନୂଆ ଅବତାରରେ ଶାହାରୁଖ ଖାନ

ହାଇଦ୍ରାବାଦ: ପଠାନ ପରେ ପୁଣି ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ କିଙ୍ଗଖାନ ଶାହାରୁଖ ଖାନ । ଆଗାମୀ ଫିଲ୍ମ ଯବାନ ସହ ଦର୍ଶକଙ୍କୁ ଦିୱାନା କରିବେ ଶାହାରୁଖ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ଶାହାରୁଖଙ୍କ ଲୁକକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଦମଦାର ପ୍ରିଭ୍ୟୁ ରିଲିଜ ହୋଇଛି । ଏଥିରେ ଶାହାରୁଖଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଆଜି ନିର୍ମାତା ଏହି ପ୍ରିଭ୍ୟୁ ରିଲିଜ କରିଛନ୍ତି ।

  • " class="align-text-top noRightClick twitterSection" data="">

ଶାହାରୁଖ ଖାନଙ୍କ 'ଯବାନ'ର ପ୍ରିଭ୍ୟୁ:

ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ଯବାନଙ୍କ ପ୍ରିଭ୍ୟୁ ଆକ୍ସନ୍ ପ୍ୟାକ୍ ହୋଇଛି। ଶାହାରୁଖଙ୍କ ସ୍ୱରରୁ ପ୍ରିଭ୍ୟୁ ଆରମ୍ଭ ହୋଇଛି । ଯେଉଁଥିରେ ସେ କୁହନ୍ତି, 'ମୁଁ ଜାଣେ ନାହିଁ ମୁଁ କିଏ, ମୋର କୌଣସି ଉଦ୍ଦେଶ୍ୟ ନାହିଁ । ମୁଁ ଏକ ପୁଣ୍ୟ କି ପାପ ନିଜକୁ ପଚାର କାରଣ ମୁଁ ହିଁ ତୁମେ । ନାମ ତ ଶୁଣିଥିବେ ।" ଶାହାରୁଖଙ୍କ ବ୍ୟତୀତ ଫିଲ୍ମର ନିର୍ଦ୍ଦେଶକ ଅଟଲି ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ପ୍ରିଭ୍ୟୁ ରିଲିଜ ତାରିଖ ଏବଂ ସମୟ ସେୟାର କରିଥିଲେ । ତେବେ ପ୍ରତିଶୃତି ଅନୁଯାୟୀ ଆଜି ନିର୍ମାତା ଏହି ପ୍ରିଭ୍ୟୁ ରିଲିଜ କରିଛନ୍ତି ।

ସେହିପରି ଯବାନର ଟ୍ରେଲରକୁ ଟମ୍‌ କ୍ରୁଜଙ୍କ ଫିଲ୍ମ ମିଶନ ଇମ୍ପସିବଲ୍ 7 ରିଲିଜ ଦିନ ସିନେମାହଲରେ ପ୍ରଦର୍ଶିତ କରାଯିବ । ଜୁଲାଇ 12ରେ ଭାରତରେ 'ମିଶନ୍ ଇମ୍ପସିବଲ୍ 7' ରିଲିଜ୍ ହେବ । ସେହି ଦିନ ଯବାନର ଟ୍ରେଲର ମଧ୍ୟ ଲଞ୍ଚ୍‌ ହେବ । ସେପଟେ ଚଳିତ ବର୍ଷ ମେ' ମାସରେ ଫିଲ୍ମର ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲେ । ଏକ ମୋସନ୍ ଫଟୋ ସହ ରିଲିଜ ତାରିଖ ଘୋଷଣା କରିଥିଲେ । ତେବେ ଏହି ଫିଲ୍ମ ହିନ୍ଦୀରେ ଏବଂ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରିବ । ଯବାନ ଚଳିତ ବର୍ଷ ସେପ୍ଟେମ୍ବର 7ରେ ରିଲିଜ କରିବ ।

ଏହା ମଧ୍ୟ ପଢନ୍ତୁ: ମିଶନ୍ ଇମ୍ପସିବଲ୍ 7 ସହ ରିଲିଜ ହେବ ଯବାନ ଟ୍ରେଲର

ସୂଚନା ଥାଉ କି, 'ଯବାନ' ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଅହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ସାଉଥ ଅଭିନେତ୍ରୀ ନୟନତାରା ଶାହାରୁଖଙ୍କ ବିପକ୍ଷରେ ନଜର ଆସିବେ । ଫିଲ୍ମରେ ବିଜୟ ସେତୁପତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନୟନତାରା ଏବଂ ବିଜୟ ସେତୁପତିଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ଶାହାରୁଖ । 'ଯବାନ' ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର 7ରେ ରିଲିଜ ହେବ । ନିର୍ଦ୍ଦେଶକ ଅଟଲିଙ୍କ ସହ ଶାହାରୁଖ ଖାନ ପ୍ରଥମ ଥର ପାଇଁ କାମ କରୁଛନ୍ତି । ତେବେ ଟ୍ରେଲର ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.