ETV Bharat / entertainment

Jawan BO collection day 1: ରିଲିଜ ଦିନରେ ରେକର୍ଡ, 75 କୋଟିର ଓପନିଂ ସହ ହେଲା ପ୍ରଥମ ହିନ୍ଦୀ ଫିଲ୍ମ - ଜବାନ ବକ୍ସ ଅଫିସ କଲେକ୍ସନ

ଶାହାରୁଖ ଖାନଙ୍କ ମୁକ୍ତିଲାଭ କରିଥିବା ଜବାନ ଉଦଘାଟନୀ ଦିନରେ 70 କୋଟି ଟଙ୍କା ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ ଅଟଲିଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଶାହାରୁଖଙ୍କ ପଠାନକୁ ପଛରେ ପକାଇ ସବୁଠୁ ବଡ ହିନ୍ଦୀ ଓପନର ଫିଲ୍ମ ଭାବେ ଇତିହାସ ରଚିବ । ଅଧିକ ପଢନ୍ତୁ,

ରେକର୍ଡ କଲା ଜବାନ, ଭାରତରେ 75କୋଟିର ଓପନିଂ ସହ ହେଲା ପ୍ରଥମ ହିନ୍ଦୀ ଫିଲ୍ମ

author img

By ETV Bharat Odisha Team

Published : Sep 7, 2023, 12:33 PM IST

ହାଇଦ୍ରାବାଦ: ଏକ ଦମଦାର ବ୍ଲକବଷ୍ଟର ଫିଲ୍ମ ପଠାନ ସହ ବର୍ଷ ଆରମ୍ଭ କରିଥିବା ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ 2ୟ ଫିଲ୍ମ ଜବାନ ସହ ପୁଣି ଧମାକା କରିଛନ୍ତି । ଜବାନକୁ ନେଇ ଚାରିଆଡ଼େ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ପ୍ରଥମ ଦିନର ଆନୁମାନିକ କଲେକ୍ସନ ହିସାବରେ ଜବାନ ଇତିହାସ ରଚିବାକୁ ଯାଉଛି । ପ୍ରଥମ ଦିନରେ ଜବାନ ଭାରତରେ 100 କୋଟିରୁ ଅଧିକ କଲେକ୍ସନ କରି ବଡ ଓପନର ହିନ୍ଦୀ ଫିଲ୍ମ ହେବାକୁ ଯାଉଛି ।

  • " class="align-text-top noRightClick twitterSection" data="">

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକ୍ନିଲ୍କଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଜବାନ ଭାରତରେ 75 କୋଟି ମାର୍କ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି କ୍ରମରେ ଅଟଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଶାହାରୁଖଙ୍କ ପଠାନ ରେକର୍ଡକୁ ମଧ୍ୟ ପଛରେ ପକାଇ ସବୁଠୁ ବଡ ହିନ୍ଦୀ ଓପନର ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ସାକ୍ନିଲ୍କଙ୍କ କହିବାନୁସାରେ, ପଠାନ ଓପନିଂ ଦିନ 57 କୋଟି ଟଙ୍କା ଆୟ କରିଥିଲା । ତେବେ ଜବାନ ଘରୋଇ ବକ୍ସ ଅଫିସରେ 75 କୋଟି ଟଙ୍କା ମାର୍କ ଅତିକ୍ରମ କରୁଥିବାବେଳେ 100 କୋଟିରୁ ଅଧିକ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି । ଯାହା ପଠାନର ରେକର୍ଡକୁ ବି ପଛରେ ପକାଇବ । ସୂଚନା ଥାଉ କି, ପ୍ରଥମ ଦିନର ମୋଟ କଲେକ୍ସନ ରିପୋର୍ଟ ଖୁବଶୀଘ୍ର ପ୍ରକାଶ କରାଯିବ ।

ଚଳଚ୍ଚିତ୍ରଟି ଓପନିଂ ଦିନ ପାଇଁ 14 ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇଥିବାରୁ ଏହା ପ୍ରଥମ ଦିନରେ ଦମଦାର କଲେକ୍ସନ ସହ ଇତିବାସ ରଚିବ ବୋଲି ଅନୁମାନ କରାଯାଉଛି । ଏହି ଚଳଚ୍ଚିତ୍ରର ଜୟପୁର, ମୁମ୍ବାଇ ଏବଂ କୋଲକାତାରେ ସକାଳର ଶୋ ’ଥିବାରୁ ଦେଶବ୍ୟାପୀ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଏବଂ ସେଲିବ୍ରେସନ ଦେଖିବାକୁ ମିଳିଛି । ଉଭୟ, ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରେ ଜବାନ୍ ପାଇଁ ପ୍ରତିକ୍ରିୟା ସମାନ ରହିଛି । ପଠାନ ପରେ ଜବାନ ଦମଦାର ସଫଳତା ହାସଲ କରି ଅନେକ ବଲିଉଡ ଫିଲ୍ମର ରେକର୍ଡକୁ ପଛରେ ପକାଇବ।

  • Looks Like, #Jawan 4 days weekend advance is more than #Pathaan 5 days weekend.💥💥#Pathaan was 68.18 Cr Gross; Now #Jawan is estimated 70+ Cr Gross;

    Exact data in the morning!!✅

    All Time Highest For Bollywood!!✅

    — Sacnilk Entertainment (@SacnilkEntmt) September 6, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଥିଏଟରରେ ଜବାନ କ୍ରେଜ, ପ୍ରଥମ ଶୋ' ଦେଖିବାକୁ ପତ୍ନୀଙ୍କ ସହ ଥିଏଟର ଅଟଲି

ଫିଲ୍ମ ବିଷୟରେ କହିବାକୁ ଗଲେ, ଜବାନଙ୍କ ସହ ଅଟଲି ସାଉଥର ଯୁବ ନିର୍ଦ୍ଦେଶକ ଭାବେ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ବର୍ତ୍ତମାନ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ଯାଦୁ ଦେଖାଇଛନ୍ତି । ଜବାନ ସହ ଅଟଲି ବଲିଉଡରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି। ଏବଂ ଶାହାରୁଖ ଖାନଙ୍କ ସହ ମଧ୍ୟ ଅଟଲି ପ୍ରଥମ ଥର ପାଇଁ କାମ କରିଛନ୍ତି । ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଶାହାରୁଖଙ୍କ ସମେତ ସାଉଥ୍ ବିୟୁଟି ନୟନତାରାଙ୍କ ସହ ବିଜୟ ସେଥୁପତି ଏବଂ ସଂଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଦୀପିକା ପାଦୁକୋନଙ୍କୁ ଏଥିରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । ତେବେ ନୟନତାରାଙ୍କ ସହ ବିଜୟ ସେଥୁପତିଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି ଶାହାରୁଖ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.