ETV Bharat / entertainment

Jaswant Singh Gill Biopic: ରିୟଲ ଲାଇଫ୍‌ ହିରୋଙ୍କ ବାୟୋପିକ୍‌ରେ ନଜର ଆସିବେ ଅକ୍ଷୟ କୁମାର - ଅକ୍ଷୟ କୁମାର ଫିଲ୍ମ

ରିୟଲ ଲାଇଫ୍‌ ହିରୋ ଜସୱନ୍ତ ସିଂ ଗିଲ ଭୂମିକାରେ ଅଭିନୟ କରିବେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଅଧିକ ପଢନ୍ତୁ

ରିୟଲ ଲାଇଫ୍‌ ହିରୋଙ୍କ ବାୟୋପିକ୍‌ରେ ନଜର ଆସିବେ ଅକ୍ଷୟ କୁମାର

author img

By

Published : Nov 16, 2022, 10:42 PM IST

ମୁମ୍ବାଇ: ଅକ୍ଷୟ କୁମାର ଆଗାମୀ ଫିଲ୍ମରେ ସ୍ୱର୍ଗତ ସର୍ଦ୍ଦାର ଜସୱନ୍ତ ସିଂ ଗିଲ ଭୂମିକାରେ ଅଭିନୟ କରିବେ। ଜସୱନ୍ତ ସିଂ ଜଣେ ରିୟଲ ଲାଇଫ୍‌ ହିରୋ ଥିଲେ। 16 ନଭେମ୍ବର 1989 ରେ, ସେ ପଶ୍ଚିମବଙ୍ଗର ରାଣିଗଞ୍ଜ ଠାରେ ବନ୍ୟାଜଳ କୋଇଲା ଖଣିରେ ଫସି ରହିଥିବା 65 ଟି କୋଇଲା କର୍ମଚାରୀଙ୍କ ଜୀବନ ରକ୍ଷା କରିଥିଲେ। କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ସ୍ମରଣ କରି ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ଅକ୍ଷୟ କୁମାର ଉତ୍ତର ଦେଇଛନ୍ତି ଏବଂ ସର୍ଦ୍ଦାର ଜସୱନ୍ତ ସିଂଙ୍କୁ ମନେ ପକାଇଛନ୍ତି। ଏଥିସହିତ ସେ ତାଙ୍କ ଚରିତ୍ରରେ ଅଭିନୟ କରି ଖୁସି ବ୍ୟକ୍ତ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବାସୁ ଭଗ୍ନାନୀଙ୍କ ପୂଜା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଫିଲ୍ମର ଘୋଷଣା ପୂର୍ବରୁ ହୋଇସାରିଛି ।

  • Grateful to you @JoshiPralhad ji, for recalling India’s first coal mine rescue mission - this day 33yrs ago.
    मेरा सौभाग्य है कि मैं #SardarJaswantSinghGill जी का किरदार अपनी फ़िल्म में निभा रहा हूँ. It’s a story like no other!@easterncoal

    — Akshay Kumar (@akshaykumar) November 16, 2022 " class="align-text-top noRightClick twitterSection" data=" ">

ଅକ୍ଷୟ କୁମାର ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ପ୍ରହ୍ଲାଦ ଯୋଶୀ ଜୀ, 33 ବର୍ଷ ପୂର୍ବେ ଏହି ଦିନ ଘଟିଥିବା ଭାରତର ପ୍ରଥମ କୋଇଲା ଖଣି ଉଦ୍ଧାର କାର୍ଯ୍ୟକୁ ମନେ ପକାଇଥିବାରୁ ଧନ୍ୟବାଦ। ମୋର ସୌଭାଗ୍ୟ କି, ମୁଁ ମୋ ଫିଲ୍ମରେ ସର୍ଦ୍ଦାର ଜସୱନ୍ସ ସିଂ ଗିଲଙ୍କ ଚରିତ୍ରରେ ଅଭିନୟ କରୁଛି । ଏମିତି କାହାଣୀ ଆଉ କେଉଁଠି ନାହିଁ ।"

ପ୍ରହ୍ଲାଦ ଯୋଶୀଙ୍କ ଟ୍ୱିଟକୁ ରିଟ୍ୱିଟ କରି ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ପୂଜା ଏଣ୍ଟରଟେନମେଣ୍ଟର ମାଲିକ ବାସୁ ଭଗ୍ନାନି ଲେଖିଛନ୍ତି ଯେ, "ରାଣିଗଞ୍ଜ କୋଇଲା ଖଣିରେ ଫସି ରହିଥିବା ଖଣି କର୍ମଚାରୀଙ୍କୁ ଉଦ୍ଧାର କରିଥିବା ଆଜି ସ୍ୱର୍ଗତ ସର୍ଦ୍ଦାର ଜସୱନ୍ତ ସିଂ ଗିଲଙ୍କୁ ସ୍ମରଣ କରିବା । ଏହା ଆମର ଗର୍ବର ଏବଂ ସମ୍ମାନର ବିଷୟ ଯେ ଆମେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ତାଙ୍କର ବୀରତ୍ୱର ପ୍ରଦର୍ଶନ କରିବୁ ।”

କୌତୂହଳର ବିଷୟ ହେଉଛି, ଏହି ଚଳଚ୍ଚିତ୍ରଟି ଟିନୁ ସୁରେଶ ଦେଶାଇଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ, ଯିଏକି ପୂର୍ବରୁ ଅକ୍ଷୟ କୁମାରଙ୍କ ସହିତ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ରୁସ୍ତମରେ କାମ କରିଥିଲେ। ନିର୍ମାତା ବାସୁ ଭଗ୍ନାନି, ଜ୍ୟାକି ଭାଗ୍ନାନୀ ଏବଂ ଦୀପଶିଖା ଦେଶମୁଖଙ୍କ ନେତୃତ୍ୱରେ ପୂଜା ଏଣ୍ଟରଟେନମେଣ୍ଟ ହେଉଛି ସର୍ବ ବୃହତ ତଥା ଅଗ୍ରଗାମୀ ଚଳଚ୍ଚିତ୍ର ପ୍ରଡକ୍ସନ୍ ହାଉସ୍ ।

2023 ମସିହାରେ ମୁକ୍ତିଲାଭ କରିବ

ଅକ୍ଷୟ କୁମାର ଅଭିନୀତ ପୂଜା ଏଣ୍ଟରଟେନମେଣ୍ଟର ଅନଟାଇଟଲ୍ଡ ଏଡ୍‌ ଅଫ୍‌ ଦ ସିଟ୍‌ ରିୟଲ ଲାଇଫ୍‌ ରେସ୍କ୍ୟୁ ଡ୍ରାମା 2023 ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟି ପୂର୍ବରୁ 'କ୍ୟାପସୁଲ ଗିଲ' ନାମରେ ରିଲିଜ ହେବାର ଥିଲା। କିନ୍ତୁ, ଏ ଏପର୍ଯ୍ୟନ୍ତ ଏହି ନାମ ଉପରେ ମୋହର ଲାଗିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.