ETV Bharat / entertainment

ଦୁର୍ଘଟଣାର ଶିକାର ହେଲେ ହଲିଉଡ ଅଭିନେତା ଜେସନ ମୋମୋଆ - ଏକ୍ୱାମ୍ୟାନ୍‌ ଫେମ୍‌ ଅଭିନେତା ଜେସନ ମୋମୋଆ

ଦୁର୍ଘଟଣାର ଶିକାର ହେଲେ ଜେସନ ମୋମୋଆ । ହଲିଉଡ ଅଭିନେତା ଜେସନ କାର୍‌ରେ ଯାଉଥିବାବେଳେ ସାମ୍ନା ପଟୁ ଆସୁଥିବା ଏକ ମୋଟରସାଇକେଲ ସହ ମୁହାମୁହିଁ ଧକ୍କା ହୋଇଥିଲା । ଅଧିକ ପଢନ୍ତୁ

ଦୁର୍ଘଟଣାର ଶିକାର ହେଲେ ହଲିଉଡ ଅଭିନେତା ଜେସନ ମୋମୋଆ

author img

By

Published : Jul 26, 2022, 12:41 PM IST

ଓ୍ବାଶିଂଟନ: ଦୁର୍ଘଟଣାର ଶିକାର ହେଲେ ହଲିଉଡ ଅଭିନେତା ଜେସନ ମୋମୋଆ (Jason Momoa)। ‘ଏକ୍ୱାମ୍ୟାନ୍‌’ ଫେମ୍‌ ଅଭିନେତା କାଲିଫର୍ନିଆର ଓଲ୍ଡ ତୋପଙ୍ଗା ରୋଡରେ ନିଜ କାର୍‌ରେ ଯାଉଥିଲେ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ମୋଟରସାଇକେଲ ସହ ମୁହାମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନାହାଁନ୍ତି। ରବିବାର ସକାଳ ପ୍ରାୟ 11ଟାରେ ଏହି ଦୁର୍ଘଟଣା ଘଟିଥିବାବେଳେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସିଥିବା ଭିଡିଓରେ ଜେସନ ମୋମୋଆ ଦୁର୍ଘଟଣାସ୍ଥଳ ଛାଡି ଯାଉଥିବାର ନଜର ଆସିଛନ୍ତି । ସୂଚନା ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀଙ୍କ ଆଙ୍ଗୁଠି ଏବଂ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଏଯାଏ ଜଣାପଡିନାହିଁ, ତଦନ୍ତ ଚାଲିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ମୋମୋଆ ଟିଭି ଧାରାବାହିକ ଗେମ୍ ଅଫ୍ ଥ୍ରୋନ୍ସ ଏବଂ ସୁପରହିଟ୍ ଫିଲ୍ମ ‘ଏକ୍ୱାମ୍ୟାନ୍‌’ ପାଇଁ ଜଣାଶୁଣା । ରିପୋର୍ଟ ଅନୁଯାୟୀ, ଜେସନଙ୍କୁ ପରବର୍ତ୍ତୀ ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ ଫିଲ୍ମରେ ଦେଖିବାକୁ ମିଳିବ । ଫାଷ୍ଟ ଏକ୍ସ ନାମକ ଏହି ଚଳଚ୍ଚିତ୍ରରେ ଜେସନ ଭିଲେନ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କୁ ଏକ୍ୱାମ୍ୟାନ୍‌ 2 ରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ 2023 ରେ ରିଲିଜ୍ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.